ଦେବଗଡ଼: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ 49 ନମ୍ବର ଜାତୀୟ ରାଜପଥର ନୂଆଁଭୁଇଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଦୁଇ ଜଣ ଏକ ସ୍କୁଟିରେ ରାଜପଥରେ ଆସୁଥିବାବେଳେ ସେମାନଙ୍କୁ ପଛରୁ ଏକ ପିଆଜ ବୋଝେଇ ଟ୍ରକ ଧକ୍କା ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ବୟ କଂସର ଫାଣ୍ଡି ଅଧିନ ପାଳକୁଦର ଗ୍ରାମର ବୋଲି ଜଣାପଡିଛି । ମୃତକ ଦ୍ବୟ ପାଲକୁଦର ଗାଁରୁ ଦେବଗଡ଼ ଅଭିମୁଖେ ଆସୁଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ