ETV Bharat / state

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, 2 ଅଭିଯୁକ୍ତ ଗିରଫ

ଟ୍ୟୁସନ ଫେରନ୍ତା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଏଭଳି ଏକ ଦୁଃଖଦ ଓ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, 2 ଅଭିଯୁକ୍ତ ଗିରଫ
vସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, 2 ଅଭିଯୁକ୍ତ ଗିରଫ
author img

By

Published : Sep 25, 2021, 8:22 PM IST

Updated : Sep 25, 2021, 8:38 PM IST

ଦେବଗଡ଼: ଟ୍ୟୁସନ ଫେରନ୍ତା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଏଭଳି ଏକ ଦୁଃଖଦ ଓ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ 22 ତାରିଖ ବୁଧବାର ଦିନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଟ୍ୟୁସନ ସାରି ସାଇକେଲ ଯୋଗେ ଫେରୁଥିବା ବେଳେ, ଏକ ଜଙ୍ଗଲିଆ ରାସ୍ତାରେ କଙ୍କରଖୋଲ ଗ୍ରାମର ହୃଷିକେଶ ବାଦୀଙ୍କ ପୁଅ ସୁବାସ ଓ କୁମର ବାଦୀଙ୍କ ପୁଅ ଚିନ୍ମୟ ବାଇକ ଯୋଗେ ଆସି ବଳପୂର୍ବକ ନାବାଳିକା ଜଣଙ୍କୁ ଗଣ ଦୁଷ୍କର୍ମ କରିଥିଲେ ।

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, 2 ଅଭିଯୁକ୍ତ ଗିରଫ

ପରେ ଏସମ୍ପର୍କରେ ପୀଡିତା ଛାତ୍ରୀ ଜଣକ ଘରକୁ ଆସି ତାଙ୍କ ସମ୍ପର୍କୀୟଙ୍କୁ ସବୁକଥା କହିଥିଲେ । ପୀଡିତାଙ୍କ ପିତାମାତା ଓ ସମ୍ପର୍କୀୟ ରିଆମାଳ ଥାନାକୁ ଆସି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ରିଆମାଳ ପୋଲିସ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କଙ୍କରଖୋଲ ଗାଁରୁ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରାଯାଇଛି । ଦେବଗଡ଼ ଏସପି ରାଜକିଶୋର ପାଇକରାୟ, ଏସଡ଼ିପିଓ ପ୍ରତ୍ୟୁଷ ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

ଅପରପକ୍ଷରେ, ଜିଲ୍ଲାରେ ଘଟିଯାଇଥିବା ଏଭଳି ଲଜ୍ଜାଜନକ ଘଟଣାକୁ ଓଡିଶା ଡ୍ରାଇଭର ମହାସଂଘ ଦେବଗଡ଼ ଶାଖା ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ, ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଓ ପୀଡିତା ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : Sep 25, 2021, 8:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.