ETV Bharat / state

ଶୁଖିଗଲାଣି ଜଳାଶୟ: ଉଜୁଡି ଗଲାଣି ଚାଷ, ଚିନ୍ତାରେ ଚାଷୀ - farmers are-tension in Deogarh

ଶୁଖିଗଲାଣି ଜଳାଶୟ । ଉଜୁଡି ଗଲାଣି ଚାଷ କାର୍ଯ୍ୟ । ଜଳାଶୟ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରିଆସୁଥିବା ଚାଷୀ ଏବେ ଚିନ୍ତାରେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ବାରକୋଟ ବ୍ଲକର ଦନ୍ତାରିବାହାଲ ଗାଁରେ । ଅଧିକ ପଢନ୍ତୁ...

farmers are-tension in Deogarh
ଶୁଖିଗଲାଣି ଜଳାଶୟ, ଉଜୁଡି ଗଲାଣି ଚାଷ, ଚିନ୍ତାରେ ଚାଷୀ
author img

By

Published : May 8, 2021, 7:37 PM IST

ଦେବଗଡ଼: ଶୁଖିଗଲାଣି ଜଳାଶୟ । ଉଜୁଡି ଗଲାଣି ଚାଷ କାର୍ଯ୍ୟ । ଜଳାଶୟ ଉପରେ ନିର୍ଭର କରି ଚାଷକାର୍ଯ୍ୟ କରିଆସୁଥିବା ଚାଷୀ ଏବେ ଚିନ୍ତାରେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ବାରକୋଟ ବ୍ଲକର ଦନ୍ତାରିବାହାଲ ଗାଁରେ ।

ଶୁଖିଗଲାଣି ଜଳାଶୟ, ଉଜୁଡି ଗଲାଣି ଚାଷ, ଚିନ୍ତାରେ ଚାଷୀ
ବାରକୋଟ ବ୍ଲକ ଅନ୍ତର୍ଗତ ଦନ୍ତାରିବାହାଳ ଗାଁର ମୁଖ୍ୟ ଜଳାଶୟ ହେଲା ଗାଁ ମୁଣ୍ଡରେ ଥିବା ବଡ଼ କଟା । ଏହି କଟାଟି ବର୍ଷ ତମାମ ଗ୍ରାମବାସୀଙ୍କୁ ପର୍ଯ୍ୟାପ୍ତ ଜଳ ଯୋଗାଇ ଆସିଥାଏ । ଏହି କଟା ଉପରେ ନିର୍ଭର କରି ଗ୍ରାମର ପ୍ରାୟ 200 ଚାଷୀ ବିଭିନ୍ନ ପନିପରିବା ଓ ରବି ଜାତୀୟ ଫସଲ ଅମଳ କରି ଦୁଇପାଇସା ରୋଜଗାର କରିଥାନ୍ତି ।

ମାତ୍ର, ବିଡ଼ମ୍ବନାର ବିଷୟ ହେଲା ଦନ୍ତାରିବାହାଳ ପଞ୍ଚାୟତ ପକ୍ଷରୁ ଖୋଳା ଯାଇଥିବା ଏହି କଟାଟି ଆଜକୁ ଦୀର୍ଘ ବର୍ଷ ହେଲା ପୁନରୁଦ୍ଧାର କରାଯାଇନାହିଁ । ତେଣୁ କିଛିବର୍ଷ ହେବ କଟାଟି ପୋତି ହୋଇ ଯିବାକୁ ବସିଛି ।

ପ୍ରତିବର୍ଷ ମାର୍ଚ୍ଚ ପହିଲା ଠାରୁ କଟାଟି ଶୁଖିଯାଉଥିବାରୁ ଏହା ଉପରେ ନିର୍ଭରଶୀଳ ଗ୍ରାମବାସୀ ନାହିଁ ନଥିବା ଜଳକଷ୍ଟ ଭୋଗୁଛନ୍ତି । ସେପଟେ ଶହ ଶହ ଏକର ଚାଷଜମିରେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ଉଜୁଡି ଯାଉଛି । ଫଳରେ ଚାଷୀକୂଳ ଏଥିରେ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ଜଳାଶୟର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ ।

ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କଟାର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.