ETV Bharat / state

ପରିତ୍ୟକ୍ତ ଅବସ୍ଥାରେ ସଂସ୍କୃତି ଭବନ ଓ ପାଠାଗାର ନବନିର୍ମିତ କୋଠା

ଆଜକୁ ଦୀର୍ଘ ୧୨ ବର୍ଷ ହେଲା ବ୍ୟବହାରକ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡି ରହିଛି ଜିଲ୍ଲା ସଂସ୍କୃତି ଭବନ ଓ ପାଠାଗାର ନବନିର୍ମିତ କୋଠା । ଅଧିକ ପଢନ୍ତୁ...

Cultural house not used since 12 yrs
ପରିତ୍ୟକ୍ତ ଅବସ୍ଥାରେ ସଂସ୍କୃତି ଭବନ ଓ ପାଠାଗାର ନବନିର୍ମିତ କୋଠା
author img

By

Published : Jan 25, 2020, 6:13 AM IST

ଦେବଗଡ଼: ସରକାର କା ମାଲ, ଦରିଆ ମେ ଡାଲ ' ଏହି ନୀତିରେ ଚାଲିଛି ଦେବଗଡ଼ ଜିଲ୍ଲା ସଂସ୍କୃତି ବିଭାଗ । ବର୍ଷେ ନୁହଁ କି ଦୁଇବର୍ଷ, ଆଜକୁ ଦୀର୍ଘ ୧୨ ବର୍ଷ ହେଲା ବ୍ୟବହାରକ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡି ରହିଛି ଜିଲ୍ଲା ସଂସ୍କୃତି ଭବନ ଓ ପାଠାଗାର ନବନିର୍ମିତ କୋଠା ।

ପରିତ୍ୟକ୍ତ ଅବସ୍ଥାରେ ସଂସ୍କୃତି ଭବନ ଓ ପାଠାଗାର ନବନିର୍ମିତ କୋଠା

ଗତ ୨୦୦୮ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଅମ୍ବିକା ପ୍ରସାଦ ମିଶ୍ରଙ୍କ ପ୍ରଚେଷ୍ଟାରେ ଦେବଗଡ଼ ସହର କେନ୍ଦ୍ରସ୍ଥଳୀରେ ନିର୍ମାଣ କରାଯାଇଥିଲା ଜିଲ୍ଲା ସଂସ୍କୃତି ଭବନ ଓ ପାଠାଗାର । ଏହି କୋଠା ନିର୍ମାଣରେ ବ୍ୟୟ ହୋଇଥିଲା ଲକ୍ଷାଧିକ ଟଙ୍କା । ମାତ୍ର ବିଡ଼ମ୍ବନାର ବିଷୟ ହେଲା, ଇତିମଧ୍ୟରେ ଦୀର୍ଘ ୧୨ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହି ନବନିର୍ମିତ କୋଠାଟି ବ୍ୟବହାରକ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡିରହିଛି । ଏହି କୋଠାଟି ସମ୍ପ୍ରତି ଅସମାଜିକ ତତ୍ତ୍ବଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଗଲାଣି । ପ୍ରତିଦିନ ଏଠାରେ ମଦୁଆଙ୍କ ଆସର ଜମୁଛି । ଏହାର ପରିସରକୁ ଆଖପାଖ ଦୋକାନୀ ଓ ବ୍ୟବସାୟୀ ମାନେ ଶୌଚାଳୟ ଭାବେ ବ୍ୟବହାର କଲେଣି । ଦୀର୍ଘବର୍ଷ ଧରି ନବନିର୍ମିତ କୋଠାଟି ବ୍ୟବହାର ନହୋଇ ମାଟିରେ ମିଶିଯିବାକୁ ବସିଲାଣି । ଯେଉଁ ମହତ ଲକ୍ଷରେ ଏହି କୋଠାଟି ନିର୍ମାଣ ହୋଇଥିଲା, ସେ ଲକ୍ଷ ସାଧିତ ହୋଇପାରୁ ନାହିଁ । ତେବେ କାହିଁକି ଓ କେଉଁ କାରଣରୁ ଏହି ନବନିର୍ମିତ କୋଠାଟି ବ୍ୟବାହାର କ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡିରହିଛି ? ଏହାର କୌଣସି ସନ୍ତୋଷଜନକ ଉତ୍ତର ପ୍ରଶାସନ ନିକଟରେ ନାହିଁ ।

ଆହୁରି ମଧ୍ୟ ଗୁରୁତ୍ତ୍ବପୂର୍ଣ୍ଣ ବିଷୟ ହେଲା, ଆଜକୁ ଦୀର୍ଘବର୍ଷ ହେବ ଦେବଗଡ଼ ଜିଲ୍ଲାରେ ସଂସ୍କୃତି ଅଧିକାରୀ ପଦବୀ ଖୋଲା ପଡିଛି । ଏହି କାରଣରୁ ନବନିର୍ମିତ ସଂସ୍କୃତି ଭବନ ଓ ପାଠାଗାର କୋଠାଟି ବ୍ୟବହାର କ୍ଷମ କରିବା ଦିଗରେ କେହି ବି ଆନ୍ତରିକତା ପ୍ରକାଶ କରୁନଥିବା ଜଣାଯାଇଛି । ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କୋଠାଟି ବ୍ୟବହାର ନହୋଇ ମାଟିରେ ମିଶିଯିବା ପୂର୍ବରୁ ଏହାକୁ ବ୍ୟବହାର କ୍ଷମ କରିବା ଦିଗରେ ସ୍ଥାନୀୟ ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଈଟିଭି ଭାରତ

Intro:ସରକାର କା ମାଲ, ଦରିଆ ମେ ଡାଲ ' ଏହି ନୀତିରେ ଚାଲିଛି ଦେବଗଡ଼ ଜିଲ୍ଲା ସଂସ୍କୃତି ବିଭାଗ । ବର୍ଷେ ନୁହଁ କି ଦୁଇବର୍ଷ , ଆଜକୁ ଦୀର୍ଘ ୧୨ ବର୍ଷ ହେଲା ବ୍ୟବହାରକ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡିରହିଛି ଜିଲ୍ଲା ସଂସ୍କୃତି ଭବନ ଓ ପାଠାଗାର ନବନିର୍ମିତ କୋଠା ।

Body:ଗତ ୨୦୦୮ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଅମ୍ବିକା ପ୍ରସାଦ ମିଶ୍ର ଙ୍କ ପ୍ରଚେଷ୍ଟା ରେ ଦେବଗଡ଼ ସହର କେନ୍ଦ୍ରସ୍ଥଳୀ ରେ ନିର୍ମାଣ କରାଯାଇଥିଲା ଜିଲ୍ଲା ସଂସ୍କୃତି ଭବନ ଓ ପାଠାଗାର । ଏହି କୋଠା ନିର୍ମାଣ ରେ ବ୍ୟୟ ହୋଇଥିଲା ଲକ୍ଷାଧିକ ଟଙ୍କା । ମାତ୍ର ବିଡ଼ମ୍ବନା ର ବିଷୟ ହେଲା , ଇତିମଧ୍ୟରେ ଦୀର୍ଘ ୧୨ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହି ନବନିର୍ମିତ କୋଠା ଟି ବ୍ୟବହାରକ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡିରହିଛି । ଏହି କୋଠା ଟି ସମ୍ପ୍ରତି ଅସମାଜିକ ତତ୍ତ୍ୱ ଙ୍କ ଆଡ୍ଡାସ୍ଥଳୀ ରେ ପରିଣତ ହୋଇଗଲାଣି । ପ୍ରତିଦିନ ଏଠାରେ ମଦୁଆ ଙ୍କ ଆସର ଜମୁଛି । ଏହାର ପରିଷର କୁ ଆଖପାଖ ଦୋକାନୀ ଓ ବ୍ୟବସାୟୀ ମାନେ ଶୌଚାଳୟ ଭାବେ ବ୍ୟବହାର କଲେଣି । ଦୀର୍ଘବର୍ଷ ଧରି ନବନିର୍ମିତ କୋଠାଟି ବ୍ୟବହାର ନହୋଇ ମାଟିରେ ମିଶିଯିବାକୁ ବସିଲାଣି । ଯେଉଁ ମହତ ଲକ୍ଷରେ ଏହି କୋଠାଟି ନିର୍ମାଣ ହୋଇଥିଲା , ସେ ଲକ୍ଷ ସାଧିତ ହୋଇପାରୁ ନାହିଁ । ତେବେ କାହିଁକି ଓ କେଉଁ କାରଣରୁ ଏହି ନବନିର୍ମିତ କୋଠା ଟି ବ୍ୟବାହାର କ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡିରହିଛି ? ଏହାର କୌଣସି ସନ୍ତୋଷଜନକ ଉତ୍ତର ପ୍ରଶାସନ ନିକଟରେ ନାହିଁ ।

ଆହୁରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା , ଆଜକୁ ଦୀର୍ଘବର୍ଷ ହେବ ଦେବଗଡ଼ ଜିଲ୍ଲା ରେ ସଂସ୍କୃତି ଅଧିକାରୀ ପଦବୀ ଖୋଲା ପଡିଛି । ଏହି କାରଣରୁ ନବନିର୍ମିତ ସଂସ୍କୃତି ଭବନ ଓ ପାଠାଗାର କୋଠାଟି ବ୍ୟବହାର କ୍ଷମ କରିବା ଦିଗରେ କେହି ବି ଆନ୍ତରିକତା ପ୍ରକାଶ କରୁନଥିବା ଜଣାଯାଇଛି ।

Conclusion:ସରକାର ଙ୍କ ରାଜକୋଷ ରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କୋଠାଟି ବ୍ୟବହାର ନହୋଇ ମାଟିରେ ମିଶିଯିବା ପୂର୍ବରୁ ଏହାକୁ ବ୍ୟବହାର କ୍ଷମ କରିବା ଦିଗରେ ସ୍ଥାନୀୟ ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

Byte - ପ୍ରଫୁଲ୍ଲ କୁମାର ମହାପାତ୍ର ( ସଭାପତି , ବାମଣ୍ଡା ସାହିତ୍ୟ ସାଂସଦ , ଦେବଗଡ଼ )

ଦେବଗଡ଼ ରୁ ସରୋଜ ଶତପଥି ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.