ETV Bharat / state

ବେଧଡ଼କ ଶହ ଶହ ଟ୍ରିପ ଲଘୁ ଖଣିଜ ଦ୍ରବ୍ୟ ଲୁଟୁଛନ୍ତି ମାଫିଆ, ପ୍ରଶାସନ ନିରବଦ୍ରଷ୍ଟା

ତହସିଲ ସୁଗୁଡା ରାଜସ୍ବ ସର୍କଲ ଅନ୍ତର୍ଗତ ନୂଆଗାଁରେ ମାଟି, ବାଲି ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ସେପଟେ ପ୍ରଶାସନ ନିଦ୍ରାରେ । ଅଧିକ ପଢନ୍ତୁ....

ବେଧଡ଼କ ଶହ ଶହ ଟ୍ରିପ ଲଘୁ ଖଣିଜ ଦ୍ରବ୍ୟ ଲୁଟୁଛନ୍ତି ମାଫିଆ ,ପ୍ରଶାସନ ନିରବଦ୍ରଷ୍ଟା

author img

By

Published : Mar 17, 2021, 8:58 PM IST

ଦେବଗଡ଼: ସୁଗୁଡା ରାଜସ୍ବ ସର୍କଲ ଅନ୍ତର୍ଗତ ନୂଆଗାଁରେ ମାଟି, ବାଲି ଓ ପଥର ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜକୁ ଦୀର୍ଘଦିନ ହେଲା ଦେବଗଡ଼ ସହରର କେତେକ ମାଫିଆ ଗୋଷ୍ଠୀ ନୂଆଗାଁ ମୌଜାର ବାଳିଆପିଟା ନାଳ ଓ ଗାଁ ନିକଟସ୍ଥ ସରକାରୀ ଜାଗାରୁ ବେଆଇନ ଭାବେ ଶହ ଶହ ଟ୍ରିପ ମାଟି, ବାଲି ଓ ପଥର ଚୋରା ଚାଲାଣ କରି ଆସୁଛନ୍ତି । ପ୍ରତିଦିନ ସ୍ପଷ୍ଟ ଦିବାଲୋକରେ ଏଠାରୁ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ଶହ ଶହ ଟ୍ରିପ ମାଟି, ବାଲି ଓ ପଥର ଆଦି ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଭାବେ ଲୁଟ କରାଯାଉଛି ।

ବେଧଡ଼କ ଶହ ଶହ ଟ୍ରିପ ଲଘୁ ଖଣିଜ ଦ୍ରବ୍ୟ ଲୁଟୁଛନ୍ତି ମାଫିଆ ,ପ୍ରଶାସନ ନିରବଦ୍ରଷ୍ଟା

ତେବେ ବାରମ୍ବାର ଅଭିଯୋଗ ମଧ୍ୟ ଏଥିପ୍ରତି କିଭଳି ରାଜସ୍ବ ବିଭାଗ କତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁନାହିଁ , ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏଥିଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଥିବାବେଳେ ଅନ୍ୟପଟେ ମୃତ୍ତିକା କ୍ଷୟ ଯୋଗୁଁ ବାଳିଆପିଟା ନାଳର ଗତିପଥ ମଧ୍ୟ ବଦଳିବାରେ ଲାଗିଛି । ଫଳରେ ବନ୍ୟା ହେଲେ ନୂଆଗାଁ ଓ ଆଖପାଖ ଅଞ୍ଚଳ ନାଳ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି ।

ଦୀର୍ଘଦିନ ହେବ ବେଆଇନ ଭାବେ ଚାଲିଥିବା ମାଟି, ବାଲି ଓ ପଥର ଚୋରା ଚାଲାଣକୁ ନୂଆଗାଁ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହ ଏହାକୁ ରୋକିବା ପାଇଁ ସୁଗୁଡା ରାଜସ୍ବ ନିରୀକ୍ଷକ ,ଦେବଗଡ଼ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଜଣାଇ ଆସୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏଦିଗରେ କୌଣସି ବିହିତ ପଦକ୍ଷେପ ନିଆଯାଇ ନଥିବା ଦେଖାଯାଉଛି । ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ଦିଗରେ ସରକାର କଡା ଆଇନ ପ୍ରଣୟନ କରିଥିବାବେଳେ ମାଫିଆଙ୍କୁ ସହଯୋଗ କରୁଥିବା କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ଯୋଗୁଁ ଦେବଗଡ଼ ଜିଲ୍ଲାରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥି ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.