ETV Bharat / state

ଚୋରାଚାଲାଣ ବେଳେ 16 ଟନ ମହୁଲ ଫୁଲ ଜବତ, ଡ୍ରାଇଭର ଅଟକ

author img

By

Published : Apr 20, 2021, 9:08 AM IST

ବେଆଇନ ଚୋରାଚାଲାଣ ବେଳେ 16 ଟନ ମହୁଲ ଫୁଲ ଜବତ କରିଛି କୁଣ୍ଢେଇଗୋଳା ପୋଲିସ । ଡ୍ରାଇଭରକୁ ଅଟକ ରଖି ପୋଲିସ ଅଧିକ ପଚରାଉଚୁରା ଜାରୀ ରଖିଛି । ଅଧିକ ପଢନ୍ତୁ...

mahul flower seize by kundeigola police
ଚୋରାଚାଲାଣ ବେଳେ 16 ଟନ ମହୁଲ ଜବତ, ଡ୍ରାଇଭର ଅଟକ

ଦେବଗଡ: ଚୋରାଚାଲାଣ ବେଳେ 16 ଟନ ମହୁଲ ଜବତ, ଟ୍ରକ ଡ୍ରାଇଭର ଅଟକ । ବେଆଇନ ଚୋରାଚାଲାଣ ବେଳେ 16 ଟନ ମହୁଲ ଜବତ କରିଛି କୁଣ୍ଢେଇଗୋଳା ପୋଲିସ ।

ସୂଚନା ଅନୁଯାୟୀ , ସୋମବାର କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଣ୍ଢେଇଗୋଳା ଗାଁ ନିକଟ 53 ନଂ ଜାତୀୟ ରାଜପଥରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା । ଏହି ସମୟରେ ଛେଣ୍ଡିପଡା ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା OD15E5699 ନଂ ଆଇଚର ଟ୍ରକ ରେ ବେଆଇନ ଭାବେ ଚାଲାଣ ହେଇଥିବା 16 ଟନ ମହୁଲଫୁଲ ସମେତ ଆଇଚର ଟ୍ରକକୁ ଜବତ କରିଛି ପୋଲିସ । ଏଥି ସହିତ ଆଇଚର ଡ୍ରାଇଭର ସମ୍ବଲପୁର ଜିଲ୍ଲା କିସିଣ୍ଡା ଅଞ୍ଚଳର କୁଞ୍ଜ ଭୋଇ (24) କୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ସେପଟେ ଟ୍ରକର ମାଲିକ ଅରୁଣ ଜାଲ( 35 ) ଓ ସେ ମଧ୍ୟ ସମ୍ବଲପୁର ଜିଲ୍ଲା କିସିଣ୍ଡାର ବୋଲି ଜଣା ପଡ଼ିଛି । କୁଣ୍ଢେଇଗୋଳା ପୋଲି ଏସଂକ୍ରାନ୍ତରେ ପି ଏସ କେଶ ନଂ 69/21 ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.