ETV Bharat / state

ଦେବଗଡରେ ଥମୁନି ଜଙ୍ଗଲୀ ହାତୀଙ୍କ ଉତ୍ପାତ‌: ପୁଣି ଭାଙ୍ଗିଲେ ଘରଦ୍ୱାର, ଲୋକେ ଭୟଭୀତ - elephant damaged houses

ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ ହାତୀ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ରେଞ୍ଜ ଅଧିନ ସୁବନପାଲି ଓ ମାକରମୁଣ୍ଡା ଗାଁକୁ ହାତୀପଲ ଆସି ବ୍ୟାପକ କ୍ଷତି କରିଥିବା ଜଣାପଡିଛି ।

ଦେବଗଡରେ ନାକଦେମ୍‌ କଲେଣି ହାତୀପଲ, ପୁଣି ଭାଙ୍ଗିଲେ ଘରଦ୍ୱାର

author img

By

Published : Dec 16, 2020, 4:07 PM IST

ଦେବଗଡ: ଦେବଗଡରେ ନାକଦେମ୍‌ କଲେଣି ହାତୀପଲ । ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ରେଞ୍ଜ ଅଧିନ ସୁବନପାଲି ଓ ମାକରମୁଣ୍ଡା ଗାଁକୁ ହାତୀପଲ ଆସି ବ୍ୟାପକ ଧାନ ଫସଲ ଓ ବାଡିବଗିଚା ନଷ୍ଟ କରିବା ସହ ଲୋକଙ୍କ ଘରେ ପଶି ଖାଦ୍ୟଶସ୍ୟ ଖାଇ ଦେଇଛନ୍ତି ।

ଦେବଗଡରେ ନାକଦେମ୍‌ କଲେଣି ହାତୀପଲ, ପୁଣି ଭାଙ୍ଗିଲେ ବାସଗୃହ

କେବଳ ଏତିକି ନୁହଁ, ଏହି ହାତୀପଲ ମାକରମୁଣ୍ଡା ଗାଁର ବୁଧୁ ପ୍ରଧାନ ଓ ମକ ଭୋଇ ନାମକ ଦୁଇଜଣ ଗ୍ରାମବାସୀଙ୍କ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ପକାଇଥିବା ଜଣାଯାଇଛି । ଗତ କିଛିଦିନ ପୂର୍ବରୁ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଲୋକ ମୃତ୍ୟୁବରଣ କରିଥିବା ବେଳେ ଗତକାଲି(ମଙ୍ଗଳବାର) ହାତୀପଲ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

ହାତୀ ଜନିତ କ୍ଷୟକ୍ଷତିର ସଠିକ ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ବନବିଭାଗ ନିକଟରେ ଦାବି କରିଛନ୍ତି । ବଣପାହାଡ଼ ଘେରା ଦେବଗଡ଼ ଜିଲ୍ଲାରେ ହାତୀ ଉପଦ୍ରଵ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ବନବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.