ETV Bharat / state

ଜଳ ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ - ସରକାରଙ୍କ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଲଟିଛି ପ୍ରହସନ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାରଙ୍ଗ ଗାଁସ୍ଥିତ ଦଲଦଲି ପଡ଼ାରେ ବସବାସ କରି ଆସୁଛନ୍ତି 40ଟି ହରିଜନ ପରିବାର । ଏହି 40ଟି ପରିବାର ପାଇଁ ରହିଛି ଗୋଟିଏ ମାତ୍ର ନଳକୂପ । ଏହି ନଳକୂପ ଉପରେ ନିର୍ଭର କରି ଚଳି ଆସୁଛନ୍ତି ଗାଁର ସମସ୍ତ ପରିବାର । ଫଳରେ ଏହି ବସ୍ତିରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ଅଧିକ ପଢନ୍ତୁ...

drinking-water-problem-facing people in-Deogarh
ସରକାରଙ୍କ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଲଟିଛି ପ୍ରହସନ, ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ
author img

By

Published : Jun 5, 2021, 9:38 PM IST

ଦେବଗଡ଼: ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କେତେ କଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ମାତ୍ର, ଦେବଗଡ଼ ଜିଲ୍ଲାର ତାରଙ୍ଗ ଗାଁର ଅବସ୍ଥା ଦେଖିଲେ ସରକାରଙ୍କ ଏସମସ୍ତ ଯୋଜନା ଯେ କେବଳ ପ୍ରହସନ ବ୍ୟତୀତ ଆଉ କିଛି ନୁହଁ, ତାହା ସ୍ପଷ୍ଟ ବାରି ହୋଇପଡୁଛି ।

ସରକାରଙ୍କ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଲଟିଛି ପ୍ରହସନ, ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାରଙ୍ଗ ଗାଁସ୍ଥିତ ଦଲଦଲି ପଡ଼ାରେ ବସବାସ କରି ଆସୁଛନ୍ତି 40ଟି ହରିଜନ ପରିବାର । ଏହି 40ଟି ପରିବାର ପାଇଁ ରହିଛି ଗୋଟିଏ ମାତ୍ର ନଳକୂପ । ଏହି ନଳକୂପ ଉପରେ ନିର୍ଭର କରି ଚଳି ଆସୁଛନ୍ତି ଗାଁର ସମସ୍ତ ପରିବାର । ଫଳରେ ଏହି ବସ୍ତିରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ପାଣି ମୁନ୍ଦାଏ ପାଇବା ପାଇଁ ବସ୍ତି ବାସିନ୍ଦା ଡହଳ ବିକଳ ହେଉଥିବାବେଳେ ନଳକୂପ ଆଗରେ ମହିଳାମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଛନ୍ତି । ଗୋଟିଏ ମାତ୍ର ନଳକୂପ 40 ପରିବାରଙ୍କ ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବାରେ ସକ୍ଷମ ହୋଇପାରୁନାହିଁ ।

ବିଡ଼ମ୍ବନାର ବିଷୟ ହେଲା, ତାରଙ୍ଗ ଗାଁରେ ପ୍ରଶାସନ ପକ୍ଷରୁ ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ, ସେଥିରୁ ଏହି ବସ୍ତିକୁ ଏଯାଏଁ ପାନୀୟ ଜଳ ସଂଯୋଗ ଦିଆଯାଇ ପାରିନାହିଁ । ବସ୍ତିରେ 40 ପରିବାର ପାଇଁ ନାମକୁ ମାତ୍ର ରହିଛି ଗୋଟିଏ ଷ୍ଟାଣ୍ଡ ପୋଷ୍ଟ । ଏହି ଷ୍ଟାଣ୍ଡ ପୋଷ୍ଟଟି ଦେଇ ପ୍ରଶାସନ ନିଜ ଦାୟିତ୍ୱ ସମ୍ପାଦନ କରି ଚୁପ ବସିଛି । ହେଲେ ସେହି ଷ୍ଟାଣ୍ଡପୋଷ୍ଟରେ ମଧ୍ୟ ପାନୀୟ ଜଳ ଆସୁନଥିବା ଓ ପାନୀୟ ଜଳ ଛାଡିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ଗୁରୁତର ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା ।

ଜିଲ୍ଲାରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଥିବାବେଳେ, ଲୋକଙ୍କ ପାନୀୟ ଜଳ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି । ତେଣୁ ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ଯୋଗାଇ ଦିଆନଗଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତଃ ହେବାର ଆଶଙ୍କା ଦେଖାଦେଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.