ETV Bharat / state

ରାସ୍ତା ଉନ୍ନତିକରଣ ନାଁରେ ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ଲୁଟ୍

ରାସ୍ତାକାମ ନାମରେ ମିଥ୍ୟା ବିଲ କରି ଯନ୍ତ୍ରୀ ଓ ଠିକାଦାର ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ । ଏଭଳି ଏକ ଅଭିଯୋଗ ଆସିଛି ରିଆମାଳ ବ୍ଲକର ବଡ ଡଙ୍ଗାଘାଟ ଗ୍ରାମରୁ । ଅଧିକ ପଢନ୍ତୁ...

ରାସ୍ତା ଉନ୍ନତିକରଣ ନାମରେ ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ଲୁଟ୍

author img

By

Published : Jul 15, 2021, 9:15 AM IST

ଦେବଗଡ଼: ଜିଲ୍ଲା ସ୍ଥିତ ଗୁଣ୍ଡିଆପାଲି ଡଙ୍ଗାଘାଟ ଗାଁ ରାସ୍ତା ଉନ୍ନତିକରଣରେ ଘୋଟାଲା ହୋଇଥିବା ଅଭିଯୋଗ । ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ମିଶି କେବଳ ସୂଚନା ଫଳକ ଲଗାଇଦେଇ ରାସ୍ତାକାମ ପାଇଁ ଆସିଥିବା ଟଙ୍କା ଧୂଳିସାତ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

ରାସ୍ତା ଉନ୍ନତିକରଣ ନାମରେ ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ଲୁଟ୍

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ବଡ ଡଙ୍ଗାଘାଟ ଗାଁର ଗୌଡ଼ ସାହି ରାସ୍ତା ଉନ୍ନତିକରଣ ପାଇଁ ଗତ 2019-20 ମସିହାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ 5 ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ମାତ୍ର ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଶି କାର୍ଯ୍ୟସ୍ଥଳରେ କେବଳ ଏକ ସୂଚନା ଫଳକ ଲଗାଇ ଉନ୍ନତିକରଣ କାର୍ଯ୍ୟ ସାରି ଦେଇଥିଲେ । ଦୀର୍ଘଦିନ ପର୍ଯ୍ୟନ୍ତ ରାସ୍ତାକାମ ନହେବାରୁ ଗ୍ରାମବାସୀ ଏ ସମ୍ପର୍କରେ ରିଆମାଳ ବ୍ଲକ କାର୍ଯ୍ୟାଳୟରେ ପଚରା ଉଚରା କରିଥିଲେ ଓ ସମ୍ପୃକ୍ତ ରାସ୍ତାକାମରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଶି ମିଥ୍ୟା ବିଲ୍ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଜାଣିବାକୁ ପାଇଥିଲେ ।

ଏନେଇ ଗ୍ରାମବାସୀ ରିଆମାଳ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ଗୋଟିଏ ପକ୍ଷରେ କୋରୋନା ମହାମାରୀ ଗରିବ ଶ୍ରେଣୀ ଲୋକେ କାମଧନ୍ଦା ନପାଇ ହାତବାନ୍ଧି ବସି ଥିବାବେଳେ ସେପଟେ ଉନ୍ନୟନ କାର୍ଯ୍ୟ ଆଳରେ ଅସାଧୁ ଯନ୍ତ୍ରୀ ଓ ଠିକାଦାର ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଭଳି ଅଭିଯୋଗ ପ୍ରଶାସନିକ କଳର ଅପାରଗତାକୁ ସ୍ପଷ୍ଟ ଇଙ୍ଗିତ କରୁଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.