ETV Bharat / state

ପୋଲ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ସାପ କାମୁଡାରେ ମୃତ୍ୟୁ

author img

By

Published : Jul 3, 2020, 10:18 PM IST

ସ୍ଥାନୀୟ ବାରକୋଟ ବ୍ଲକ ନିକଟସ୍ଥ ବ୍ରାହ୍ମଣୀ ପୋଲ ନିର୍ମାଣ କରୁଥିବା ଜନୈକ ଶ୍ରମିକଙ୍କ ଶୁକ୍ରବାର ସାପ କାମୁଡାରେ ମୃତ୍ୟୁ ହୋଇଛି ।

deogarh latest news, labour death in deogarh, labour died after snake bite, snake bite, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ଦେବଗଡରେ ଶ୍ରମିକଙ୍କ ମୃତ୍ୟୁ, ସାପ କାମୁଡାରେ ଶ୍ରମିକଙ୍କ ମୃତ୍ୟୁ, ସାପ କାମୁଡା
ପୋଲ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ସାପ କାମୁଡାରେ ମୃତ୍ୟୁ

ଦେବଗଡ: ସ୍ଥାନୀୟ ବାରକୋଟ ବ୍ଲକ ନିକଟସ୍ଥ ବ୍ରାହ୍ମଣୀ ପୋଲ ନିର୍ମାଣ କରୁଥିବା ଜନୈକ ଶ୍ରମିକଙ୍କ ଶୁକ୍ରବାର ସାପ କାମୁଡାରେ ମୃତ୍ୟୁ ହୋଇଛି । ସମ୍ପୃକ୍ତ ଶ୍ରମିକ ଜଣଙ୍କ ଏକ ଠିକା ସଂସ୍ଥା ଦ୍ବାରା କାର୍ଯ୍ୟରେ ନିୟୋଜିତ ଥିଲେ । ମୃତ ଶ୍ରମିକ ହେଉଛନ୍ତି ଔରଙ୍ଗାବାଦର ଛୋଟୁ କୁମାର (20) । ସେ ବାରକୋଟର ଓରିଏଣ୍ଟାଲ ନାମକ ଏକ ଠିକା ସଂସ୍ଥାରେ କାର୍ଯ୍ୟ କରିଆସୁଥିଲେ ।

ସେ ଗୁରୁବାର ରାତିରେ ଶୋଇଥିବା ସମୟରେ ରାତିରେ ତାଙ୍କୁ ଏକ ସାପ କାମୁଡିଥିଲା । ପରେ ତାଙ୍କ ସହକର୍ମୀ ତାଙ୍କୁ ବାରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହ ବ୍ୟବଚ୍ଛେଦ ହେବା ପରେ ସମ୍ପୃକ୍ତ ଠିକାସଂସ୍ଥା ତାଙ୍କ ମୃତଦେହକୁ ତାଙ୍କ ଘରକୁ ପଠାଇ ଦେଇଥିବା ଜଣାପଡିଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.