ETV Bharat / state

ପୋଖରୀରେ ବୁଡି ଶିଶୁକନ୍ୟା ମୃତ

author img

By

Published : Sep 24, 2022, 12:15 PM IST

ପୋଖରୀରେ ବୁଡି ଶିଶୁ କନ୍ୟାର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ତେନ୍ତଳାବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳନାଳୀ ଗ୍ରାମରେ । ଅଧିକ ପଢନ୍ତୁ

ପୋଖରୀରେ ବୁଡି ଶିଶୁକନ୍ୟା ମୃତ
ପୋଖରୀରେ ବୁଡି ଶିଶୁକନ୍ୟା ମୃତ

ଦେବଗଡ଼: ପୋଖରୀରେ ବୁଡି ଶିଶୁ କନ୍ୟାର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ତେନ୍ତଳାବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳନାଳୀ ଗ୍ରାମରେ । ମୃତ ଶିଶୁ କନ୍ୟା ହେଲେ ଅର୍ଜୁନଝରୀ ଗ୍ରାମର ବସନ୍ତ ସୁହୁଳାଙ୍କ ଚାରି ବର୍ଷର ଝିଅ ଶର୍ମିଳା ସୁହୁଳା ।

ସୂଚନା ଅନୁଯାୟୀ, ମୃତ ଶିଶୁ କନ୍ୟା ନିଜ ମାମୁଁ ଘର ରେଙ୍ଗାଳନାଳୀ ଗ୍ରାମକୁ ଆସିଥିବା ବେଳେ ମଧ୍ୟାହ୍ନ ସମୟରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଶିଶୁଟି ନିକଟରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲା ଓ ଗୋଡ଼ ଖସି ଯିବାରୁ ପୋଖରୀ ପାଣିରେ ବୁଡି ଯାଇଥିଲା । ପରିବାର ଲୋକେ କିଛି ସମୟ ପରେ ଶିଶୁକୁ ନପାଇ ଖୋଜାଖୋଜି କରିଥିଲେ । ପରେ ପୋଖରୀ ନିକଟକୁ ଯାଇ ଦେଖିଥିଲେ ଶିଶୁ କନ୍ୟାଟି ପୋଖରୀରେ ଭାସୁଛି । ପରିବାର ଲୋକେ ସଙ୍ଗେ ସଙ୍ଗେ ପୋଖରୀରୁ ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଶିଶୁକୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ ।

ତେବେ ପୋଖରୀରେ ବୁଡିବା ଘଟଣା ଆଗରୁ ଅନେକ ଥର ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ରାଜକନିକା ନୂଆପଡା ହାବଳଗଣ୍ଡ ପଞ୍ଚାୟତ ପାରିନୂଆପଡା ଗାଁରେ ପୋଖରୀରେ ବୁଡି ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ, ପାରିନୂଆପଡା ଗାଁର ହିମାଂଶୁ ଶେଖର ବେହୁରାଙ୍କର ତିନି ବର୍ଷର ଶିଶୁପୁତ୍ର ସାଇ ଶୁଭ୍ରାଂଶୁ ବେହୁରା ଖେଳୁଥିବାବେଳେ, ଘର ପାଖ ପୋଖରୀରେ ବୁଡିଯିବା କାରଣରୁ ମୃତ୍ୟୁ ହୋଇଥିଲା ।

ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡଚମ୍ପାଉଦା ଗ୍ରାମରେ ପୋଖରୀରେ ବୁଡି ତିନି ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା । ସୂଚନା ଅନୁସାରେ ମା' ଶିଶୁ ପୁତ୍ରକୁ ନେଇ ଗାଁ ପୋଖରୀରେ ଗାଧୋଇବାକୁ ଯାଇଥିଲେ । ମାଆ ଗାଧୋଇ ସାରି ଅନ୍ୟ ମନସ୍କରେ ପୁଅକୁ ଛାଡି ଘରକୁ ପଳେଇ ଆସିଥିଲେ । ତେବେ କିଛି ସମୟ ପରେ ପୁଅ ଘରେ ନ ଥିବା ଦେଖି ଖୋଜା ଖୋଜି ଆରମ୍ଭ କରିଥିଲେ ପରିବାର ଲୋକ । ଅନେକ ଖୋଜିବା ପରେ ପାଇନଥିବାରୁ ପରେ ପୋଖରୀରେ ଭାସୁଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.