ETV Bharat / state

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ରୋଗ ଶଯ୍ୟାରେ ଛଟପଟ ଶିଶୁ - ଦେବଗଡ ପିଲାର ଚିକିତ୍ସା ପାଇଁ ସାହାଯ୍ୟ ମାଗିଲେ ବାପାମାଆ

8 years child suffering from disease: ରୋଗ ଶଯ୍ୟାରେ 8 ବର୍ଷ ହେଲା ପଡି ଛଟପଟ ହେଉଛି ମାନସ । ସରକାରୀ ସହାୟତା ପାଇଁ ବାପାମାଆଙ୍କ ଆକୁଳ ନିବେଦନ । ଅଧିକ ପଢନ୍ତୁ

8 years child suffering from disease
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
author img

By ETV Bharat Odisha Team

Published : Dec 13, 2023, 3:23 PM IST

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦେବଗଡ: ରୋଗ ଶଯ୍ୟାରେ ପଡି ଆଠବର୍ଷ ହେଲା ଛଟପଟ ହେଉଛି ନିଷ୍ପାପ ଶିଶୁ । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବାପା ମାଆ ଦିନ ମଜୁରିଆ ହୋଇଥିବା ବେଳେ ପିଲାଟିକୁ ଚିକିତ୍ସା କରାଇବା ତାଙ୍କ ସମ୍ବଳ ବାହାରେ । ଯେଉଁଥିପାଇଁ ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ରହିଛନ୍ତି ଗରିବ ପିତାମାତା । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ଜଡ଼ାଗୋଳା ଗ୍ରାମରେ ।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଟୁହିଲାମାଳ ପଞ୍ଚାୟତର ଜଡ଼ାଗୋଳା ଗ୍ରାମରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ବସବାସ କରନ୍ତି ନରେନ୍ଦ୍ର ବଳୁଆ ଓ ତାଙ୍କ ସ୍ତ୍ରୀ ମେଘି ବଳୁଆ । ପରଘରେ ମୂଲ ମଜୁରୀ କରି ଯାହା ପାଆନ୍ତି ସେଥିରେ ପରିବାର ଚଳେ । ଆଠବର୍ଷ ପୂର୍ବେ ଜନ୍ମ ହୋଇଥିଲା ତାଙ୍କର ପୁଅ ମାନସ । ପୁତ୍ରଟି ଜନ୍ମହେବାର କିଛି ମାସ ପରଠାରୁ ତାଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଯାଇଥିଲା । ବୟସ ବଢ଼ିବା ପରେ ଚଲାବୁଲା କରିବା ଦୂରର କଥା ପିଲାଟି ସିଧା ବସି ମଧ୍ୟ ପାରିଲା ନାହିଁ ।

ଏହାମଧ୍ୟ ପଢନ୍ତୁ.. ବିଛଣାରେ ରୋଜଗାରିଆ ପୁଅ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଏନେଇ ଶିଶୁଟିକୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ ବାପା ମାଆ। ଡାକ୍ତର ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ନାୟୁଗତ ସମସ୍ୟା ରହିଥିବା କାରଣରୁ ତାକୁ ଅଧିକ ଚିକିତ୍ସା ପାଇଁ ବୁର୍ଲା, କଟକ କିମ୍ବା ଭୁବନେଶ୍ୱର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ । ମାତ୍ର ଗରିବ ମାଆବାପା ଅର୍ଥାଭାବ କାରଣରୁ ଶିଶୁପୁତ୍ରଟିର ଆଉ ଅଧିକ ଚିକିତ୍ସା କରାଇ ନପାରି ଘରକୁ ଫେରାଇ ଆଣିଲେ । ସେହିଦିନ ଠାରୁ ଆଉ ଚିକିତ୍ସିତ ହୋଇ ନପାରି ଶିଶୁଟି ରୋଗଶଯ୍ୟାରେ ପଡିରହି ଛଟପଟ ହେଉଛି । ଆଠ ବର୍ଷ ହେଲା ଗରିବ ପିତାମାତା ପୁଅଟିକୁ ସେବା ଯତ୍ନ କରି ଆସୁଛନ୍ତି । ଅଧିକ ଚିକିତ୍ସା ପାଇଁ ସେମାନଙ୍କ ପାଖରେ ସମ୍ବଳ ନଥିବାରୁ ପିଲାଟିର ଭବିଷ୍ୟତ ଅନ୍ଧକାର ହେବାକୁ ବସିଛି । ଅର୍ଥାଭାବରୁ କଅଁଳ ଶିଶୁଟି ଦିବ୍ୟାଙ୍ଗ ଜୀବନ ବିତାଇବାକୁ ବାଧ୍ୟ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ରଶ୍ମିତା

ସେପଟେ ସରକାରୀ ସହାୟତା ଟିକିଏ ମିଳିଲେ ପୁଅର ଅଧିକ ଚିକିତ୍ସା କରାଇବାକୁ ମାଆବାପା ଚାତକ ଭଳି ଚାହିଁ ରହିଛନ୍ତି । ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏ ତାଙ୍କୁ ସହାୟତା ମିଳିପାରିନାହିଁ । ତେବେ କେହି ବ୍ୟକ୍ତି କିମ୍ବା ସଂଗଠନ ସହାୟତା କରିବା ପାଇଁ ଆକୁଳ ନିବେଦନ କରିଛନ୍ତି ଶିଶୁଟିର ବାପାମାଆ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.