ETV Bharat / state

ଦେବଗଡରେ ଲଗାଣ ବର୍ଷା, ଜଳବନ୍ଦୀ ଆମ୍ବଗାଁ

author img

By

Published : Aug 26, 2020, 10:07 PM IST

ଦେବଗଡ଼ ଜିଲ୍ଲାରେ ଲାଗିରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ବୁଧବାର ବାରକୋଟ ବ୍ଲକ ସିଂଘଶାଳ ପଞ୍ଚାୟତ ଅନ୍ତର୍ଗତ ଆମ୍ବଗାଁ ଜଳ ଘେରରେ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲଗାଣ ବର୍ଷା ଜାରି, ଜଳ ଘେରରେ ଆମ୍ବଗାଁ
ଲଗାଣ ବର୍ଷା ଜାରି, ଜଳ ଘେରରେ ଆମ୍ବଗାଁ

ଦେବଗଡ଼: ଗତ ଦୁଇଦିନ ଧରି ଦେବଗଡ଼ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ଦେବଗଡ଼ ଜିଲ୍ଲାରେ ଲାଗିରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ବୁଧବାର ବାରକୋଟ ବ୍ଲକ ସିଂଘଶାଳ ପଞ୍ଚାୟତ ଅନ୍ତର୍ଗତ ଆମ୍ବଗାଁ ଜଳବନ୍ଦୀ ହୋଇଛି । ଦୀର୍ଘ ସମୟ ଧରି ଲାଗିରହିଥିବା ବର୍ଷା ଫଳରେ ଗାଁରେ ବନ୍ୟାଜଳ ନିଷ୍କାସନ ହୋଇନପାରି ଗାଁ ମୁଖ୍ୟ ରାସ୍ତାରେ 3/4 ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।

ଲଗାଣ ବର୍ଷା ଜାରି, ଜଳ ଘେରରେ ଆମ୍ବଗାଁ
ଲଗାଣ ବର୍ଷା ଜାରି, ଜଳ ଘେରରେ ଆମ୍ବଗାଁ

ଫଳରେ ଲୋକେ ନିଜନିଜ ଘରେ ଜଳବନ୍ଦୀ ହୋଇ ରହିଛନ୍ତି । ଅନେକ ଘରେ ପାଣି ପଶିଯାଇଥିବାରୁ ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଲଗାଣ ବର୍ଷାରେ ଗାଁର ଅନେକ ଘରର କାନ୍ଥ ଭାଙ୍ଗିଯାଇଥିବା ମଧ୍ୟ ସୂଚନା ମିଳିଛି । ଆମ୍ବଗାଁ ଜଳ ଘେରରେ ଥିବା ସମ୍ପର୍କରେ ଖବର ପାଇ ପ୍ରଶାସନ ପକ୍ଷରୁ ବାରକୋଟ ତହସିଲଦାର ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ତିଳେଇବଣି ଓ ରିଆମାଳ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଓ ବିଭିନ୍ନ ଗ୍ରାମାଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି ।

ଲଗାଣ ବର୍ଷା ଜାରି, ଜଳ ଘେରରେ ଆମ୍ବଗାଁ
ଲଗାଣ ବର୍ଷା ଜାରି, ଜଳ ଘେରରେ ଆମ୍ବଗାଁ

ଜିଲ୍ଲାର ବ୍ରହ୍ମଣୀ, ଟିକିରା, ହିଞ୍ଜୁଳି ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବର୍ଷା ଲାଗିରହିଲେ ଆଗକୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ଦେଖାଦେଇଛି । ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 94- 93 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ, ବର୍ଷା ଜନିତ କ୍ଷୟକ୍ଷତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବ୍ୟସ୍ତ କରାଯାଇଥିବା ଜଣାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.