ETV Bharat / state

ତରଭୁଜର ସରକାରୀ ବିକ୍ରୟ ବ୍ୟବସ୍ଥା ପାଇଁ ଚାଷୀଙ୍କ ଦାବି

ସରକାରୀ ବିକ୍ରୟ ବ୍ୟବସ୍ଥା ନ ଥିବାରୁ ଚିନ୍ତାରେ ଦେବଗଡର ତରଭୁଜ ଚାଷୀ । ଏଥିପ୍ରତି ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସାଧାରଣରେ ଦାବି । ଅଧିକ ପଢନ୍ତୁ...

ତରଭୁଜର ସରକାରୀ ବିକ୍ରୟ ବ୍ୟବସ୍ଥା ପାଇଁ ଚାଷୀଙ୍କ ଦାବି
ତରଭୁଜର ସରକାରୀ ବିକ୍ରୟ ବ୍ୟବସ୍ଥା ପାଇଁ ଚାଷୀଙ୍କ ଦାବି
author img

By

Published : Mar 31, 2021, 8:07 PM IST

ଦେବଗଡ: ସରକାରୀ ବିକ୍ରୟ ବ୍ୟବସ୍ଥା ନଥିବାରୁ କ୍ଷତି ସହୁଛନ୍ତି ଦେବଗଡ଼ ଜିଲ୍ଲାର ତରଭୁଜ ଚାଷୀ । ଜିଲ୍ଲାରେ ଉତ୍ପାଦିତ ଉତ୍କୃଷ୍ଟମାନର ତରଭୁଜ ସ୍ୱଳ୍ପ ମୂଲ୍ୟରେ କ୍ରୟ କରି ବେପାରୀ ମଲେମାଲ ହେଉ ଥିବାବେଳେ, ଚାଷୀ ପ୍ରତିବର୍ଷ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ।

ତରଭୁଜର ସରକାରୀ ବିକ୍ରୟ ବ୍ୟବସ୍ଥା ପାଇଁ ଚାଷୀଙ୍କ ଦାବି

ସବୁଜ ବଣ ପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲାର ମୃତ୍ତିକା ଓ ଜଳବାୟୁ ତରଭୁଜ ଚାଷପାଇଁ ବେସ ଉପଯୋଗୀ । ତେଣୁ ଜିଲ୍ଲାର ଅଧିକାଂଶ ଅଞ୍ଚଳର ଚାଷୀ ତରଭୁଜ ଚାଷ କରିଆସୁଛନ୍ତି । ବିଶେଷକରି ଜିଲ୍ଲାରେ ଥିବା ରେଙ୍ଗାଳି ଜଳଭଣ୍ଡାର ତଟବର୍ତ୍ତି ଅଞ୍ଚଳ ଯଥା ଆମ୍ବପାଳ, ପୁଷପଙ୍ଗା, ଗୁଣ୍ଡୁରିପଶି, ରାଇତାବାହାଳ, ବାଲିରୋଇ ଆଦି ଅଞ୍ଚଳରେ ପ୍ରାୟ 200 ହେକ୍ଟରରୁ ଅଧିକ ଚାଷଜମିରେ ତରଭୁଜ ଚାଷ କରାଯାଇଥାଏ । ଜିଲ୍ଲାରେ ଉତ୍କୃଷ୍ଟମାନର ତରଭୁଜ ଉତ୍ପାଦିତ ହେଉଥିବାରୁ ତରଭୁଜ ଚାଷକରି ଅଧିକାଂଶ ଚାଷୀ ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତରଭୁଜ ଚାଷ ହୋଇଥିବା ଦେଖାଯାଇଛି । ବିଗତ କିଛିଦିନ ହେଲା ଚାଷୀମାନେ ନିଜନିଜ ଉତ୍ପାଦିତ ତରଭୁଜ ବଜାରରେ ବିକ୍ରି କରିବା ଆରମ୍ଭ କରିଦେଲେଣି ।

ମାତ୍ର ସମସ୍ୟା ହେଲା ଦେବଗଡ଼ ଜିଲ୍ଲାରେ ତରଭୁଜ ବିକ୍ରୟ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ । ସରକାରୀ ମଣ୍ଡି ବ୍ୟବସ୍ଥା ନଥିବାରୁ ଜିଲ୍ଲାର ତରଭୁଜ ଚାଷୀମାନେ ବାଧ୍ୟ ହୋଇ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବେପାରୀଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଆସୁଛନ୍ତି । ତରଭୁଜ କିଣିବାକୁ ସୁଦୂର ରାଉରକେଲା, ସମ୍ବଲପୁର, ଅନୁଗୁଳ, କଟକ, କଲିକତା ଓ ଟାଟା ଆଦି ଅଞ୍ଚଳରୁ ବେପାରୀମାନେ ଆସୁ ଥିବାବେଳେ ବେପାରୀଙ୍କୁ କିଲୋ ପ୍ରତି 8 ରୁ 10 ଟଙ୍କା ମଧ୍ୟରେ ବିକ୍ରିକରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଫଳରେ ତରଭୁଜକୁ ବଜାରରେ ଚଢା ଦାମରେ ବିକ୍ରିକରି ବେପାରୀ ମଲେମାଲ ହେଉ ଥିବାବେଳେ , ଧାର କରଜ କରି ଚାଷକାର୍ଯ୍ୟ ଆରମ୍ଭ କରିଥିବା ବିଚରା ଚାଷୀ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ।

ଜିଲ୍ଲାରେ ତରଭୁଜ ବିକ୍ରୟ ପାଇଁ ସରକାରୀ ମଣ୍ଡି ବ୍ୟବସ୍ଥା କରାଗଲେ ଏହି ଚାଷ ପ୍ରତି ଅଧିକ ଚାଷୀ ଆକର୍ଷିତ ହେବା ସହିତ ଚାଷୀକୁଳ ବେଶ ଲାଭବାନ ହୋଇପାରନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.