ETV Bharat / state

ଦୁଆରି ମୁଣ୍ଡାଙ୍କୁ କେବେ ମିଳିବ ସରକାରୀ ସହାୟତା ? ଦୁର୍ଦ୍ଦିନରେ ବିତୁଛି ଦିନ - ସରକାରୀ ସହାୟତା

ଦୁର୍ଘଟଣାରେ ଡାହାଣ ହାତ ଚାଲିଯିବା ପରେ କାମଧନ୍ଦା କରିନପାରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଚୈତନପାଲି ଗ୍ରାମର ଦୁଆରି ମୁଣ୍ଡା । କୌଣସି ସରକାରୀ ସାହାଯ୍ୟ ମିଳୁ ନଥିବାରୁ ଏବେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି ଏହି ପରିବାର । ଅଧିକ ପଢନ୍ତୁ

ଦୁଆରି ମୁଣ୍ଡା
ଦୁଆରି ମୁଣ୍ଡା
author img

By

Published : Nov 18, 2021, 6:44 AM IST

ଦେବଗଡ: ଦୁର୍ଘଟଣାରେ ଡାହାଣ ହାତ ଚାଲିଯିବା ପରେ କାମଧନ୍ଦା କରିନପାରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଚୈତନପାଲି ଗ୍ରାମର ଦୁଆରି ମୁଣ୍ଡା । କୌଣସି ସରକାରୀ ସାହାଯ୍ୟ ମିଳୁ ନଥିବାରୁ ଏବେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି ଏହି ପରିବାର । ଦେବଗଡ ବାରକୋଟ ବ୍ଲକ ଦନ୍ତାରିବାହାଳ ପଞ୍ଚାୟତର ଚୈତନପାଲି ଗାଁ ରେ ବସବାସ କରନ୍ତି ଦୁଆରି ମୁଣ୍ଡା । ବୟସ ପାଖାପାଖି 45 ବର୍ଷ ହେବ । ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ଚଳାଇ ଆସୁଥିଲେ ଦୁଆରି । ହେଲେ ଗତବର୍ଷ ଦୀପାବଳି ଦିନ ନିଜ ଘରେ ପଡିଥିବା ଏକ ବାଣକୁ ବାହାରକୁ ଫୋପାଡି ଦେବା ବେଳେ ଦୁର୍ଭାଗ୍ୟ ବଶତଃ ତାହା ହାତରେ ଫୁଟି ଯାଇଥିଲା । ଫଳରେ ଲହୁଲୁହାଣ ଅବସ୍ଥାରେ ଦୁଆରିଙ୍କୁ ସ୍ଥାନୀୟ ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା ।

ଦୁଆରି ମୁଣ୍ଡାଙ୍କୁ କେବେ ମିଳିବ ସରକାରୀ ସହାୟତା? ଦୁର୍ଦ୍ଦିନରେ ବିତୁଛି ଦିନ

ଏହି ଦୁର୍ଘଟଣାରେ ଡାହାଣ ହାତଟି ଗୁରୁତର ଭାବେ କ୍ଷତାକ୍ତ ହୋଇଥିବାରୁ ଡାକ୍ତର ହାତଟିକୁ କାଟି ଚିକିତ୍ସା କରିଥିଲେ । ସେହି ଦିନ ଠାରୁ ଗୋଟିଏ ହାତ ହରାଇ ଭିନ୍ନକ୍ଷମ ହୋଇଗଲେ ଦୁଆରି । ନିଜେ ମୂଳ ମଜୁରୀ କରି ଯେଉଁ ଦୁଇ ପଇସା ରୋଜଗାର କରୁଥିଲେ ତାହା ବର୍ଷେ ହେଲା ଆଉ କରିପାରୁ ନାହାନ୍ତି । ଫଳରେ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ସ୍ତ୍ରୀ ବାସନ୍ତୀ ଜଙ୍ଗଲରୁ କାଠି ପତ୍ର ସଂଗ୍ରହ କରି ତାହାକୁ ବିକ୍ରି କରି ଅତି ଦୁଃଖରେ ପରିବାର ଚଳାଇବା ସହ ସ୍ବାମୀଙ୍କ ସେବା ଯତ୍ନ କରୁଛନ୍ତି ।

ହେଲେ ଦୁଃଖ ହେଲା ବର୍ଷେ ହେଲା ଭିନ୍ନକ୍ଷମ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଦୌଡି ଦୌଡି ଥକି ଗଲେଣି । ହେଲେ କୌଣସି ସୁଫଳ ମିଳି ପାରୁନାହିଁ ଭିନ୍ନକ୍ଷମଙ୍କୁ ସରକାରୀ ସହାୟତା ପାଇଁ ସରକାର କେତେ କଣ ଯୋଜନା କାର୍ଯ୍ୟକାରୀ କରି ଆସୁଥିବା ବେଳେ ଚୈତନପାଲି ଗ୍ରାମର ଦୁଆରିଙ୍କ କ୍ଷେତ୍ରରେ କିନ୍ତୁ ଦେଖାଦେଇଛି ବ୍ୟତିକ୍ରମ । ଏଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.