ETV Bharat / state

ସରକାରୀ କୋଠା ନିର୍ମାଣ ପାଇଁ ଜଙ୍ଗଲ କାଟିଲେ ସରକାରୀ ବାବୁ ! - ଦେବଗଡ଼ରେ ବେଆଇନ ଗଛ କଟା

କୋଠା ନିର୍ମାଣ ପାଇଁ ଶହ ଶହ ମୂଲ୍ୟବାନ ଗଛ କାଟିଦେଲେ ସରକାରୀ ବାବୁ । ଏହାର ଟେର ବି ପାଇଲାନି ବନବିଭାଗ । ଅଧିକ ପଢ଼ନ୍ତୁ

illegal tree cutting for govt building in deogarh
ସରକାରୀ କୋଠା ନିର୍ମାଣ ପାଇଁ ଜଙ୍ଗଲ କାଟିଲେ ସରକାରୀ ବାବୁ
author img

By

Published : Feb 1, 2022, 12:06 PM IST

ଦେବଗଡ଼: କୋଠା ନିର୍ମାଣ ପାଇଁ ଶହ ଶହ ମୂଲ୍ୟବାନ ଗଛ କାଟିଦେଲେ ସରକାରୀ ବାବୁ । ଏହାର ଟେର ବି ପାଇଲାନି ବନବିଭାଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଅଧିନସ୍ଥ ଉଟୁଣିଆଁ ଗାଁରେ ।

ସରକାରୀ କୋଠା ନିର୍ମାଣ ପାଇଁ ଜଙ୍ଗଲ କାଟିଲେ ସରକାରୀ ବାବୁ

ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷରେ ସ୍ଲୋଗାନ ଦେଇଚାଲିଛି ବନବିଭାଗ । ହେଲେ ବନ ବିଭାଗର ଆଖି ଆଗରେ ଶହ ଶହ ସଂଖ୍ୟାରେ ମୂଲ୍ୟବାନ ଶାଳ ଗଛ ଉଭାନ ହୋଇଗଲା। ଏହାକୁ କୌଣସି କାଠ ମାଫିଆ ସଫା କରୁ ନାହାଁନ୍ତି। ବରଂ ସରକାରୀ ବାବୁ ଏହାର ପତ୍ତା ନଷ୍ଟ କରିବାକୁ ଲାଗି ପଡ଼ିଛନ୍ତି। ହେଲେ ବନ ବିଭାଗ ପାଖରେ ଏହାର କୌଣସି ଖବର ନାହିଁ ।

ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଅଧିନସ୍ଥ ଉଟୁଣିଆଁ ଗାଁ ରେ ଥିବା ପ୍ରେମାନନ୍ଦ ଉଚ୍ଚ ବିଦ୍ୟାଳୟକୁ ସରକାରଙ୍କ 5T ସ୍ମାର୍ଟ ସ୍କୁଲରେ ପରିବର୍ତ୍ତିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏଠାରେ ଥିବା ଏକ ପୁରୁଣା ସ୍କୁଲ କୋଠାର ଛାତକୁ ଭାଙ୍ଗି ନୂଆ ଛାତ ନିର୍ମାଣ କରାଯାଉଛି । ତେବେ କାର୍ଯ୍ୟଟି ରିଆମାଳ ବ୍ଲକର ଜୈନିକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର ରହିଛି । ମାତ୍ର ସମସ୍ତ ସରକାରୀ ନିୟମକୁ ଉଲ୍ଲଂଘନ କରିଛନ୍ତି ଯନ୍ତ୍ରୀ। ନିକଟସ୍ଥ ଜଙ୍ଗଲରୁ ଶହ ଶହ ସଂଖ୍ୟାରେ କଞ୍ଚା ଶାଳ ଗଛ କାଟି ଛାତର ସେଣ୍ଟରିଂ କାର୍ଯ୍ୟରେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସରକାରୀ କୋଠା ନିର୍ମାଣ ପାଇଁ ଜଣେ ସରକାରୀ ବାବୁ ଶହ ଶହ ସଂଖ୍ୟାରେ ଗଛ କାଟି ଜଙ୍ଗଲ ସମ୍ପଦ ପଦା କରି ଚାଲିଛନ୍ତି।

କେବଳ ଏତିକି ନୁହେଁ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ଆଳରେ ବିଦ୍ୟାଳୟ ପରିସରରେ ଥିବା ବହୁ ବର୍ଷର ଅନେକ ମୂଲ୍ୟବାନ ଗଛ ମଧ୍ୟ କଟାଯାଇଛି । ଏ ସମ୍ପର୍କରେ ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧାନଜୀ ରାଓସୋ ଜାଣିବା ପରେ ତୁରନ୍ତ ସ୍ଥାନୀୟ ରେଞ୍ଜ ଅଫିସର ଓ ବନବିଭାଗର ଏକ ଟିମ୍ ଘଟଣା ସ୍ଥଳକୁ ପଠାଇ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.