ETV Bharat / state

ଜାମୁନାଳି ଗ୍ରାମବାସୀଙ୍କ କାଳ ସାଜିଛି ହିଞ୍ଜୁଳି ନାଳ

ଲୋକଙ୍କ ଯାତାୟତରେ ପ୍ରତିବନ୍ଧକ ସାଜିଛି ରିଆମାଳ ବ୍ଲକ ଗୋହିଡା ଓ ଜାମୁନାଳି ଗାଁ ମଧ୍ୟରେ ପ୍ରବାହିତ ହେଉଥିବା ହିଞ୍ଜୁଳି ନାଳ। ବର୍ଷାଋତୁରେ ନାଳରେ ବନ୍ୟା ଆସିବା ଫଳରେ ଉଭୟ ଗାଁ ସମେତ ଆଖପାଖ 5 ଖଣ୍ଡ ଗାଁ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡୁଛି । ଅଧିକ ଖବର ପଢନ୍ତୁ...

author img

By

Published : Aug 6, 2020, 4:48 PM IST

ନାହିଁ ପୋଲ;  ହିଞ୍ଜୁଳି ନାଳ ଗ୍ରାମବାସୀଙ୍କ ପାଇଁ ସାଜିଛି କାଳ

ଦେବଗଡ: ଲୋକଙ୍କ ଯାତାୟତରେ ପ୍ରତିବନ୍ଧକ ସାଜିଛି ରିଆମାଳ ବ୍ଲକ ଗୋହିଡା ଓ ଜାମୁନାଳି ଗାଁ ମଧ୍ୟରେ ପ୍ରବାହିତ ହେଉଥିବା ହିଞ୍ଜୁଳି ନାଳ। ବର୍ଷାଋତୁରେ ନାଳରେ ବନ୍ୟା ଆସିବା ଫଳରେ ଉଭୟ ଗାଁ ସମେତ ଆଖପାଖ 5 ଖଣ୍ଡ ଗାଁ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡୁଛି । ସାଧାରଣତଃ ବର୍ଷାଋତୁରେ ଗୋହିଡା ଓ ଜାମୁନାଳି ସମେତ ଆଖପାଖରେ ଥିବା ଟାପତାଇଲା, ଲୁଗାପଡା ଓ ରେଙ୍ଗାଳପାଲି ଆଦି ପାଞ୍ଚଖଣ୍ଡ ଗାଁର ଲୋକଙ୍କ ପାଇଁ ଦୁଃଖ ପାଲଟିଛି ଏହି ନାଳ ।

ବର୍ଷା ଯୋଗୁଁ ଏହି ନାଳରେ ବନ୍ୟା ଆସିବା ଫଳରେ ଗାଁ ଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡୁଛି । ଫଳରେ ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ବର୍ଷା ଚାରିମାସ ପିଲାଙ୍କ ସ୍କୁଲ ଯିବା ହେଉ କିମ୍ବା ଲୋକଙ୍କ ଚାଉଳ ଓ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଯିବା ହେଉ , ନାଳ ଯୋଗୁଁ ଯାତାୟତରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ।

ଜରୁରୀ କାଳୀନ ପରିସ୍ଥିତିରେ ଲୋକେ ବିପଦଜନକ ଭାବେ ନାଳ ପାରିହୋଇ ଯାତାୟତ କରୁଛନ୍ତି । ବର୍ଷବର୍ଷ ଧରି ଅଞ୍ଚଳବାସୀ ଏଭଳି ଦୁର୍ଦ୍ଦଶା ଭୋଗି ଆସୁଥିଲେ ବି ଏହି ସମସ୍ୟା ଏପର୍ଯ୍ୟନ୍ତ ପ୍ରଶାସନର ଦୃଷ୍ଟିଗୋଚର ହୋଇପାରିନାହିଁ।

ଏହି ନାଳରେ ପୋଲଟିଏ ନିର୍ମାଣ କରି ଯାତାୟତ ବ୍ୟବସ୍ଥାକୁ ସୁଗମ କରିବାକୁ ଅଞ୍ଚଳବାସୀ ଆଜକୁ ଦୀର୍ଘବର୍ଷ ହେଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି । ହେଲେ ଏହାର କୌଣସି ସୁଫଳ ମିଳିପାରିନାହିଁ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.