ଦେବଗଡ଼ : ଜିଲ୍ଲାରେ ବିଫଳ ହୋଇଛି ସରକାରଙ୍କ ନିରାମୟ ଯୋଜନା । ଏହି ଯୋଜନାରେ ସରକାରୀ ନିର୍ଦ୍ଦେଶାବଳୀକୁ ଖୋଲା ଉଲଂଘନ କରି ଔଷଧ କିଣାରେ ବ୍ୟାପକ ଅନିୟମିତତା କରିଥିବା ଭଳି ସାଂଘାତିକ ଅଭିଯୋଗ ଆସିବା ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କୁ ରାଜ୍ୟ ମାନବାଧିକାର ଆୟୋଗ କମିଶନ କୈଫିୟତ ତଲବ ପାଇଁ ନୋଟିସ ଜାରି କରିଥିବା ଜଣାଯାଇଛି ।
ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ନିରାମୟ ଯୋଜନା ବିଫଳ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ 'ମୋ ସରକାର' ଯୋଜନା ମାଧ୍ୟମରେ ଅନ୍ତର୍ଭୁକ୍ତ କରିଛନ୍ତି । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନଙ୍କୁ ମାଗଣାରେ ନିରାମୟ କାଉଣ୍ଟରରୁ ଔଷଧ ଯୋଗାଇ ଦିଆଯାଉଛି । ଡାକ୍ତର ମାନେ ଲେଖୁଥିବା କୌଣସି ଔଷଧ ନିରାମୟ କାଉଣ୍ଟରରେ ନମିଳିଲେ, ରାଜ୍ୟ ନିରାମୟ ଅଟକଳରୁ ଶତକଡା 20 ଭାଗ ଅର୍ଥ ସରକାରୀ ଡାକ୍ତରଖାନା ଗୁଡିକୁ ଦିଆଯାଉଥିବା ଟଙ୍କାରୁ ତାଲିକା ଭୁକ୍ତ ବେସରକାରୀ ଔଷଧ ଦୋକାନରୁ କ୍ରୟ କରି ଦେବାପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତାଙ୍କ ଚିଠି ସଂଖ୍ୟା 25532, 15/10/2019 ତାରିଖରେ କଡା ନିର୍ଦ୍ଦେଶ କରିଛନ୍ତି । ଯଦି ନିରାମୟ ବଜେଟରୁ ଦିଆଯାଉଥିବା 20 ପ୍ରତିଶତ ଟଙ୍କା ସମାପ୍ତ ହୋଇ ଯାଇଥାଏ , ତେବେ ମଧ୍ୟ ଡାକ୍ତରଖାନା କତ୍ତୃପକ୍ଷ ତାଲିକା ଭୁକ୍ତ ବେସରକାରୀ ଔଷଧ ଦୋକାନରୁ କ୍ରୟ କରି ରୋଗୀ ମାନଙ୍କୁ ଯୋଗାଇ ଦେବେ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ରୋଗୀମାନେ ନିଜ ପକେଟରୁ ଖର୍ଚ୍ଚ କରି ଔଷଧ କ୍ରୟ କରିବେ ନାହିଁ ବୋଲି ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ନିରାମୟ ଯୋଜନା ବିଫଳ କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା , ଏହି ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଦେବଗଡ଼ ଜିଲ୍ଲା ମୁଖୟ ଚିକିତ୍ସାଳୟ ପାଇଁ ବର୍ତ୍ତମାନ ଯାଏଁ ଏମପେନାଲଟ ଘରୋଇ ଔଷଧ ଦୋକାନ ନିର୍ଦ୍ଧାରଣ କରାଯାଇନାହିଁ । ଫଳରେ ରାଜ୍ୟ ସରକାରଙ୍କ 'ମୋ ସରକାର' ଯୋଜନା ଦେବଗଡ଼ ଜିଲ୍ଲାରେ ବିଫଳ ହୋଇଥିବା ବେଳେ, ନିରାମୟ ଯୋଜନା ମଧ୍ୟ ଲକ୍ଷଚ୍ୟୁତ ହୋଇଛି । ସେପଟେ ନିରାମୟ କାଉଣ୍ଟରରୁ ମିଳୁନଥିବା ଔଷଧ ରୋଗୀମାନେ ଚଢା ଦାମ ଦେଇ ବାହାରୁ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି କିମ୍ବା କ୍ରୟ କରିନପାରି ନିରାଶ ହୋଇ ଫେରୁଛନ୍ତି । ଏ ବିଷୟ ନେଇ ଜିଲ୍ଲାର ସମାଜସେବୀ ତଥା ପୂର୍ବତନ ଜିଲ୍ଲା ନାଗରିକ କମିଟି ସଭାପତି ସୁଧୀର କୁମାର କପରଦାର ରାଜ୍ୟ ମାନବ ଅଧିକାର କମିଶନରଙ୍କ ଠାରେ ଅଭିଯୋଗ କରିଛନ୍ତି । ରାଜ୍ୟ ମାନବ ଅଧିକାର କମିଶନ ଏହି ମାମଲାକୁ ବିଚାରକୁ ନେଇ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କୁ କୈଫିୟତ ମାଗିଛନ୍ତି । ଏହି କେଶ 1300/2000 ନମ୍ବରରେ ପଞ୍ଜିକୃତ ହୋଇଛି । ଏସମ୍ପର୍କରେ ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ 2019 ମସିହା ସୁଦ୍ଧା ରାଜ୍ୟ ସରକାର ଏଥିପାଇଁ 36.5 ଲକ୍ଷ ଟଙ୍କାରୁ ଅଧିକ ଅନୁଦାନ ଯୋଗାଇ ସାରିଲେଣି । କିନ୍ତ, ନିଜ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନିମ୍ନରେ ଡା. ଉପାଧ୍ୟାୟ ଏମପେନାଲଟ ଘରୋଇ ଔଷଧ ଦୋକାନ ପରିବର୍ତ୍ତେ ଏଣୁତେଣୁ ନିମ୍ନମାନର ଔଷଧ କ୍ରୟ କରି ରାଜ୍ୟ ସରକାରଙ୍କ ନିୟମକୁ ଅଣଦେଖା କରିଚାଲିଛନ୍ତି ବୋଲି ସମାଜସେବୀ ଶ୍ରୀ କପରଦାର ଏକ ପ୍ରେସ ବିବୃତିରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ, ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉପାଧ୍ୟାୟଙ୍କୁ ଏହି ଅଭିଯୋଗ ସମ୍ପର୍କରେ ଆମ ପ୍ରତିନିଧି ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରି ଦେଇଥିଲେ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ