ETV Bharat / state

ଅବକାରୀ ବିଭାଗର ଚଢ଼ାଉ: 27 ଲିଟର ଦେଶୀ ମଦ ଜବତ, 5 ଗିରଫ

author img

By

Published : Jun 2, 2021, 5:36 PM IST

ଆଜି ଦେବଗଡ଼ ଥାନା ଅନ୍ତର୍ଗତ ଗୁଣ୍ଡେଇମରା ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ କରାଯାଇ 27 ଲିଟର ଦେଶୀ ମଦ ଜବତ କରାଯିବା ସହ ଏହି ମାମଲାରେ ସମ୍ପୃକ୍ତ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

a-large-quantity-of-liquor-seized-5-arrested in Deogarh
ଅବକାରୀ ବିଭାଗର ଚଢ଼ାଉ, 5 ଗିରଫ

ଦେବଗଡ଼: ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି(ବୁଧବାର) ଦେବଗଡ଼ ଥାନା ଅନ୍ତର୍ଗତ ଗୁଣ୍ଡେଇମରା ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଚଢ଼ାଉ କରାଯାଇ 27 ଲିଟର ଦେଶୀ ମଦ, 390 କିଲୋ ମହୁଲ ପୋଚ ଜବତ କରାଯିବା ସହ ଏହି ମାମଲାରେ ସମ୍ପୃକ୍ତ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ, ଗୁଣ୍ଡେଇମରା ଲୁହୁରାପଡ଼ାର ନବାତି କିଷାନ, ବିଭୁତି ବାଘ, ରାଧି କିଷାନ, ଶିବତିଳା ଦେହୁରୀ ଓ ନମିତା କିଷାନ ।

ଗିରଫ ଅଭିଯୁକ୍ତମାନେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତି କରି ବିକ୍ରୟ କରି ଆସୁଥିବା ଅଭିଯୋଗ ହୋଇଥିଲା ।

ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ପଦ୍ମ ଲୋଚନ ପ୍ରଧାନ, ଅବକାରୀ ଉପ ନିରୀକ୍ଷକ ସିଦ୍ଧେଶ୍ୱର ନାୟକ, ଏଏସଆଇ ବାଦଲ କୁମାର ବ୍ରହ୍ମା, ଲୋକନାଥ ବେହେରା, ପଦ୍ମାଳୟା ମୁଣ୍ଡା, ମଥୁରା ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.