ETV Bharat / state

ବିଭିନ୍ନ ଦାବି ନେଇ ଦେବଗଡ଼ ପୌର ପରିଷଦର କାଉନସିଲରଙ୍କ ଆମରଣ ଅନଶନ - ବିଭିନ୍ନ ଦାବି ନେଇ କାଉନସିଲରଙ୍କ ଆମରଣ ଅନଶନ

ନୂତନ କାଉନସିଲ ଗଠନ ହେବା ପରଠାରୁ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ନେଇ ପୌର କାର୍ଯ୍ୟାଳୟରେ ବିବାଦ ଦେଖାଦେଇଥିବା ବେଳେ ଶୁକ୍ରବାର ପୁଣି ଚାରି ଦଫା ଦାବି ନେଇ ଦେବଗଡ଼ ପୌର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଖୋଦ ପୌର ଉପାଧ୍ୟକ୍ଷଙ୍କ ସମେତ ସାତ ଜଣ ନବ ନିର୍ବାଚିତ କାଉନସିଲର । ଅଧିକ ପଢନ୍ତୁ

ଦେବଗଡ଼ ପୌର ପରିଷଦ: ବିଭିନ୍ନ ଦାବି ନେଇ 7 କାଉନସିଲରଙ୍କ ଆମରଣ ଅନଶନ

author img

By

Published : May 28, 2022, 7:42 AM IST

ଦେବଗଡ଼: ଘରେ ନପଶୁଣୁ ଚାଳ ବାଜିଲା ଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ପୌର କାର୍ଯ୍ୟାଳୟରେ । ମୋଟ 11ଟି ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ନୂତନ କାଉନସିଲ ଗଠନ ହେବା ପରଠାରୁ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ । ବିଜେଡି ଦଖଲରେ ଥିବା ଏହି ପୌର ପରିଷଦରେ ନବ ନିର୍ବାଚିତ ସ୍ୱାଧୀନ ପ୍ରାର୍ଥୀ ଓ ବିଜେପି କାଉନସିଲର ମାନଙ୍କୁ ରାଜନୈତିକ ଆକ୍ରୋଶ ରଖି ବାରମ୍ବାର ଅଣଦେଖା କରାଯାଉଥିବା ଗୁରୁତର ଅଭିଯୋଗ ହୋଇଆସୁଛି ।

ଦେବଗଡ଼ ପୌର ପରିଷଦ: ବିଭିନ୍ନ ଦାବି ନେଇ 7 କାଉନସିଲରଙ୍କ ଆମରଣ ଅନଶନ

ତେବେ ଶୁକ୍ରବାର ପୁଣି ଚାରି ଦଫା ଦାବି ନେଇ ପୌର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିରହିଥିଲେ ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ସମେତ 7 ଜଣ କାଉନସିଲର । ସେମାନଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଦେବଗଡ଼ ପୋୖରାଞ୍ଚଳରେ ଅହେତୁକ ଭାବେ ବୃଦ୍ଧି କରାଯାଇଥିବା ହୋଲ୍ଡିଂ ଟ୍ୟାକ୍ସକୁ ହ୍ରାସ କରାଯିବା ଓ ହୋଲ୍ଡିଂ ଟ୍ୟାକ୍ସ ପଇଠ ସମୟ ସୀମା ବୃଦ୍ଧି କରାଯାଇ ରିହାତି 20 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବା, ପୌର କାଉନସିଲର ଅନୁମୋଦନ ବିନା କରାଯାଉଥିବା ଦୈନିକ ପରିବା ବଜାର ନିଲାମକୁ ରଦ୍ଧ କରାଯାଇ କାଉନସିଲ ଅନୁମୋଦନ ପରେ ପୁନଃ ନିଲାମ କରାଯିବା, ପୌର କଲ୍ୟାଣ ମଣ୍ଡପର ଦୈନିକ ଭଡା 18 ହଜାର ଟଙ୍କାରୁ 10 ହଜାର ଟଙ୍କାକୁ ହ୍ରାସ କରାଯିବା ଏବଂ ଦୈନିକ ପରିବା ବଜାରରେ ଲୋକଙ୍କ ସୁବିଧା ପାଇ ପରିଶ୍ରାଗାର ନିର୍ମାଣ କରାଯିବା ଆଦି ଅନ୍ୟତମ ।

ଉକ୍ତ ଚାରିଦଫା ଦାବି ନେଇ ସ୍ୱାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତାଙ୍କ ନେତୃତ୍ୱରେ ଆଜି ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ସମେତ ସାତଜଣ କାଉନସିଲର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ଫଳରେ ପୌର କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଥିଲା । ତେବେ ଅନଶନ ସ୍ଥଳକୁ ପୌର ନିର୍ବାହୀ ଅଧିକାରୀ ଅତସି ପରିଡା ଆସି ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ଓ ଦାବି ପୂରଣ ନେଇ ଲିଖିତ ପ୍ରତିଶୃତି ଦେବାପରେ କାଉନସିଲର ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.