ETV Bharat / state

ଅପହରଣର ଦିନକ ପରେ ମା’ କୋଳକୁ ଫେରିଲା ପିହୁ - ଦିନକ ପରେ ଘରକୁ ଫେରିଲା ପିହୁ

Kidnapped 5 years girl came back home: ଦେବଗଡ଼ ପ୍ରତିଷ୍ଠିତ କପଡ଼ା ବ୍ୟବସାୟୀଙ୍କ ୫ବର୍ଷର ଝିଅକୁ ଅପହରଣ ଘଟଣା । ସୁନ୍ଦରଗଡ଼ରୁ ଉଦ୍ଧାର ପରେ ମାଆ କୋଳକୁ ଫେରିଲା ପିହୁ । ଅଧିକ ପଢନ୍ତୁ

Kidnapped 5 years girl came back home
Kidnapped 5 years girl came back home
author img

By ETV Bharat Odisha Team

Published : Dec 19, 2023, 3:13 PM IST

Updated : Dec 19, 2023, 3:30 PM IST

ଅପହରଣର ଦିନକ ପରେ ମା’ କୋଳକୁ ଫେରିଲା ପିହୁ

ଦେବଗଡ଼: ଶିଶୁକନ୍ୟା ଅପହରଣ ଯୋଜନା ହେଲା ପଣ୍ଡ । ମାଆ କୋଳକୁ ଫେରିଲା ଅପହୃତା ଶିଶୁକନ୍ୟା ପିହୁ ଅଗ୍ରୱାଲ । ଦେବଗଡ଼ ସହରରୁ ଗତକାଲି ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଦ୍ବାରା ରହସ୍ୟ ଜଣକ ଭାବେ ଅପହରଣ ହୋଇଥିବା ପାଞ୍ଚ ବର୍ଷର ଶିଶୁକନ୍ୟା ପିହୁ ଅଗ୍ରୱାଲ ଆଜି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଏକ ପୋଲ ତଳୁ ଉଦ୍ଧାର ହୋଇଛି । ଶିଶୁକନ୍ୟା ଉଦ୍ଧାର ହେବାପରେ ପରିବାର ଵର୍ଗ ଓ ଜନସାଧାରଣରେ ଆଶ୍ବସ୍ତି ପ୍ରକାଶ ପାଇଛି । ଅପହୃତା ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ମେଡିକାଲ ଯାଞ୍ଚ ପରେ ଜଣାପଡିଛି ।

ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଭୋଇପାଲି ପୋଲ ତଳୁ ପିହୁକୁ ଉଦ୍ଧାର କରାଯାଇଛି । ଆଜି ଭୋରରେ କିଛି ଲୋକ ତାର କାନ୍ଦ ସ୍ବର ଶୁଣିଥିଲେ । ଆଉ ସେଠାକୁ ଯାଇ ଦେଖିଲା ବେଳକୁ ପିହୁକୁ ପାଇଥିଲେ । ଶିଶୁକନ୍ୟା ପିହୁ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିବାରୁ କିଛି ଲୋକଙ୍କୁ ଦେଖିବା ମାତ୍ରେ ସେ ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଦୌଡ଼ି ଚାଲିଆସିଥିଲା । ସେପଟେ ଗତକାଲି ପିହୁ ଅପହରଣ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାରୁ ଏ ସମ୍ପର୍କରେ ଲୋକେ କିଛିଟା ଅବଗତ ଥିଲେ । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦିଆଯିବା ପରେ କୁନି ଶିଶୁକୁ ଉଦ୍ଧାର କରାଯାଇଛି ।

ଏହା ବି ପଢନ୍ତୁ- ଦେବଗଡ଼ରୁ ଅପହୃତ ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

ସୂଚନା ଥାଉ କି ଦେବଗଡ଼ ସହରର ଜଣେ ପ୍ରତିଷ୍ଠିତ କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା ହେଉଛି ପିହୁ ଅଗ୍ରୱାଲ । ଗତକାଲି ସନ୍ଧ୍ୟାରେ ପିହୁ ଟ୍ୟୁସନ ସାରି ନିଜ ଆଈ ସହିତ ଘରକୁ ଫେରୁଥିବା ବେଳେ ଘର ସାମ୍ନାରେ ଦୁଇଜଣ ଦୁର୍ବୃତ୍ତ କଳା ପଲସରରେ ଆସି ବୃଦ୍ଧାଙ୍କୁ ଧକ୍କା ମାରି ପିହୁକୁ ଅପହରଣ କରି ନେଇଥିଲେ । ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ଘଟଣା ଘଟିଥିବା ନେଇ ସାରା ସହରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଅପହୃତା ଶିଶୁକନ୍ୟାର ପରିବାର ଲୋକେ ଏସଂକ୍ରାନ୍ତରେ ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦେବାପରେ ପୋଲିସ ତନାଘନା ଆରମ୍ଭ କରିଥିଲା ।

ଦେବଗଡ଼ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର ଘଟଣା ସ୍ଥଳକୁ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ କରି ଦିଆଯିବା ସହ ପଡୋଶୀ ଜିଲ୍ଲାର ପୋଲିସ ବିଭାଗକୁ ଏନେଇ ଆଲର୍ଟ କରାଯାଇଥିଲା । ଏହି ଘଟଣା ବିଭିନ୍ନ ଗଣମାଧ୍ୟମ ସମେତ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେବାରୁ ଜନସାଧାରଣ ମଧ୍ୟ ଏଦିଗରେ ସଜାଗ ରହି ପୋଲିସକୁ ସହାୟତା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ପିହୁ ଠାବ ହେବା ପରେ ଏସମ୍ପର୍କରେ ଖବର ପାଇ ଦେବଗଡ଼ ପୋଲିସ ବଡ଼ଗାଁ ପହଞ୍ଚି ଅପହୃତା ଶିଶୁକନ୍ୟା ପିହୁକୁ ଉଦ୍ଧାର କରି ଦେବଗଡ଼ ନେଇ ଆସିଥିଲେ । ଦେବଗଡ଼ରେ ଅପହୃତା ଶିଶୁକନ୍ୟାର ସ୍ବାସ୍ଥ୍ୟ ପରୀକ୍ଷା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏହା ବି ପଢନ୍ତୁ- ବ୍ୟବସାୟୀଙ୍କ ୫ବର୍ଷର ଶିଶୁକନ୍ୟାକୁ ଅପହରଣ, କଳା ପଲସରରେ ଆସି ଝାମ୍ପିନେଲେ

ତେବେ ଏହି ଅପହରଣ ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ମୋଟା ଅଙ୍କର ଅର୍ଥ ଅସୁଲି ଉଦ୍ଦେଶ୍ୟରେ ଏହି ଅପହରଣ କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଦୁର୍ବୃତ୍ତମାନେ ରାଜ୍ୟ ବାହାର ତଥା ଝାଡଖଣ୍ଡ , ବିହାର ରାଜ୍ୟର ପେଶାଦାର ଅପରାଧୀ ଓ କିଛି ସ୍ଥାନୀୟ ଯୁବକ ଏଥିରେ ସମ୍ପୃକ୍ତ ଥିବା ଆଶଙ୍କା କରାଯାଉଛି । ଜିଲ୍ଲା ତଥା ରାଜ୍ୟ ବାହାର ସମସ୍ତ ପ୍ରବେଶ ପଥକୁ ସିଲ କରି ଦିଆଯିବା ଓ ବିଭିନ୍ନ ସ୍ଥାନରେ ପୋଲିସର ହାଇ ଆଲର୍ଟ ଯୋଗୁଁ ଦୁବୃର୍ତ୍ତମାନେ ବଡ଼ଗାଁଠାରେ ଥିବା ଏକ ପୋଲ ତଳେ ଶିଶୁକନ୍ୟାଟିକୁ ଛାଡି ଫେରାର ହୋଇଯାଇଥିବା କୁହାଯାଉଛି । ଏହି ଘଟଣାରେ ସଂପୃକ୍ତ ମାଷ୍ଟରମାଇଣ୍ଡ ଓ ସମସ୍ତ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯାଇଛି ।

ଇଟିଭି ଭାରତ, ଦେବଗଡ଼

Last Updated : Dec 19, 2023, 3:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.