ETV Bharat / state

ଦେବଗଡରେ ଅଣାୟତ ଜଙ୍ଗଲ ନିଆଁ: ପାଉଁଶ ବୃକ୍ଷରାଜି, ଆଖି ବୁଜୁଛନ୍ତି ବନ୍ୟଜନ୍ତୁ - ଅଣାୟତ୍ତ ହେଉଛି ଜଙ୍ଗଲ ନିଆଁ ଦେବଗଡ

ଗତ କିଛିଦିନ ହେବ ଦେବଗଡ ବନଖଣ୍ଡ ଅଧୀନସ୍ଥ ଜଙ୍ଗଲରେ ନିଆଁ ଲାଗିରହିଛି । ଫଳରେ ପ୍ରତିଦିନ ବହୁସଂଖ୍ୟାରେ ମୂଲ୍ୟବାନ ବୃକ୍ଷରାଜି ନଷ୍ଟହେବା ସହ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି । ଅଧିକ ପଢନ୍ତୁ...

ଦେବଗଡରେ ଅଣାୟତ ହେଉଛି ଜଙ୍ଗଲ ନିଆଁ: ନଷ୍ଟ ହେଉଛି ବୃକ୍ଷରାଜି, ଆଖି ବୁଜୁଛନ୍ତି ବନ୍ୟଜନ୍ତୁ

author img

By

Published : Mar 3, 2021, 9:28 PM IST

ଦେବଗଡ: ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ନିମିଷକ ମଧ୍ୟରେ ଜଳିପୋଡି ଛାରଖାର ହୋଇଯାଉଛି ବହୁ ମୂଲ୍ୟବାନ ବୃକ୍ଷରାଜି । ଜଙ୍ଗଲ ନିଆଁରୁ ନିସ୍ତାର ପାଉନାହାନ୍ତି ବନ୍ୟଜନ୍ତୁ ଓ ସରିସୃପ । ଅସ୍ଵାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା । ବିଗତ କିଛିଦିନ ହେଲା ବଣପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।

ଦେବଗଡରେ ଅଣାୟତ ହେଉଛି ଜଙ୍ଗଲ ନିଆଁ: ନଷ୍ଟ ହେଉଛି ବୃକ୍ଷରାଜି, ଆଖି ବୁଜୁଛନ୍ତି ବନ୍ୟଜନ୍ତୁ
ଦେବଗଡ଼ ବନଖଣ୍ଡ ଅଧୀନସ୍ଥ ପ୍ରଧାନପାଟ, କୁରୁଡ଼କୋଟ, ହଦମୁଣ୍ଡା, ଚଡକମରା, ରମ୍ଭାଦେବୀ ଓ ରାଞ୍ଚି ବିଜୟୱାଡା ରାସ୍ତାକଡ଼ରେ ଥିବା ସଂରକ୍ଷିତ ଜଙ୍ଗଲରେ ନିଆଁଲାଗିଛି । ଏହି ନିଆଁରେ ପ୍ରତିଦିନ ଜଳିପୋଡି ଛାରଖାର ହୋଇଯାଉଛି ବହୁସଂଖ୍ୟାରେ ମୂଲ୍ୟବାନ ବୃକ୍ଷରାଜି । ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଦିନକୁଦିନ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଉଛି ଜିଲ୍ଲାର ତାପମାତ୍ରା । ନିଜର ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ବିଭିନ୍ନ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ, ଏହାକୁ ଲିଭାଇବାରେ ବନଭିଭାଗ କର୍ମଚାରୀମାନେ ନାକେଦମ ହୋଇ ସାରିଲେଣି । ତଥାପି ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ । ବରଂ ଏହି ନିଆଁ ଉଦବେଗଜନକ ଭାବେ ଅଧିକ ରୁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ବନବିଭାଗ ପକ୍ଷରୁ ଏଦିଗରେ ଯଦି କୌଣସି ଦୃଢ଼ ପଦକ୍ଷେପ ନ ନେଲେ ତେବେ ଆଗାମୀଦିନରେ ଜିଲ୍ଲାରୁ ଜଙ୍ଗଲ ସମ୍ପଦ ସମ୍ପୂର୍ଣ୍ଣ ଲୋପ ପାଇଯିବା ସହ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କାକୁ ଅସ୍ୱୀକାର କରାଯାଇନପାରେ ।ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.