ETV Bharat / state

ପିଏମ ଆବାସ ଟଙ୍କା ଖାଇଗଲେ ଠିକାଦାର, ପଲିଥିନ ତଳେ ଦିନ କାଟୁଛନ୍ତି ହିତାଧିକାରୀ

author img

By

Published : Aug 22, 2020, 9:14 PM IST

ଗରିବ ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ ଅସାଧୁ ଠିକାଦାର ଖାଇଗଲେ ଅନୁଦାନ ଟଙ୍କା । ଫଳରେ ଭଙ୍ଗା ଦଦରା ଓ ପଲିଥିନ ତଳେ ଜୀବନ ବିତୁଛି 20ରୁ ଊର୍ଦ୍ଧ୍ବ ଗରିବ ପରିବାରର । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଖାଇଗଲେ ଠିକାଦାର,ହିତାଧିକାରୀ ଜୀବନ ବିତୁଛି ପଲିଥିନ ତଳେ

ଦେବଗଡ: ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଖାଇଗଲେ ଠିକାଦାର । ପଲିଥିନ ତଳେ ଦିନ କାଟୁଛନ୍ତି ଗରିବ ହିତାଧିକାରୀ । ଗରିବ ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ ଅସାଧୁ ଠିକାଦାର ଖାଇଗଲେ ଅନୁଦାନ ଟଙ୍କା । ଫଳରେ ଭଙ୍ଗା ଦଦରା ଓ ପଲିଥିନ ତଳେ ଜୀବନ ବିତାଉଛନ୍ତି ବାରକୋଟ ବ୍ଲକ ରେଙ୍ଗାଳବାହାଳ ଗାଁର 20ରୁ ଊର୍ଦ୍ଧ୍ବ ଗରିବ ପରିବାର ।

ଠିକ ସେ ଦେଖନ୍ତୁ ଏହି ଦୃଶ୍ୟକୁ । କେଉଁଠି କବାଟ ନାହିଁ ତ, କେଉଁଠି ଝରକା ନାହିଁ । ପୁଣି କେଉଁଠି ଛାତ ନାହିଁ ତ କେଉଁଠି ପ୍ଲାଷ୍ଟର ନାହିଁ । ଦୀର୍ଘ ଦୁଇବର୍ଷ ହେଲା ଏଭଳି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି 20ରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ବାସଗୃହ । ସେପଟେ ପଲିଥିନ ଟଣା ଭଙ୍ଗା ଦଦରା କୁଡ଼ିଆରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି ବାରକୋଟ ବ୍ଲକ ରେଙ୍ଗାଳବାହାଳ ଗାଁର 20 ରୁ ଊର୍ଦ୍ଧ୍ବ ଗରିବ ହିତାଧିକାରୀ । ରେଙ୍ଗାଳବାହାଳ ଗାଁରେ ବସବାସ କରୁଥିବା 20 ରୁ ଊର୍ଦ୍ଧ୍ବ ଗରିବ ହରିଜନ ପରିବାରଙ୍କୁ ଗତ 2017 ମସିହାରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗାଇ ଦେଇଥଲେ ପକ୍କା ବାସଗୃହ ।

ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟ ରେ ସିଧାସଳଖ ଯୋଗାଇ ଦିଆଯାଇଥିଲା 1 ଲକ୍ଷ 30 ହଜାର ଟଙ୍କା ଲେଖାଏଁ ଅନୁଦାନ ରାଶି । ମାତ୍ର ସରଳ ନିରୀହ ହିତାଧିକାରୀଙ୍କୁ ଘର ତିଆରି କରିଦେବା ପ୍ରତିଶୃତି ଦେଇ ଏ ଅଞ୍ଚଳର ଦୁଇଜଣ ଠିକାଦାର ଚଞ୍ଚକତା କରି ସେମାନଙ୍କ ଆକାଉଣ୍ଟରୁ ଉଠାଇ ନେଇଥିଲେ ଅନୁଦାନ ଟଙ୍କା । ଟଙ୍କା ଉଠାଇବା ପରେ କେବଳ ଲୋକ ଦେଖାଣିଆ ଭାବେ କିଛି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ପରିତାପର ବିଷୟ ଇତିମଧ୍ୟରେ ଦୀର୍ଘ ଦୁଇବର୍ଷ ବିତିଥିଲେ ମଧ୍ୟ ବାସଗୃହ ଗୁଡିକର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ପାରିନାହିଁ ।

ଗାଁରେ ଥିବା 20 ରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଗୁଡିକର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିଛି । ଯାହାକି ରହିବା ଉପଯୋଗୀ ହୋଇନଥିବାରୁ ଗରିବ ହିତାଧିକାରୀ ମାନେ ନିଜନିଜ ଭଙ୍ଗା କୁଡ଼ିଆରେ ପଲିଥିନ ଟାଣି ଦୟନୀୟ ଭାବେ ରହିବାକୁ ବାଧ୍ୟ ହେଉଛନ୍ତି ।

ସେପଟେ ଅନୁଦାନ ଟଙ୍କା ହାତେଇବା ପରେ ସଂପୃକ୍ତ ଠିକାଦାରଙ୍କ ଆଉ ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଗରିବ ବାସହୀନ ପରିବାରଙ୍କୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ବାସଗୃହ ଯୋଗାଇ ଦେଉଛନ୍ତି ସତ, ହେଲେ ଏହି ଯୋଜନାର ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏହାର ସୁଫଳ ପାଇପାରୁନାହାନ୍ତି ହିତାଧିକାରୀ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.