ETV Bharat / state

କୁକୁର ଆକ୍ରମଣରେ ହରିଣ ମୃତ - ଦେବଗଡ଼ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ଦେବଗଡ ବନଖଣ୍ଡ ଅଞ୍ଚଳରେ ଏକ ଗ୍ରାମରେ ବିଳମ୍ବିତ ରାତିରେ କୁକୁର ଆକ୍ରମଣରେ ହରିଣର ମୃତ । ଘଟଣା ସ୍ଥଳରେ ଡିଏଫଓ ଦେବଗଡ ରେଞ୍ଜ ଅଫିସର ଓ ଫରେଷ୍ଟର ପହଞ୍ଚି ଆହତ ହରିଣଟିକୁ ଚିକିତ୍ସା ପାଇଁ ଦେବଗଡ଼ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ଆଣୁଥିବା ବେଳେ ବାଟରେ ହରିଣ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

deer-has-been-killed-dog-attack-in-debagarh-forest-range
ଦେବଗଡ ବନଖଣ୍ଡରେ କୁକୁର ଆକ୍ରମଣରେ ହରିଣ ମୃତ
author img

By

Published : May 11, 2020, 4:27 PM IST

ଦେବଗଡ଼: କୁକୁର ଆକ୍ରମଣରେ ହରିଣ ମୃତ । ଦେବଗଡ଼ ବନଖଣ୍ଡ ତିଳେଇବଣି ସେକ୍ସନ ଅନ୍ତର୍ଗତ ବରଘାତ ଗାଁରେ ଗତକାଲି ବିଳମ୍ବିତ ରାତିରେ କୁକୁର ଆକ୍ରମଣରେ ଗୋଟିଏ ହରିଣର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଗତକାଲି ମଧ୍ୟ ରାତ୍ରିରେ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହରିଣ ନିକଟସ୍ଥ ବରଘାତ ଗାଁକୁ ଚାଲି ଆସିଥିଲା । ହରିଣକୁ ଦେଖି ଗାଁରେ ଥିବା ବୁଲା କୁକର ମାନେ ଆକ୍ରମଣ କରିଥିଲେ । ଏହା ଦେଖି ଗ୍ରାମବାସୀ କୌଣସି ମତେ ଗୁରୁତର ଅବସ୍ଥାରେ ହରିଣଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ ଓ ଏ ସମ୍ପର୍କରେ ଦେବଗଡ଼ ବନବିଭାଗକୁ ସୂଚନା ଦେଇଥିଲେ ।

ଗ୍ରାମବାସୀଙ୍କ ଠାରୁ ଖବର ପାଇ ଡିଏଫଓ କ୍ଷମା ସଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ ରେଞ୍ଜ ଅଫିସର ଓ ଫରେଷ୍ଟର ଘଟଣା ସ୍ଥଳକୁ ଯାଇ ଆହତ ହରିଣଟିକୁ ଚିକିତ୍ସା ପାଇଁ ଦେବଗଡ଼ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ଆଣୁଥିବା ବେଳେ ବାଟରେ ହରିଣ ମୃତ୍ୟୁ ହୋଇଯାଇଥିଲା । ଏ ସଂକ୍ରାନ୍ତରେ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହିତ ହରିଣର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.