ETV Bharat / state

ରାଜ୍ୟ ସରକାରଙ୍କ ଦୁର୍ନୀତି କାରଣରୁ ଗରିବକଲ୍ୟାଣ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ: ଧର୍ମେନ୍ଦ୍ର

କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତିକୁ ନେଇ ଦେବଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବକଲ୍ୟାଣ ଯୋଜନା ଗୁଡ଼ିକ ବଖାଣିବା ସହ ସହ ରାଜ୍ୟ ସରକାରଙ୍କ ଦୁର୍ନୀତି କାରଣରୁ ଏହିସବୁ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 10, 2023, 10:54 PM IST

ଦେବଗଡ଼ରେ ବିଜେପିର ଗରିବ କଲ୍ୟାଣ ସମାବେଶ
ଦେବଗଡ଼ରେ ବିଜେପିର ଗରିବ କଲ୍ୟାଣ ସମାବେଶ
ଦେବଗଡ଼ରେ ବିଜେପିର ଗରିବ କଲ୍ୟାଣ ସମାବେଶ

ଦେବଗଡ଼: କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତିକୁ ନେଇ ପ୍ରଧାନପାଟ ବଡ଼ ବଗିଚାରେ ବିଜପିର ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥିଭାବେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ଓ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ, "ବିଗତ ୯ ବର୍ଷରେ ଓଡିଶା ଭଳି ପଛୁଆ ଅଞ୍ଚଳକୁ ନରେନ୍ଦ୍ର ମୋଦି ସରକାର ପୂର୍ବୋଦୟ ଯୋଜନା ମାଧ୍ୟମରେ ଗରିବ କଲ୍ୟାଣର ଏକ ପ୍ରୟୋଗଶାଳା ଭାବରେ ଦାୟିତ୍ବ ନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫ ହଜାର କୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ ମୋଦି ସରକାରଙ୍କ ପ୍ରଚେଷ୍ଟା କ୍ରମେ ତାହା ବୃଦ୍ଧିପାଇ ୫୦ ହଜାର କୋଟି ଟଙ୍କାରେ ପହଞ୍ଚି ପାରିଛି । ୧୩ ତମ ଅର୍ଥ ଆୟୋଗରେ ଓଡିଶାକୁ ୫ ବର୍ଷରେ ୬୯ ହଜାର କୋଟି ଟଙ୍କା ଆସୁଥିବା ବେଳେ ୧୫ ତମ କମିଶନରେ ତାହା ବୃଦ୍ଧି ପାଇ ୨ ଲକ୍ଷ ୨୨ ହଜାର କୋଟି ଟଙ୍କାରେ ପହଞ୍ଚିଛି ।"

କେନ୍ଦ୍ରମନ୍ତ୍ରୀ ମୋଦି ସରକାରଙ୍କ ସଫଳତା ବଖାଣିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଓଡ଼ିଶାରେ GST ଲାଗୁ ହେବାପରେ ରାଜସ୍ବ ବଢିଛି । ହେଲେ ଦୁର୍ଭାଗ୍ୟର କଥା ହେଲା, ଓଡିଶାରେ ଦୁର୍ନୀତି ବୃଦ୍ଧି ପାଉଥିବା ଓ ରାଜ୍ୟ ସରକାର ଲୋକ କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଉନଥିବା କାରଣରୁ ଉକ୍ତ ଟଙ୍କା ବ୍ୟାପକ ବାଟମାରଣା ହେଉଛି । ମୋଦି ସରକାର ରାଜ୍ୟକୁ ଲକ୍ଷାଧିକ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇଥିଲେ ବି ସେସବୁ ଗରିବ ଲୋକଙ୍କୁ ଦିଆଯାଇ ପାରୁନାହିଁ । ଜଳ ଜୀବନ ମିଶନରେ ଗାଁ ଗାଁରେ ପିଇବା ପାଣିର ସୁବ୍ୟବସ୍ଥା କରିବାରେ ରାଜ୍ୟ ସରକାର ଫେଲ ମାରିଛି । ସେସବୁ ବଦଳାଇବାକୁ ହେଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପୁଣିଥରେ ବିଜେପିକୁ ଜିତାଇ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବା ସହ ତାଙ୍କ ଶାସନ ପ୍ରଣାଳୀକୁ ଓଡ଼ିଶାରେ ଲାଗୁ କରିବାକୁ ପଡିବ ।"

ଏହାସହ ଦେଶ ଓ ରାଜ୍ୟର ବିକାଶ ପାଇଁ ୨୦୨୪ ନିର୍ବାଚନରେ ଦେବଗଡ଼ ଜିଲ୍ଲାବାସୀ ପୁଣିଥରେ ବିଜେପିକୁ ବିଜୟୀ କରାଇବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲଇକେରା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ନେତ୍ରୀ ମାଧବୀ ଦେବୀ, ଟଙ୍କଧର ତ୍ରିପାଠୀ, ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ତିଳେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ଓ ଉପାଧ୍ୟକ୍ଷ ଆରତୀ ପ୍ରଧାନଙ୍କ ସମେତ ପୌର ପରିଷଦର ବିଜେପି କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.