ETV Bharat / state

ଅବହେଳିତ ଐତିହ୍ୟସ୍ଥଳୀ କୈଳାସ ରଙ୍ଗମହଲ, ମାଟିରେ ମିଶିଲାଣି ରାଜକୀୟ କୀର୍ତ୍ତିରାଜି - ଦେବଗଡ଼ ପ୍ରାଚନୀ ରଙ୍ଗ ମହଲ ପୁନରୁଦ୍ଧାର ଦାବି

ଜନମାନସରୁ ବିଲୁପ୍ତ ହେବାକୁ ବସିଛି ଦେବଗଡ ଜିଲ୍ଲାରେ ସ୍ଥିତ ଐତିହ୍ୟ ସ୍ଥଳୀ କୈଳାସ ରଙ୍ଗ ମହଲ । ପୁନରୁଦ୍ଧାର ଦିଗରେ ସରକାରୀ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି ରାଜକୀୟ କୀର୍ତ୍ତିରାଜିଟି ଭଗ୍ନସ୍ତୁପରେ ପରିଣତ ହୋଇଗଲାଣି । ଅଧିକ ପଢନ୍ତୁ

ଅବହେଳିତ ଐତିହ ସ୍ଥଳୀ କୈଳାସ ରଙ୍ଗ ମହଲ
ଅବହେଳିତ ଐତିହ ସ୍ଥଳୀ କୈଳାସ ରଙ୍ଗ ମହଲ
author img

By

Published : May 14, 2023, 9:32 AM IST

କୈଳାସ ରଙ୍ଗମହଲ

ଦେବଗଡ: ପୂର୍ବତନ ବାମଣ୍ଡା ରାଜ୍ୟର ରାଜଧାନୀ ଦେବଗଡ଼ । ଦେବଗଡ଼ ସହର ଠାରୁ ୪୯ ନମ୍ବର ଜାତୀୟ ରାଜପଥରେ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ କୈଳାସ ଗ୍ରାମ । ଏହି ଗ୍ରାମ ସନ୍ନିକଟ ସବୁଜ ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି କୈଳାସ ରଙ୍ଗ ମହଲ । ସମ୍ପୂର୍ଣ୍ଣ ରାଜକୀୟ କୀର୍ତ୍ତିରାଜିରେ ସୁଶୋଭିତ ଏହି ପ୍ରାଚୀନ ସୌଧଟିକୁ ୧୯୧୯ ମସିହାରେ ନିର୍ମାଣ କରାଇଥିଲେ ତତ୍କାଳୀନ ବାମଣ୍ଡା ରାଜା ଦିବ୍ୟଶଙ୍କର ଦେବ । ବ୍ୟସ୍ତବହୁଳ ରାଜ କାର୍ଯ୍ୟରୁ ମିଳୁଥିବା ବିରତି ସମୟରେ ନିଜର ଅବସର ବିନୋଦନ ପାଇଁ ଏହି ରଙ୍ଗ ମହଲ ନିର୍ମାଣ କରାଯାଇଥିଲା । ରଙ୍ଗ ମହଲର ଚତୁଃପାର୍ଶ୍ବକୁ ଘେରି ରହିଥଲା ସୁଉଚ୍ଚ ପର୍ବତ ମାଳା । ନିକଟରେ ଥିଲା ଏକ ସୁନ୍ଦର ପାହାଡି ଝରଣା, ପୁଷ୍ପ ଉଦ୍ୟାନ ଓ ପୁଷ୍କରିଣୀ । ରାଜକୀୟ କୀର୍ତ୍ତିରାଜିରେ ଭରପୁର ଥିଲା ରଙ୍ଗ ମହଲ । ଦୀର୍ଘ ଦଶନ୍ଧି ଧରି ଦେଖଣାହାରୀଙ୍କୁ ଏହାର ଶୋଭା ବିମୋହିତ କରୁଥିଲା । ମାତ୍ର ଏବେ ଜନମାନସରୁ ବିଲୁପ୍ତ ହେବାକୁ ବସିଛି ପୂର୍ବତନ ବାମଣ୍ଡା ରାଜ୍ୟର ଏହି ସର୍ବପ୍ରାଚୀନ ଐତିହ୍ୟ ସ୍ଥଳୀ ।

ରାଜତନ୍ତ୍ରର ବିଲୋପ ପରେ ରଙ୍ଗ ମହଲଟି ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା । ରାଜକୀୟ କୀର୍ତ୍ତିରାଜି ସବୁ ଭାଙ୍ଗିରୁଜି ନଷ୍ଟ ହୋଇଗଲା । ଏବେ କେବଳ ଏହି ଐତିହ୍ୟ ସମ୍ପନ୍ନ ରାଜକୀୟ କୀର୍ତ୍ତିର ଭଗ୍ନାବଶେଷ ପରିଲକ୍ଷିତ ହୋଇଥାଏ । ତଥାପି ରଙ୍ଗ ମହଲକୁ ଦେଖିବା ଏବଂ ଏହାର ପ୍ରାକୃତିକ ଓ ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଏଠାକୁ ବହୁ ସଂଖ୍ୟାରେ ପିକନିକ ପାର୍ଟି ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

ଆଶ୍ୱାସନାର ବିଷୟ ଯେ, ଏହି ରାଜକୀୟ କୀର୍ତ୍ତି ତଥା ରଙ୍ଗ ମହଲକୁ ରାଜ୍ୟ ସରକାର ଗତ ୨୦୦୪ ମସିହାରେ ରାଜ୍ୟର ଏକ ପ୍ରାଚୀନ ଐତିହ୍ୟ ସ୍ଥଳୀ ଭାବେ ପରିଗଣିତ କରି ଏହାକୁ ଇକୋ ଟୁରିଜିମର ମାନ୍ୟତା ଦେଇଛନ୍ତି । ହେଲେ ବିଡ଼ମ୍ବନାର ବିଷୟ ହେଲା, ଐତିହ୍ୟ ସ୍ଥଳୀର ପୁନରୁଦ୍ଧାର ନିମନ୍ତେ ସରକାର ଏ ଯାଏଁ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି । ଫଳରେ ରାଜକୀୟ କୀର୍ତ୍ତିରାଜିରେ ନିର୍ମିତ ଏହି ପୁରାତନ ରଙ୍ଗ ମହଲ କୋଠାଟି ଭାଙ୍ଗିରୁଜି ନଷ୍ଟ ହୋଇ ନିଜର ଅସ୍ତିତ୍ୱ ହରାଇବାକୁ ବସିଛି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୀର୍ତ୍ତିରାଜିର ପୁନରୁଦ୍ଧାର କରାଯାଇ ଏହାକୁ ପର୍ଯ୍ୟଟନ କ୍ଷେତ୍ରରେ ବିନିଯୋଗ କରାଗଲେ ଏହା ଯେ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସହାୟକ ହୁଅନ୍ତା ଏଥିରେ ଦ୍ବିମତ ନାହିଁ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.