ETV Bharat / state

ପରିଣତି ବୟସରେ ପରିବାର ବୋଝ, 4 ଦିବ୍ୟାଙ୍ଗ ପିଲାଙ୍କୁ ପାଳୁଛନ୍ତି 80 ବର୍ଷୀୟା ବୃଦ୍ଧା - 80years old women

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତର ଖଜୁରିନାଳି ଗାଁର ବିଧବା ବୃଦ୍ଧାଙ୍କ ମୁଣ୍ଡରେ ପରିବାର ଚଳାଇବା ଚିନ୍ତା । ଅଧିକ ପଢନ୍ତୁ...

ପରିଣତି ବୟସରେ ପରିବାର ବୋଝ
ପରିଣତି ବୟସରେ ପରିବାର ବୋଝ
author img

By

Published : Jun 22, 2021, 2:53 PM IST

ଦେବଗଡ: ପରିଣତି ବୟସରେ ପରିବାର ବୋଝ । ଯେଉଁ ବୟସରେ ସେବା ପାଇବା କଥା ସେ ବୟସରେ ପରିବାର କଥା ବୁଝୁଛନ୍ତି ଜଣେ 80 ବର୍ଷୀୟା ବୃଦ୍ଧା । ଚାରି ଦିବ୍ୟାଙ୍ଗ ଓ ମା ବାପା ଛେଉଣ୍ଡ ପିଲାଙ୍କ ଲାଳନପାଳନ କରି ଆସୁଛନ୍ତି ବିଧବା ବୃଦ୍ଧା ପଞ୍ଚାଳି ଶବର ।

ପରିଣତି ବୟସରେ ପରିବାର ବୋଝ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତର ଖଜୁରିନାଳି ଗାଁର ବିଧବା ବୃଦ୍ଧା ହେଲେ ପଞ୍ଚାଳି ଶବର । ବୟସ 80 ବର୍ଷ । ପରିଣତି ବୟସରେ ତାଙ୍କ ମୁଣ୍ଡ ଉପରେ ରହିଛି ଚାରିଜଣ ଦିବ୍ୟାଙ୍ଗ ପିଲାଙ୍କ ବୋଝ । ଛଅ ବର୍ଷ ହେଲା ପୁଅ ବୋହୂ ଆରପାରିକୁ ଚାଲିଯାଇଛନ୍ତି । ଏହା ପରେ ଚାରି ଦିବ୍ୟାଙ୍ଗ ନାତି ନାତୁଣୀଙ୍କ ଦାୟିତ୍ବ ଏବେ ଆଇମା ଉପରେ । ସରକାରୀ ଯୋଜନା ଏମାନଙ୍କ ପାଇଁ ପାଲଟିଛି ସାତ ସପନ । ପର ଘରେ ମୂଲମଜୁରୀ ଲାଗି ସେଥିରୁ ଯେତିକି ମିଳେ ସେଥିରେ ପାଞ୍ଚପ୍ରାଣୀ କୁଟୁମ୍ବ ଚଳେ ।

ଘର ବୋଲି ରହିଛି ଖଣ୍ଡିଏ ଦଦରା କୁଡ଼ିଆ । ସେଥିରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି ଏହି ପାଞ୍ଚପ୍ରାଣୀ । ହେଲେ ବୟସାଧିକ କାରଣରୁ ବୃଦ୍ଧା ଜଣଙ୍କ ପକ୍ଷରେ ଆଉ ଚାରିଜଣ ନାତି ନାତୁଣୀଙ୍କୁ ଲାଳନ ପାଳନ କରିବା ସମ୍ଭବ ହେଉନାହିଁ । ଫଳରେ ସରକାରୀ ସହାୟତା ବିନା ଏହି ପରିବାରଟି ସମ୍ପୂର୍ଣ୍ଣ ରୂପେ ବେସାହାରା ହୋଇ ପଡ଼ିଛି । ଚାରି ଦିବ୍ୟାଙ୍ଗ ସନ୍ତାନଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ ହେବାକୁ ବସିଛି ।

ଦିବ୍ୟାଙ୍ଗ ଓ ଅସହାୟ ପରିବାର ପାଇଁ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ହେଲେ ପାଞ୍ଚାଳିଙ୍କ ପରିବାର ସରକାରୀ ସହାୟତାରୁ ବହୁ ଦୂରରେ । ଖଜୁରିନାଳି ଗାଁର ଏହି ଅସହାୟ ପରିବାର ପ୍ରତି ସରକାରଙ୍କୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ସରକାର ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଲେ ସାଧାରଣ ପରିବାର ପରି ଏମାନେ ବି ଶାନ୍ତିରେ ଦିନ କାଟନ୍ତେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.