ETV Bharat / state

ସରକାରୀ ଯୋଜନା ଅପହଞ୍ଚ, ଭଙ୍ଗା ଦଦରା ଘରେ ବିତୁଛି ବିଧବା ମହିଳାଙ୍କ ଜୀବନ

author img

By

Published : Nov 10, 2020, 6:37 PM IST

ସରକାର ପକ୍କା ଘର ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଦେବଗଡ ଜିଲ୍ଲାର ମଲେହିପଡା ଗ୍ରାମର ବିଧବା ମହିଳା ଏଥିରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Govt. scheme inaccessible: Widowed woman stayed in broken home
ସରକାରୀ ଯୋଜନା ଅପହଞ୍ଚ, ଭଙ୍ଗା ଦଦରା ଘରେ ବିତୁଛି ବିଧବା ମହିଳାଙ୍କ ଜୀବନ

ଦେବଗଡ଼: ଜିଲ୍ଲାର ରିଆମାଳ ବ୍ଲକ ମଲେହିପଡା ଗ୍ରାମରେ ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ 2 ସନ୍ତାନଙ୍କ ସହ ବିଧବା ମହିଳା ରହୁଛନ୍ତି । ସରକାରଙ୍କ ଆବାସ ଯୋଜନା ମାଧ୍ୟମରେ ଘର ଖଣ୍ଡିଏ ପାଇଁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରୁଥିଲେ ମଧ୍ୟ ଘର ପାଇନଥିବା ଅଭିଯୋଗ ହୋଇଛି ।

ମଲେହିପଡା ଗ୍ରାମରେ 6 ଓ 8 ବର୍ଷର ଶିଶୁପୁତ୍ରଙ୍କୁ ଧରି ବିଧବା ମହିଳା କାଞ୍ଚନ ସୁନା ଭଙ୍ଗା ଦଦରା ଘରେ ବାସ କରୁଛନ୍ତି । ଚାଳ ଘରର ଛାତ କଣା ହୋଇ ଖରାବର୍ଷା କୋପର ଶିକାର ହେଉଥିବା ବେଳେ ଚାରି କାନ୍ଥ ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି । ତେବେ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ପାଇଁ 3ବର୍ଷ ଧରି ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ରିଆମାଳ ବିଡ଼ିଓ ଏବଂ ଦେବଗଡ଼ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପକ୍କା ଘରଟିଏ ପାଇ ନଥିବା ଜଣାପଡିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତ୍ୟେକ ଗରିବ ବାସହୀନ ପରିବାରକୁ ପକ୍କା ବାସଗୃହ ଯୋଗାଇ ଦିଆଯାଉଥିବା ପ୍ରଶାସନ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ହେଲେ, ଦୀର୍ଘ ତିନିବର୍ଷ ହେଲା ପକ୍କା ବାସଗୃହ ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଛନ୍ତି ବିଧବା ମହିଳା ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.