ETV Bharat / state

ଲକଡାଉନ ପ୍ରଭାବ: ମାନ୍ଦା ପଡିଛି ଫୁଲ ବ୍ୟବସାୟ, ଚିନ୍ତାରେ ଶ୍ରମିକ

author img

By

Published : May 16, 2021, 5:47 PM IST

ଦେବଗଡରେ ମାନ୍ଦା ପଡିଛି ଫୁଲ ବେପାର । ଖାଁ ଖାଁ ଲାଗୁଛି ଫୁଲ ବଗିଚା । ନା ଆସୁଛନ୍ତି ଗ୍ରାହକ ନା ରପ୍ତାନି ହେଉଛି ରଙ୍ଗବେରଙ୍ଗର ଫୁଲ । କୋରୋନା ସଂକ୍ରମଣ ନେଇ ଜାରି ରହିଥିବା ଲକଡାଇନର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ...

covid19 lockdown Flower business affected in deogarh
ଲକଡାଉନ ପ୍ରଭାବ: ମାନ୍ଦା ପଡିଛି ଫୁଲ ବ୍ୟବସାୟ,ଚିନ୍ତାରେ ଶ୍ରମିକ

ଦେବଗଡ : ମାନ୍ଦା ପଡିଛି ଫୁଲ ବେପାର । ଖାଁ ଖାଁ ଲାଗୁଛି ଫୁଲ ବଗିଚା । ନା ଏଠାକୁ ଆସୁଛନ୍ତି ଗ୍ରାହକ ନା ରପ୍ତାନି ହେଉଛି ରଙ୍ଗବେରଙ୍ଗର ଫୁଲ । କୋରୋନା ସଂକ୍ରମଣ ନେଇ ଜାରି ରହିଥିବା ଲକଡାଇନ ର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇଛି । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଭାଟସିଂ ଗାଁରେ ରହିଛି ଜିଲ୍ଲାର ଏକାଧିକ ଫୁଲ ଉଦ୍ୟାନ ।

ଜିଲ୍ଲାର ରାଜକିଶୋର ପ୍ରଧାନ ନାମକ ଜଣେ ସଫଳ ଫୁଲଚାଷୀ ନ୍ୟାସନାଲ ହର୍ଟିକଲଚର ମିଶନ ସହାୟତା ରେ ଗତ 2017 ମସିହାରେ ଆରମ୍ଭ କରିଛନ୍ତି ଏହି ଫୁଲ ଉଦ୍ୟାନ । ପ୍ରାୟ ଦଶ ଏକର ପରିମିତ ଏହି ଉଦ୍ୟାନରେ ପ୍ରତିଦିନ ଗୋଲାପ, ଜର୍ବେରା , ଆଦି ଅନେକ ରକମର ରଙ୍ଗବେରଙ୍ଗ ଫୁଲ ଉତ୍ପାଦିତ ହୋଇଥାଏ । ଏହି ଫୁଲ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଯଥା କଟକ , ଭୁବନେଶ୍ବର, ରାଇରକେଲା, ସମ୍ବଲପୁର ସମେତ ସୁଦୂର କଲିକତା ଆଦି ଅଞ୍ଚଳକୁ ରପ୍ତାନି ହୋଇଥାଏ । ବିଭିନ୍ନ ଅଞ୍ଚଳକୁ ଫୁଲ ରପ୍ତାନି କରି ଓ ସ୍ଥାନୀୟ ବଜାରରେ ଫୁଲ ବିକ୍ରି କରି ଚାଷୀ ବେଶ ଲାଭବାନ ହେବା ସାଙ୍ଗକୁ ଏହି ଉଦ୍ୟାନ ଉପରେ ନିର୍ଭର କରି ବର୍ଷ ତମାମ ପରିବାର ପ୍ରତିପୋଷଣ କରିଥାନ୍ତି 35 ଟି ଶ୍ରମିକ ପରିବାର । ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ରାଜ୍ୟରେ ଗତ 15 ତାରିଖ ଠାରୁ ଲାଗୁ କରିଥିବା ଲକଡାଉନ ଯୋଗୁଁ ଏଥିରେ ବ୍ୟାପକ କ୍ଷତି ସହୁଛନ୍ତି ଫୁଲଚାଷୀ ।

ଲକଡାଉନ କଟକଣା ଅନୁଯାୟୀ , ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ, ପୂଜା ପାର୍ବଣ ଓ ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ଉପରେ ମଧ୍ୟ କଟକଣା ଲାଗୁ ରହିଛି । ତେଣୁ ବଜାରରେ ଫୁଲ ବିକ୍ରିକରି ନପାରି କିମ୍ବା ବାହାରକୁ ରପ୍ତାନି କରିନପାରି ଫୁଲଚାଷୀ ବିପୁଳ କ୍ଷତି ସହୁଛନ୍ତି । ପ୍ରତିଦିନ ବଗିଚାରେ ଦଶ ହଜାରରୁ ଅଧିକ ଫୁଲ ପଚି ସଢ଼ି ନଷ୍ଟ ହୋଇ ଯାଉଛି । ଅନ୍ୟପକ୍ଷରେ ଏହାର ସିଧାସଳଖ ପ୍ରଭାବ ଏଠାରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା 35 ଟି ଶ୍ରମିକ ପରିବାରଙ୍କ ଉପରେ ପରିଲକ୍ଷିତ ହୋଇଛି ।

ସେପଟେ ଦୀର୍ଘଦିନ ହେଲା ଫୁଲ ବ୍ୟବସାୟ ମାନ୍ଦା ପଡ଼ିଥିବାରୁ ଏହି ଶ୍ରମିକ ପରିବାରଙ୍କ ପକ୍ଷରେ ଜୀବିକା ହରାଇବାର ଆଶଙ୍କା ଦେଖାଦେଇଛି । ଆଗକୁ ଲକଡାଉନ ବୃଦ୍ଧି ପାଇଲେ ଏହି ଶ୍ରମିକ ପରିବାର କିଭଳି ପରିବାର ପ୍ରତିପୋଷଣ କରିବେ ? ତାହା ମସ୍ତବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋରୋନା ସଙ୍କଟ ସମୟରେ ବିପୁଳ କ୍ଷତି ସହୁଥିବା ଫୁଲଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଫୁଲଚାଷ ବଞ୍ଚି ରହିବା ସଙ୍ଗେସଙ୍ଗେ ଏଠାରେ ନିୟୋଜିତ ଶ୍ରମିକ ପରିବାର ଜୀବିକା ହରାଇବାରୁ ବଞ୍ଚିତ ହୁଅନ୍ତେ ।

ଦେବଗଡରୁ ସରୋଜ ଶତପଥୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.