ETV Bharat / state

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ, ଟଙ୍କା ଖାଇଗଲେ ଯନ୍ତ୍ରୀ-ଠିକାଦାର

author img

By

Published : Sep 9, 2021, 6:57 AM IST

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ । ଆକଳନ ଅନୁଯାୟୀ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ନକରି ଟଙ୍କା ଖାଇଗଲେ ଯନ୍ତ୍ରୀ ଓ ଠିକାଦାର ! ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

corruption alligation road construction in deogarh
ବିଶ୍ବକପ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଦଳରେ । ଦୁବାଇରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଖାସ କଥା ହେଉଛି ଏହି ଦଳର ମେଣ୍ଟର ଦାୟିତ୍ବରେ ରହିଥିବେ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ୟୁଜିବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିପାରିନାହିଁ । ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଏହି ଦଳରେ ରୋହିତ ଶର୍ମା, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବି ଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା, ଭୁବନେଶ୍ବର କୁମାର ଓ ମହମ୍ମଦ ସାମି ।

ଦେବଗଡ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ । ଆକଳନ ଅନୁଯାୟୀ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ନକରି ଟଙ୍କା ଖାଇଗଲେ ଯନ୍ତ୍ରୀ ଓ ଠିକାଦାର । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଦେବଗଡ଼ ଜିଲ୍ଲାର ହରିଡ଼ାବାହାଳ ଗ୍ରାମରେ ।

ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ, ରାସ୍ତା ନକରି ଟଙ୍କା ଖାଇଗଲେ ଯନ୍ତ୍ରୀ ଠିକାଦାର

ଜିଲ୍ଲାର ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତର ହରିଡ଼ାବାହାଳ ଗାଁରୁ ନିକ୍ତିମାଳ ଗାଁକୁ ଗତ 2012-13 ମସିହା ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ମୋଟ 6 କିଲୋମିଟର 400 ମିଟର ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତ କରାଯାଇ 2 କୋଟି 13 ଲକ୍ଷ 18 ହଜାର ଟଙ୍କାର ଏଗ୍ରିମେଣ୍ଟ କରାଯାଇଥିଲା । ମାତ୍ର ବିଡମ୍ବନାର ବିଷୟ ଯେ, ଏଗ୍ରିମେଣ୍ଟ ଅନୁଯାୟୀ ଉକ୍ତ ରାସ୍ତାଟି ହରିଡ଼ାବାହାଳ ଗାଁ ଠାରୁ ନିର୍ମାଣ କରାଯିବା ପରିବର୍ତ୍ତେ ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂର ଝରାଗୋଗୁଆ ଛକ ଠାରୁ ନିକ୍ତିମାଳ ଗାଁ ପର୍ଯ୍ୟନ୍ତ ନିର୍ମାଣ କରାଗଲା । ତେବେ ଏଗ୍ରିମେଣ୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ନିର୍ଦ୍ଦେଶ ରହିଥିବା ସତ୍ତ୍ବେ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀ କେଉଁ ସ୍ବାର୍ଥରେ ପ୍ରାୟ ଏକ କିଲୋମିଟର ରାସ୍ତା ନିର୍ମାଣ କଲେନାହିଁ ? ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସମ୍ପର୍କରେ ହରିଡ଼ାବାହାଳ ଗ୍ରାମବାସୀ ବାରମ୍ବାର ବିଭାଗୀୟ କର୍ତ୍ତୁପକ୍ଷ ତଥା ନିର୍ବାହୀଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ସୁଦ୍ଧା ତାଙ୍କ ନିକଟରୁ ଏହାର କୌଣସି ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀ ଏକ କିଲୋମିଟର ରାସ୍ତାର ମିଥ୍ୟା ବିଲ କରି ଅନୁଦାନ ଅର୍ଥ ଆତ୍ମସାତ କରିଥିବା ଗ୍ରାମବାସୀ ଗୁରୁତର ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

ଏଥିସହିତ , ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଠିକାଦାର ଙ୍କୁ ମୋଟ 2 କୋଟି 13 ଲକ୍ଷ 16 ହଜାର ଟଙ୍କା ମଧ୍ୟ ବିଲ ପ୍ରଦାନ କରାଯାଇଥିବା ଜଣାଯାଇଛି । ତେବେ , ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ନକରି ଠିକାଦାର ଙ୍କୁ କିପରି ସମ୍ପୂର୍ଣ୍ଣ ବିଲ ପ୍ରଦାନ କରାଗଲା ? ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଆସିଥିବା ବ୍ୟାପକ ଅନିୟମିତତା ଓ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ର ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ଜନମତ ପ୍ରକାଶ ପାଇଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.