ETV Bharat / state

ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ - ଦେବଗଡ଼ ଖବର

ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି (Man died due to electric shock )। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମ ପହିନାଳ କଟା ଜଙ୍ଗଲରେ । ଅଧିକ ପଢ଼ନ୍ତୁ

ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

author img

By

Published : Nov 8, 2022, 10:32 PM IST

ଦେବଗଡ଼ : ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମ ପହିନାଳ କଟା ଜଙ୍ଗଲରେ ଏଭଳି ଘଟଣା ଘଟିଛି । ଏହି ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର। ମୃତକ ନିଶାବିରା ଗ୍ରାମର ଦେବ ସାହୁ ବୋଲି ଜଣା ପଡ଼ିଛି ।

ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ସୂଚନାନୁଯାୟୀ, ନିଶାବିରା ଗ୍ରାମର ଦେବ ସାହୁ ସୋମବାର ରାତିରେ ଘରୁ ଶୌଚ ପାଇଁ ବାହାରକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ତେବେ ବିଳମ୍ବିତ ରାତିଯାଏଁ ଦେବ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ ।

କିନ୍ତୁ ଘରଲୋକେ ପାଇ ନଥିଲେ । ଆଜି ସକାଳୁ କିଛି ଗ୍ରାମବାସୀ ପହିନାଳ କଟା ଜଙ୍ଗଲରେ ଦେବ ସାହୁଙ୍କର ମୃତଦେହ ପଡ଼ିଥିବା ଦେଖି ପରିବାରକୁ ଖବର ଦେଇଥିଲେ । ମୃତକଙ୍କ ପୁଅ କୁନା ସାହୁ ରିଆମାଳ ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ଥାନା IIC ଲଳିତା ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଶିକାରୀମାନେ ବିଦ୍ୟୁତ୍ ତାର ନେଇ ଫେରାର୍ ହୋଇଯାଇଛନ୍ତି ।

ଅନ୍ୟପକ୍ଷରେ ଜଙ୍ଗଲରେ କିଏ ଏହି ବିଦ୍ୟୁତ ତାର ବିଛାଇ ଥିଲା ତାକୁ ନେଇ ଚାଲିଛି ତନାଘନା । ତେବେ ଏହାକୁ ନେଇ ପୋଲିସ ପଚରାଉଚରା କରୁଛି । ଏହାସହ ଆଖପାଖ ସ୍ଥିତି ଉପରେ ନଜର ରଖି ତଦନ୍ତ କରୁଛି ପୋଲିସ । ସେପଟେ ଦେବଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.