ଦେବଗଡ: ଜିଲ୍ଲାକୁ ବାହାର ରାଜ୍ୟ କିମ୍ବା ଜିଲ୍ଲାରୁ ଆସିଥିବା ଲୋକଙ୍କ ସ୍ବାବ ସଂଗ୍ରହ କରୁଛି ପ୍ରଶାସନ । ଶନିବାର ଓ ରବିବାର ସୁଦ୍ଧା ଜିଲ୍ଲାରେ 117ଟି ସ୍ବାବ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି ।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅନୁସାରେ, ଚଳିତ ମେ 2 ତାରିଖ ସୁଦ୍ଧା ଜିଲ୍ଲାକୁ 64 ଜଣ ବାହାରୁ ଆସିଛନ୍ତି । ଯେଉଁଥିରେ 61 ଜଣ ଅନ୍ୟ ଜିଲ୍ଲାରୁ ଆସିଥିବାବେଳେ 3 ଜଣ ବାହାର ରାଜ୍ୟରୁ ଆସିଥିବା ଜଣାପଡିଛି । ରିଆମାଲ ବ୍ଲକରୁ 20 ଜଣ, ବାରକୋଟ ବ୍ଲକରୁ 22, ତିଳେଇବଣିରୁ 16, ପୌରାଞ୍ଚଳକରୁ ଆସିଛନ୍ତି 6 ।
ରବିବାର ସୁଦ୍ଧା ଜିଲ୍ଲାକୁ ବାହାର ସ୍ଥାନରୁ ମୋଟ 2 ହାଜର 70 ଜଣ ଫେରିଥିବାବେଳେ, 2 ହାଜର 53 ଜଣଙ୍କୁ କ୍ବାରେଣ୍ଟିନ ଅବଧି ଶେଷ କରିଛନ୍ତି । ବର୍ତ୍ତମାନ 654 ଜଣ କ୍ବାରେଣ୍ଟିନରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ