ETV Bharat / state

ଲକଡାଉନ ପାଇଁ ଚାଲିଚାଲି ଘରକୁ ଫେରୁଛନ୍ତି ଶହ ଶହ ଶ୍ରମିକ

ତାଲାବନ୍ଦ ଯୋଗୁଁ ବିଭିନ୍ନ କଳ କାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନରେ କାମ କରୁଥିବା ଶ୍ରମିକମାନେ ଅର୍ଥାଭାବରୁ ଭୋକ ଉପାସରେ ଦିନ କାଟିବା ପରେ ଶେଷରେ ନିଜନିଜ ଗାଁକୁ ପ୍ରତ୍ୟାବର୍ତ୍ତନ କରୁଥିବା ଦେଖାଯାଇଛି ।

author img

By

Published : May 8, 2020, 12:07 PM IST

hundreds of labours are returnin
ବିଭିନ୍ନ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ କରୁଣ ଦୃଶ୍ୟ

ଦେବଗଡ଼: କୋରୋନା ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକଡାଉନ । ଯାହାର ସିଧାସଳଖ ପ୍ରଭାବ ପଡିଛି ଶ୍ରମିକ ଶ୍ରେଣୀ ଲୋକଙ୍କ ଉପରେ । ତାଲାବନ୍ଦ ଯୋଗୁଁ ବିଭିନ୍ନ କଳ କାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନରେ କାମ କରୁଥିବା ଶ୍ରମିକମାନେ ଅର୍ଥାଭାବରୁ ଭୋକ ଉପାସରେ ଦିନ କାଟିବା ପରେ ଶେଷରେ ନିଜନିଜ ଗାଁକୁ ପ୍ରତ୍ୟାବର୍ତ୍ତନ କରୁଥିବା ଦେଖାଯାଇଛି ।

ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥରେ ପ୍ରତିଦିନ ଶହ ଶହ ସଂଖାରେ ଶ୍ରମିକ ନିଜନିଜ ଜିନିଷପତ୍ର ଓ ପିଲାଛୁଆଙ୍କୁ ଧରି ପାଦରେ ଚାଲିଚାଲି ସୁଦୂର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ରାଜ୍ୟକୁ ଫେରି ଯାଉଥିବା କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି ।

କୋରୋନା ଦୁଃଖ ଠାରୁ ଢେର ଗୁଣରେ ବଳିଯାଇଛି ଶ୍ରମିକ ଶ୍ରେଣୀଙ୍କ ପେଟପାଟଣା ଚିନ୍ତା । ଲକଡାଉନ ଯୋଗୁଁ ଫସି ରହିଥିବା ଶ୍ରମିକମାନେ କାମଧନ୍ଦା ହରାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

hundreds of labours are returnin
ଚାଲିଚାଲି ଘରକୁ ଫେରୁଛନ୍ତି ଶହ ଶହ ଶ୍ରମିକ

ବିଗତ କିଛିଦିନ ହେଲା ପଡୋଶୀ ରାଜ୍ୟ ତଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ ଆଦି ରାଜ୍ୟରୁ ଓଡିଶା ଆସି ବିଭିନ୍ନ କଳ କାରଖାନାରେ କାମଧନ୍ଦା କରୁଥିବା ଶ୍ରମିକ ଶ୍ରେଣୀ ଲୋକେ ନିଜନିଜ ରାଜ୍ୟକୁ ଫେରି ଯାଉଛନ୍ତି । ଯାହାକି କୋରୋନା ମହାମାରୀର ଭୟାବହତାକୁ ସ୍ପଷ୍ଟ ଇଙ୍ଗିତ କରୁଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.