ETV Bharat / state

ଅସୁରକ୍ଷିତ ଅଙ୍ଗନବାଡି କେନ୍ଦ୍ର, ଚୁଲିକୁ ଯାଉଛି ଶିଶୁ ବିକାଶ ଯୋଜନା - କୁମୁଦପାଲି ଅଙ୍ଗନବାଡି କେନ୍ଦ୍ର

ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଅସ୍ବାସ୍ଥ୍ୟକର ପରିବେଶରେ ବସି ପାଠ ପଢୁଛନ୍ତି କୋମଳମତି ଶିଶୁ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କୁମୁଦପାଲି ଅଙ୍ଗନବାଡି କେନ୍ଦ୍ରର।

anaganawadi Children study under open sky in Debagarh
ଅସୁରକ୍ଷିତ ଅଙ୍ଗନବାଡି କେନ୍ଦ୍ର, ଚୁଲିକୁ ଯାଉଛି ଶୁଶୁ ବିକାଶ ଯୋଜନା
author img

By

Published : Feb 13, 2020, 1:11 PM IST

ଦେବଗଡ: ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଅସ୍ବାସ୍ଥ୍ୟକର ପରିବେଶରେ ବସି ପାଠ ପଢୁଛନ୍ତି କୋମଳମତି ଶିଶୁ । ମନେହୁଏ ଯେପରି ସରକାରୀ ଯୋଜନା ସବୁ ଅକାମୀ ହୋଇପଡିଛି। ଏଥିପ୍ରତି ନା ବିଭାଗୀୟ କତ୍ତୃପକ୍ଷଙ୍କ ନା ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଅଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କୁମୁଦପାଲି ଅଙ୍ଗନବାଡି କେନ୍ଦ୍ରର । 2010 ମସିହାରେ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ଯୋଜନା ଜରିଆରେ ଗାଁରେ ଏହି ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲା । ଏଠାରେ 14 ଜଣ ଶିଶୁ ପାଠ ପଢନ୍ତି । ହେଲେ ବିଡ଼ମ୍ବନାର ବିଷୟ ଯେ , ଏହି କେନ୍ଦ୍ରର ନିଜସ୍ବ ଗୃହଟିଏ ବି ନାହିଁ । ଏଥିପାଇଁ ଦୀର୍ଘ 10 ବର୍ଷ ଧରି ଏହି ଅସୁରକ୍ଷିତ ଅସ୍ଥାୟୀ କୁଡ଼ିଆରେ ଏହି ଅଙ୍ଗନବାଡି କେନ୍ଦ୍ର ଚାଲିଛି ।

ଅସୁରକ୍ଷିତ ଅଙ୍ଗନବାଡି କେନ୍ଦ୍ର, ଚୁଲିକୁ ଯାଉଛି ଶୁଶୁ ବିକାଶ ଯୋଜନା

ଖୋଲା ମୁକ୍ତ ଆକାଶ ତଳେ ଖରା, ବର୍ଷା ଓ ଶୀତ ପ୍ରତିଦିନ ଚଟାଣରେ ଅତ୍ୟନ୍ତ ଦୟନୀୟ ଭାବେ ବସି ପାଠ ପଢୁଛନ୍ତି ଛୋଟଛୋଟ କୋମଳମତି ଶିଶୁ । ଫଳରେ ଶିଶୁଙ୍କ ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହିତ ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାଵ ପଡୁଛି । 2016 ମସିହାରେ ସରକାର ଏହି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣ ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ 7 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରି ରମ୍ଭେଇ ଗ୍ରାମ ପଞ୍ଚାୟତକୁ ଏହାର କାର୍ଯ୍ୟାଦେଶ ହସ୍ତାନ୍ତର କରିଥିଲେ । ରମ୍ଭେଇ ପଞ୍ଚାୟତ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି । ମାତ୍ର ଆଜିକୁ ଦୀର୍ଘ 4ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହାର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମାପ୍ତ ହେଇ ପାରୁନାହିଁ । ଏଥିସହିତ ଏହି ଗୃହର ନିର୍ମାଣ କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ଫଳରେ ଆଜକୁ ଦୀର୍ଘବର୍ଷ ହେଲା ଶିଶୁମାନେ ଏଭଳି ଅସୁରକ୍ଷିତ ଅସ୍ଥାୟୀ କୁଡ଼ିଆରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।

ଶିଶୁଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରିବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଛନ୍ତି ସମନ୍ବିତ ଶିଶୁ ବିକାଶ ଯୋଜନା । ତେବେ ଦେବଗଡ଼ ଜିଲ୍ଲାର କୁମୁଦପାଲି ଗାଁରେ ଥିବା ଏହି ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ଦେଖିଲେ ସରକାରଙ୍କ ଏହି ଯୋଜନା ଜିଲ୍ଲାରେ ଲକ୍ଷ୍ୟଚ୍ୟୁତ ହୋଇଥିବା ଭଳି ମନେହେଉଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.