ETV Bharat / state

ଚାଷୀମାରଣ ନୀତି ପ୍ରତିବାଦରେ ବିଜେପିର ଗଣଧାରଣା

author img

By

Published : Jan 30, 2021, 8:29 AM IST

ଚାଷୀମାରଣ ନୀତି ପ୍ରତିବାଦରେ ଦେବଗଡରେ ବିଜେପିର ଗଣଧାରଣା । ଅଧିକ ପଢନ୍ତୁ...

ବିଜେପିର ଗଣଧାରଣା
ବିଜେପିର ଗଣଧାରଣା

ଦେବଗଡ: ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ତଥା ଧାନକ୍ରୟରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଦେବଗଡରେ ବିଜେପିର ବିକ୍ଷୋଭ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଗଣଧାରଣା ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ତଥା ବିଶେଷକରି ଚଳିତ ବର୍ଷ ଧାନ କିଣାରେ ଦେଖାଦେଇଥିବା ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଜିଲ୍ଲା ସଭାପତି ମୀନକେତନ ପ୍ରଧାନଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଛି । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଜେପିର ଗଣଧାରଣା

ମଣ୍ଡିରେ ପଡି ରହିଥିବା ଧାନକୁ ମିଲ ମାଲିକଙ୍କ ଦ୍ବାରା ତୁରନ୍ତ ଉଠାଯିବା, ଚାଷୀଙ୍କ ଅଚଳ ହୋଇଥିବା ଟୋକନ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରାଯିବା, ଧାନ ବିକ୍ରିରୁ ବଞ୍ଚିତ ଥିବା ଚାଷୀଙ୍କୁ ଧାନ ବିକ୍ରୟର ସୁଯୋଗ ଦିଆଯିବା, ଅସାଧୁ ମିଲ ମାଲିକ ଓ ଯୋଗାଣ ବିଭାଗର ସଲାସୁତରାରେ ଚାଲିଥିବା କ୍ବିଣ୍ଟାଲ ପ୍ରତି 5/6 କିଲୋ ଲେଖାଏଁ କଟନୀ ଛଟଣୀ ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା, ଧାନ ବିକ୍ରୟ କରୁଥିବା ଚାଷୀଙ୍କୁ ବସ୍ତା ଓ ସୁତୁଳି ବାବଦକୁ ପ୍ରାପ୍ୟ ପ୍ରଦାନ କରାଯିବା ଓ ବିଭିନ୍ନ ମଣ୍ଡିରେ ଧାନ ରଖିବା ପାଇଁ ସେଡ ନିର୍ମାଣ କରାଯିବା ଦାବି କରି ଏହି ବିକ୍ଷୋଭ କରାଯାଇଛି । ଏହି ବିକ୍ଷୋଭରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ସମର୍ଥକଙ୍କ ସହିତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ସଂଖାରେ ଚାଷୀ ସାମିଲ ହୋଇଥିଲେ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.