ETV Bharat / state

ଦେବଗଡ ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ - ଦେବଗଡ ବନଖଣ୍ଡ ଖବର

ଦେବଗଡ ବନଖଣ୍ଡ ଅଧିନ ବଡ ତଇଲା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ । ବନବିଭାଗ ପକ୍ଷରୁ ଏହି ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇ ପୋତି ଦିଆଯାଇଛି । ଅଧିକ ପଢନ୍ତୁ...

elephant death in deogarh
ଦେବଗଡ ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ
author img

By

Published : Mar 20, 2021, 7:37 AM IST

ଦେବଗଡ: ବଡତଇଲା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ମୃତ୍ୟୁ । ଦେବଗଡ ବନଖଣ୍ଡ ପକ୍ଷରୁ ଏହି ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇ ପୋତି ଦିଆଯାଇଛି ।

ବନବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ବଣାଇ ବନଖଣ୍ଡ ଅଞ୍ଚଳରୁ ଗତକାଲି ଏକ 10/12 ବର୍ଷର ଦନ୍ତାହାତୀ ବାରକୋଟ ରେଞ୍ଜ ଅଧିନ ମରଡଙ୍ଗ ଗାଁ ନିକଟ ବଡ଼ତଇଲା ସଂରକ୍ଷିତ ଜଙ୍ଗଲକୁ ଚାଲି ଆସିଥିବା ବନବିଭାଗ କର୍ମଚାରୀ ମାନେ ଦେଖିଥିଲେ । ହାତୀଟିର ପାଟିରୁ ଲାଳ ବାହାରିବା ସହ ହାତୀଟି ଦୁର୍ବଳ ଥିଲା । ଏ ସମ୍ପର୍କରେ ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ସଢଙ୍ଗୀ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟହ୍ନରେ ହାତୀ ମୃତ୍ୟୁବରଣ କରିଥିଲା ।

ଅସୁସ୍ଥ ହାତୀଟିର ପାଟିରେ ଘା ' ହୋଇଥିବାରୁ ସେ ଖାଦ୍ୟ ଗ୍ରହଣ କରିନପାରି ମୃତ୍ୟୁବରଣ କରିଥିବା ଜଣାଯାଇଛି । ବନବିଭାଗ ପକ୍ଷରୁ ମୃତ ହାତୀଟିର ମୃତଦେହ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି ।

ଦେବଗଡରୁ ସରୋଜ ଶତପଥି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.