ETV Bharat / state

ଆଠବର୍ଷ ହେଲା ରୋଗ ଶଯ୍ୟାରେ ବନମାଳୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ - man need govt help

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦୀର୍ଘ ଆଠବର୍ଷ ହେଲା ଅଜଣା ରୋଗରେ ଛଟପଟ ହେଉଛନ୍ତି ଦେବଗଡର ବନମାଳୀ ମୁଣ୍ଡା । ସରକାରୀ ସହାୟତା ପାଲଟିଛି ସ୍ବପ୍ନ । ଅଧିକ ପଢନ୍ତୁ...

ଆଠବର୍ଷ ହେଲା ରୋଗ ଶଯ୍ୟାରେ ବନମାଳୀ , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

author img

By

Published : Nov 5, 2021, 7:13 AM IST

ଦେବଗଡ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦୀର୍ଘ ଆଠବର୍ଷ ହେଲା ଅଜଣା ରୋଗରେ ଛଟପଟ ହେଉଛନ୍ତି ଦେବଗଡ ରାଇତାଳର ବନମାଳୀ ମୁଣ୍ଡା । ବୟସ ପାଖାପାଖି 60 ହେବ । ଆଜକୁ ଦୀର୍ଘ ଆଠବର୍ଷ ହେଲା କୌଣସି ଅଜଣା ରୋଗରେ ପୀଡିତ ହୋଇ ସେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି । ନା ତାଙ୍କର ମୁହଁ ଖୋଲୁଛି ନା ହାତଗୋଡ଼ ଚଳ ପ୍ରଚଳ କରି ପାରୁଛନ୍ତି । ଏକ ପ୍ରକାର ଦିବ୍ୟାଙ୍ଗ ଅବସ୍ଥାରେ ପଡି ରହିଛନ୍ତି ବନମାଳୀ । ଚିକିତ୍ସା ପାଇଁ ନିଜର ଜମିବାଡ଼ି ବିକ୍ରୟ କରି ସର୍ବସାନ୍ତ ହେବାପରେ ମଧ୍ୟ ଆରୋଗ୍ୟ ଲାଭ କରିପାରି ନାହାନ୍ତି ସେ ।

ଆଠବର୍ଷ ହେଲା ରୋଗ ଶଯ୍ୟାରେ ବନମାଳୀ , ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଅର୍ଥାଭାବରୁ ଅଧିକ ଚିକିତ୍ସା କରାଇ ନ ପାରି ଶଯ୍ୟାରେ ପଡି ରହିଛନ୍ତି । ସ୍ତ୍ରୀ ଓ ଦୁଇ ପୁଅ ପର ଘରେ ମୂଲ ମଜୁରୀ କରି ଦୁଃଖ କଷ୍ଟରେ ପରିବାର ଚଳାଉଛନ୍ତି । ସରକାରୀ ସହାୟତା ପାଲଟିଛି ସ୍ବପ୍ନ । ତେବେ, ଗତ କିଛିଦିନ ହେଲା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଛନ୍ତି ଏହି ପରିବାର । ପାଇଛନ୍ତି ସ୍ମାର୍ଟ ହେଲଥ କାର୍ଡ । ହେଲେ, ଅର୍ଥାଭାବରୁ ବଡ ଡାକ୍ତରଖାନା ପର୍ଯ୍ୟନ୍ତ ଯିବାପାଇଁ ମଧ୍ୟ ସାହସ ଜୁଟାଇ ନପାରି ଭାଗ୍ୟକୁ ଆଦରି ନିଜ ଘରେ ପଡିରହିଛନ୍ତି ବୃଦ୍ଧ ଜଣକ ।

ଦେବଗଡ଼ରୁ ସରୋଜ ଶତପଥି , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.