ETV Bharat / state

ବ୍ରାହ୍ମଣୀ ଜଳଭଣ୍ଡାରରୁ ମିଳିଲା ହାତୀ ଶାବକର ମୃତଦେହ

author img

By

Published : Jan 7, 2022, 12:53 PM IST

ଅସୁରକ୍ଷିତ ଗଜରାଜ । ବ୍ରାହ୍ମଣୀ ଜଳଭଣ୍ଡାରରୁ ଆଜି ମିଳିଛି ଏକ ହାତୀ ଶାବକର ମୃତଦେହ। ଅଧିକ ପଢନ୍ତୁ

ବ୍ରାହ୍ମଣୀ ଜଳଭଣ୍ଡାରରୁ ହାତୀ ଶାବକର ମୃଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଦେବଗଡ଼:ଓଡିଶାରେ ଅସୁରକ୍ଷିତ ହୋଇପଡିଛନ୍ତି ହାତୀ । ବିଭିନ୍ନ କାରଣରୁ ଅକାଳରେ ଯାଉଛି ଅନେକ ଗଜରାଜଙ୍କ ଜୀବନ । ଦେବଗଡ ଜିଲ୍ଲାର ଦଣ୍ଡାସିଂହା ବିଟ ଅନ୍ତର୍ଗତ ଗିନାହଜା ଗ୍ରାମ ନିକଟସ୍ଥ ବ୍ରାହ୍ମଣି ନଦୀବନ୍ଧ ଜଳାଶୟରୁ ମିଳିଛି ଏକ ହାତୀ ଛୁଆର ମୃତଦେହ । ତେବେ କେମିତି ହାତୀ ଛୁଆର ମୃତ୍ୟୁ ହେଲା, ତାହାର କାରଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଖବର ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସୋ, ବନ ବିଭାଗ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ହାତୀ ଶାବକକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ନଈକୂଳରେ ଥିବା ଦଳ ମଧ୍ୟରେ ପଡ଼ିଯିବା ହେତୁ ଶ୍ବାସରୁଦ୍ଧ ହୋଇ ହାତୀ ଶାବକର ମୃତ୍ୟୁ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ବନଖଣ୍ଡ ଅଧିକାରୀ ଶ୍ରୀ ରାଓସୋ । ତେବେ ହାତୀ ଛୁଆଟିର କିଭଳି ମୃତ୍ୟୁ ହେଲା ତାହା ବ୍ୟବଚ୍ଚେଦ ପରେ ଜଣା ପଡିବୋଲି ବନବିଭାଗ ପକ୍ଷରୁ ସୂଚନା ରହିଛି ।

ଦେବଗଡ଼ରୁ ସରୋଜ ଶତପଥି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.