ETV Bharat / state

ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଜିଲ୍ଲାପାଳ ଫେରାର, ତାତିଲେ ସ୍ଥାନୀୟ ଲୋକ

author img

By

Published : Dec 27, 2020, 9:37 PM IST

ଦେବଗଡ ଜିଲ୍ଲାପାଳଙ୍କ ଅମାନବୀୟ କାଣ୍ଡ । ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଫେରାର ଜିଲ୍ଲାପାଳ, ତାତିଲେ ସ୍ଥାନୀୟ ଲୋକ

ଦେବଗଡ: ବ୍ୟକ୍ତିଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ଜିଲ୍ଲାପାଳ । ଦେବଗଡ କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ରାଞ୍ଚି-ବିଜୟଓ୍ବାଡା ରାସ୍ତାରେ ଆଜି(ରବିବାର) ଦେବଗଡ ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସବୁଠୁ ବଡ କଥା ହେଉଛି, ଜିଲ୍ଲାପାଳ ମୃତ୍ୟୁ ମୁଖରେ ଦୁର୍ଘଟଣାଗ୍ରସ୍ତଙ୍କୁ ଛାଡି ସେଠାରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଜଣକ ପଲସମା ଗାଁର 40 ବର୍ଷୀୟ ରବି ବଘାର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ରବି ଆଜି ଅପରାହ୍ନରେ ସାଇକେଲ ଯୋଗେ ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିଲେ । ଏହି ସମୟରେ ଦେବଗଡ ଆଡୁ ଅନୁଗୋଳ ଅଭିମୁଖେ ଯାଉଥିବା ଦେବଗଡ ଜିଲ୍ଲାପାଳଙ୍କ ସ୍କର୍ପିଓ ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ସମୟରେ ଗାଡିର ନମ୍ବର ପ୍ଲେଟ ଖସି ରାସ୍ତାରେ ପଡିଥିବାରୁ ଏହା ଦେବଗଡ ଜିଲ୍ଲାପାଳଙ୍କ ଗାଡି ହୋଇଥିବା ଜଣାପଡିଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ଖାଇରପାଲି ଫାଣ୍ଡି ପୋଲିସ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ।

ସେପଟେ ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଉପସ୍ଥିତିରେ ତାଙ୍କ ଗାଡି ଧକ୍କା ଦେଇ ଫେରାର ହୋଇଯିବା ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକମାନେ ପଳସମା ଗାଁ ଛକ ନିକଟ ରାଞ୍ଚି ବିଜୟଓ୍ବାଡା ରାସ୍ତାକୁ ଅବରୋଧ କରିଛନ୍ତି ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.