ETV Bharat / state

ଗଡ଼ିଲାନି ରଥ, ଘୋଡାଗାଡିରେ ଗୁଣ୍ଡିଚା ମନ୍ଦିର ଗଲେ ବଡ଼ ଠାକୁର - debagarh lord in horseback

ଘୋଡାଗାଡିରେ ବୁହା ହୋଇ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଗଲେ ଜଗତର ନାଥ ଜଗନ୍ନାଥ । ଅଧିକ ପଢନ୍ତୁ...

ଗଡ଼ିଲାନି ରଥ, ଘୋଡାଗାଡିରେ ଗୁଣ୍ଡିଚା ମନ୍ଦିର ଗଲେ ବଡ଼ ଠାକୁର

author img

By

Published : Jul 15, 2021, 10:47 PM IST

Updated : Jul 16, 2021, 5:25 PM IST

ଦେବଗଡ଼: ଗଡ଼ିଲାନି ରଥ । ଘୋଡାଗାଡିରେ ବୁହା ହୋଇ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଗଲେ ଜଗତର ନାଥ ଜଗନ୍ନାଥ । ଯେଉଁ କାଳିଆ ଠାକୁର ଦିନେ ରଥାରୂଢ ହୋଇ ହଜାର ହଜାର ଭକ୍ତଙ୍କ ଗହଣରେ ବଡ ଦେଉଳରୁ ମାଉସୀ ମା ମନ୍ଦିରକୁ ଯାଉଥିଲେ, କୋରୋନା କଟକଣା ଯୋଗୁଁ ସେହି ଠାକୁର ଘୋଡାଗାଡିରେ ବୁହାହୋଇ ଭକ୍ତଶୁନ୍ୟ ବଡ଼ ଦାଣ୍ଡରେ ମାଉସୀ ମା ମନ୍ଦିରକୁ ଯାଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ସହରରେ ।

ଗଡ଼ିଲାନି ରଥ, ଘୋଡାଗାଡିରେ ଗୁଣ୍ଡିଚା ମନ୍ଦିର ଗଲେ ବଡ଼ ଠାକୁର

ସାରା ଦେଶରେ ଦେଖାଦେଇଥିବା କରନା ମହାମାରୀ ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଉପରେ କଟକଣା ବଳବତ୍ତର ରହିଛି । ଏହି କାରଣରୁ ଚଳିତ ବର୍ଷ ପୁରୁଣାଗଡ଼ ସ୍ଥିତ ଶ୍ରୀମନ୍ଦିରରେ ବିନା ଭକ୍ତରେ ଶ୍ରୀଜୀଉଙ୍କ ରଥଯାତ୍ରା ପୂର୍ବ ରୀତିନୀତି ଅନୁଯାୟୀ ସମାପନ ହୋଇଯାଇଛି । ଗତ 12 ତାରିଖ ଦିନ ଦେବଗଡ଼ ରାଜା ତଥା ସମ୍ବଲପୁର ଲୋକସଭା ସାଂସଦ ନିତେସ ଗଙ୍ଗଦେବଙ୍କ ଦ୍ଵାରା ତିନି ଠାକୁରଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ସମାପନ ହୋଇଥିବା ବେଳେ, କୋରୋନା କଟକଣା ଯୋଗୁଁ ପୂର୍ବ ପ୍ରଚଳିତ ପରମ୍ପରା ଭଙ୍ଗ କରାଯାଇ ବିନା ରଥରେ ଆଜି ଠାକୁରଙ୍କୁ ମାଉସୀ ମା ମନ୍ଦିରରେ ପ୍ରବେଶ କରାଯାଇଛି ।

ଜିଲ୍ଲା ପ୍ରଶାସନର ଆଦେଶ ଅନୁଯାୟୀ, ବିନା ଭକ୍ତରେ କେବଳ ପୋଲିସର ସହାୟତାରେ ଜଣକ ପରେ ଜଣେ ଠାକୁରଙ୍କୁ ଘୋଡାଗାଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବୁହାହୋଇ ନିଆ ଯାଇଥିଲା । ଯାହାକି ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଥିବା ବେଳେ କୋରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ଜନସାଧାରଣ ନିରବ ସମର୍ଥନ ଜଣାଇଥିଲେ ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

Last Updated : Jul 16, 2021, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.