ETV Bharat / state

ଫେଲ ମାରିଛି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ , ପଡିଆ ପଡିଛି ଶହଶହ ଏକର ଚାଷଜମି - farmland have been destroyed

ଚେକ ଡ୍ୟାମରେ ଜଳ ମୁନ୍ଦାଏ ନରହିବାରୁ ଜଳାଭାଵରୁ ଶହ ଶହ ଏକର ଚାଷ ଜମି ପଡିଆ ପଡିଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଉପାନ୍ତ ଅଞ୍ଚଳ ଜଡ଼ାଗୋଳା ଗାଁରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା ।

ଫେଲ ମାରିଛି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ , ପଡିଆ ପଡିଛି ଶହଶହ ଏକର ଚାଷଜମି

author img

By

Published : Jul 12, 2020, 2:47 AM IST

ଦେବଗଡ: ଚାଷ ଜମିକୁ ଜଳସେଚନ ଯୋଗାଇଦେବା ଲକ୍ଷରେ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ଚେକ ଡ୍ୟାମ । ମାତ୍ର ଚେକ ଡ୍ୟାମରେ ଜଳ ମୁନ୍ଦାଏ ନରହିବାରୁ ଜଳାଭାଵରୁ ଶହ ଶହ ଏକର ଚାଷ ଜମି ପଡିଆ ପଡିଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଉପାନ୍ତ ଅଞ୍ଚଳ ଜଡ଼ାଗୋଳା ଗାଁରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା ।

ଫେଲ ମାରିଛି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ , ପଡିଆ ପଡିଛି ଶହଶହ ଏକର ଚାଷଜମି
ଝରଣାର ଜଳସ୍ରୋତକୁ ଅଟକାଇ ଚାଷକାର୍ଯ୍ୟରେ ବ୍ୟବହାର କରିବା ଲକ୍ଷରେ ଗତ 2015 - 16 ମସିହାରେ ଦେବଗଡ଼ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତର ଜଡ଼ାଗୋଳା ଗ୍ରାମରେ ନିର୍ମାଣ କରାଯାଇଥିଲା ଦୁଇଟି ଚେକ ଡ୍ୟାମ । ଏଥିରେ ବ୍ୟୟ ହୋଇଥିଲା ପ୍ରାୟ 50 ଲକ୍ଷ ଟଙ୍କା । ମାତ୍ର ବିଡ଼ମ୍ବନାର ବିଷୟ ଯେ , ଏହି ଚେକ ଡ୍ୟାମ ଦୁଇଟି ନିର୍ମାଣ ହେବା ପରଠାରୁ ଏଯାଏଁ ଦିନକ ପାଇଁ ହେଲେ ବି ଲୋକଙ୍କ ଚାଷକାର୍ଯ୍ୟରେ ବ୍ୟବହାର ହୋଇପାରିନାହିଁ । ଚେକ ଡ୍ୟାମ ଦୁଇଟି ନିର୍ମାଣ କରାଯିବା ପୂର୍ବରୁ ଉପଯୁକ୍ତ ସ୍ଥାନ ନିରୂପଣ କରାନଯିବା ତଥା ନିର୍ମାଣରେ ବୈଷୟିକ ତ୍ରୁଟି ଓ ସର୍ବପରି ଏହାକୁ ତଦାରଖ କରିବାରେ ବିଭାଗୀୟ କତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହା ଜଳ ଧାରଣ କରିବାରେ ସମର୍ଥ ହେଉନାହିଁ । ଅନ୍ୟକଥା ଦୂରେଥାଉ , ଖୋଦ ବର୍ଷାଋତୁରେ ବି ଏଠାରେ ମୁନ୍ଦାଏ ଜଳ ରହୁ ନଥିବା ଦେଖାଯାଇଛି । ଯାହାକି ଏହି ପ୍ରକଳ୍ପର ନିର୍ମାଣ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି କରିଛି । ଅନ୍ୟପକ୍ଷରେ , ଏହି ଚେକ ଡ୍ୟାମ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରିବାକୁ ଆଶାବାନ୍ଧି ବସିଥିବା ଜଡ଼ାଗୋଳା ଗାଁର ଶତାଧିକ ଗରିବ ଶ୍ରେଣୀର ଚାଷୀ ନିରାଶ ହୋଇଥିବା ବେଳେ , ଗାଁର ଶହଶହ ଏକର ଚାଷଜମି ଜଳାଭାଵରୁ ପଡିଆ ପଡିଛି । ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ସମାପ୍ତ କରି ନିଜ ଦାଇତ୍ୱ ସମ୍ପାଦନ କରି ଦେଇଥିବା ବିଭାଗୀୟ କତ୍ତୃପକ୍ଷ ଏଦିଗରେ ଆଉ ଦୃଷ୍ଟି ଡେଉଥିବାରୁ ଏଠାରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ବୋହିବା ହିଁ ସାର ହୋଇଛି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଦୀର୍ଘବର୍ଷ ହେବ ପରିତ୍ୟକ୍ତ ଭାବେ ପଡିରହିଥିବା ପ୍ରକଳ୍ପ ଦୁଇଟିକୁ କାର୍ଯ୍ୟକ୍ଷମ କରିବାକୁ ଚାଷୀକୁଳ ଦାବି କରିଛନ୍ତି ।ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.