ETV Bharat / state

ପାଠପଢ଼ାରେ ବାଧକ ସାଜିଛି 49 ନମ୍ବର ଜାତୀୟ ରାଜପଥ - ଦେବଗଡ଼ରେ ସ୍କୁଲ ଆସୁନାହାଁନ୍ତି ପିଲା

ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟ ଅଛି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି । ହେଲେ ନା ଅଛନ୍ତି ପିଲା ନା ହେଉଛି ପାଠପଢ଼ା । ଅଧିକ ପଢ଼ନ୍ତୁ

Children does not go to school in deogarh
ପାଠପଢ଼ାରେ ବାଧକ ସାଜିଛି 49 ନମ୍ବର ଜାତୀୟ ରାଜପଥ
author img

By

Published : Mar 11, 2022, 2:58 PM IST

ଦେବଗଡ଼: ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟ ଅଛି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି । ହେଲେ ନା ଅଛନ୍ତି ପିଲା ଆଉ ନା ହେଉଛି ପାଠପଢ଼ା । ଦେବଗଡ଼ ଜିଲ୍ଲା ପୌରାଞ୍ଚଳ ସ୍ଥିତ 9 ନମ୍ବର ୱାର୍ଡ ପତ୍ରପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ।

ପାଠପଢ଼ାରେ ବାଧକ ସାଜିଛି 49 ନମ୍ବର ଜାତୀୟ ରାଜପଥ

ଦେବଗଡ଼ ପୌରାଞ୍ଚଳ 9 ନମ୍ବର ୱାର୍ଡ ସ୍ଥିତ ପତ୍ରାପାଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଯେଉଁଥିରେ ମୋଟ 92 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ 4 ଜଣ ଶିକ୍ଷୟତ୍ରୀ ଅଛନ୍ତି । କରୋନା କଟକଣା କୋହଳ ପରେ ଗତ ଫେବୃଆରୀ 28 ତାରିଖରୁ ସମସ୍ତ ବିଦ୍ୟାଳୟ ପୁନଃ ଖୋଲିଛି। ପାଠପଢ଼ା ବି ସ୍ବଭାବିକ ଭାବେ ଚାଲିଛି। ମାତ୍ର ବିଡମ୍ବନା ଯେ , ପତ୍ରାପାଲି ପ୍ରାଥମିକ ବିଦ୍ୟାଳୟକୁ ଜଣେ ହେଲେ ବି ଛାତ୍ରଛାତ୍ରୀ ଆସୁ ନାହାଁନ୍ତି । ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଅଭିଭାବକମାନେ ବାରଣ କରିଛନ୍ତି।

ତେବେ ପିଲାଙ୍କ ପାଠପଢାରେ ପ୍ରତିବନ୍ଧକ ସାଜିଛି ନବନିର୍ମିତ 49 ନମ୍ବର ବ୍ୟସ୍ତ ବହୁଳ ଜାତୀୟ ରାଜପଥ । ବିଦ୍ୟାଳୟ ଯିବାପାଇଁ ପିଲାଙ୍କୁ ପ୍ରତିଦିନ 49 ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିବାକୁ ପଡୁଛି । ଏହି ରାଜପଥରେ ପ୍ରତି ଘଣ୍ଟାରେ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ବିଗତ କିଛିମାସ ମଧ୍ୟରେ ଏଠାରେ ଅନେକ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହୋଇ ସାରିଲାଣି । ଏହି କାରଣରୁ ସ୍ଥାନୀୟ ଅଭିଭାବକ ମାନେ ନିଜ ଛୋଟ ପିଲାଙ୍କୁ ବିପଦ ସଂକୁଳ ରାସ୍ତା ଅତିକ୍ରମ କରି ବିଦ୍ୟାଳୟ ଛାଡିବାକୁ ରାଜି ହେଉନାହାଁନ୍ତି । ଫଳରେ ବିଦ୍ୟାଳୟରେ ପାଠପଢ଼ା ବ୍ୟାଘାତ ହେବା ସହିତ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଦିଗକୁ ଗତି କରୁଛି।

ଏହାକୁ ଦୃଷ୍ଟିରେ ରଖି ସରକାର ରାଜପଥର ଅପର ପାର୍ଶ୍ଵରେ ସ୍ଥାନ ନିରୂପଣ କରି ଏକ ନୂତନ ବିଦ୍ୟାଳୟ କୋଠା ନିର୍ମାଣ କରୁଛନ୍ତି । ହେଲେ ପରିତାପର ବିଷୟ ଯେ ଏହି କୋଠାର ନିର୍ମାଣ କାର୍ଯ୍ୟ ଆଜକୁ ଦୀର୍ଘ ମାସ ହେବ ଆଗେଇ ପାରୁନାହିଁ । କେବଳ ପ୍ଲିନଥ ଲେବୁଲରେ ହିଁ ଅଟକି ରହିଛି କୋଠା ନିର୍ମାଣ କାମ । ଶିକ୍ଷାର ପ୍ରସାର ପାଇଁ ସରକାର କୋଟିକୋଟି ଟଙ୍କା ବ୍ୟୟ କରି ବିଦ୍ୟାଳୟ ଭିତ୍ତିଭୂମିର ବିକାଶ କରାଉଛନ୍ତି । ହେଲେ ପତ୍ରାପାଲି ପ୍ରାଥମିକ ବିଦ୍ୟାଳୟର ସ୍ଥିତି ପିଲାଙ୍କ ବିକାଶରେ ବାଧା ସୃଷ୍ଟି କରିଛି ନିଶ୍ଚୟ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.