ETV Bharat / state

ଫ୍ରେଣ୍ଡସିପ୍ ଡେ ପାଳିବାକୁ ଆସି ଯୁବକ ନିଖୋଜ, 2 ସାଙ୍ଗଙ୍କୁ ପୋଲିସର ପଚରାଉଚରା - hemant missing news

୩ ଜଣ ସାଙ୍ଗ ଭୁବନେଶ୍ୱରରୁ କଟକ ଆସି ବନ୍ଧୁତା ଦିବସ ପାଳନ କରୁଥିବାବେଳେ ଜଣେ ଯୁବକ ନିଖୋଜ ଥିବା ଜଣା ପଡିଛି। ସେପଟେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ନିଖୋଜ ଯୁବକଙ୍କ ସମ୍ପର୍କୀୟ। ଅଧିକ ପଢନ୍ତୁ

ଫ୍ରେଣ୍ଡସିପ୍ ଡେ ପାଳିବାକୁ ଆସି ଯୁବକ ନିଖୋଜ
ଫ୍ରେଣ୍ଡସିପ୍ ଡେ ପାଳିବାକୁ ଆସି ଯୁବକ ନିଖୋଜ
author img

By

Published : Aug 7, 2023, 10:45 PM IST

ଫ୍ରେଣ୍ଡସିପ୍ ଡେ ପାଳିବାକୁ ଆସି ଯୁବକ ନିଖୋଜ

କଟକ: ଫ୍ରେଣ୍ଡସିପ ଡେ ପାଳନ କରିବାକୁ ଆସି ନିଖୋଜ ହେଲେ ଯୁବକ । କଟକ ପୁରୀଘାଟ ଥାନା ଅଞ୍ଚଳରେ ଥିବା କାଠଯୋଡି ନଦୀରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ୩ ଜଣ ସାଙ୍ଗ ବନ୍ଧୁତା ଦିବସ ପାଳନ କରିବାକୁ ଭୁବନେଶ୍ୱରରୁ କଟକ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ପତ୍ତା ମିଳୁନି । ତେବେ ଯୁବକ ଜଣକ ହେଉଛନ୍ତି ହେମନ୍ତ କୁମାର ବରୁଆଁ। ହେମନ୍ତଙ୍କ ଘର ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱର ସ୍ଥିତ ରେଣ୍ଟାଲ କଲୋନୀରେ ଭଡା ଘରେ ରହୁଥିଲେ । ସେ ଭୁବନେଶ୍ୱରରେ ରହି ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

ସୂଚନା ଅନୁସାରେ, ରବିବାର ୩ ଜଣ ସାଙ୍ଗ ଭୁବନେଶ୍ୱରରୁ କଟକ ଆସି ବନ୍ଧୁତା ଦିବସ ପାଳନ କରୁଥିଲେ। ମଧ୍ୟରାତ୍ରରେ ସେମାନେ ନିଶା ଖାଇ ଏହି ଦିବସ ପାଳନ କରୁଥିଲେ। ତେବେ ପୁରୀଘାଟ ଥାନା ଅଞ୍ଚଳରେ ଥିବା କାଠଯୋଡ଼ି ନଦୀ କୂଳରେ ସେମାନେ ସେଲିବ୍ରେସନ କରୁଥିବାବେଳେ ହେମନ୍ତ ନଦୀରେ ଖସି ପଡ଼ି ନିଖୋଜ ହୋଇଯାଇଥିବା କୁହାଯାଉଛି। ଅନ୍ୟ ଦୁଇ ଜଣ ସାଙ୍ଗ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ବି ପାଇବାରେ ବିଫଳ ହୋଇଥିବା କହିଛନ୍ତି । ସେପଟେ କାହାର କଥାରେ ତାଳମେଳ ରହୁନଥିବାରୁ ସନ୍ଦେହ ଅଧିକ ଘନୀଭୂତ ହୋଇଛି।

ସୋମବାର ଏନେଇ ଥାନାରେ ଅଭିଯୋଗ ପରେ ଅଗ୍ନିଶମ ବିଭାଗ ଆସି ଖୋଜା ଖୋଜି କରିଥିଲେ ବି ମୃତକଙ୍କ ପତ୍ତା ମିଳିପାରିନଥିଲା। କାଠଯୋଡ଼ିରେ ପାଣି ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନାହିଁ । ମାତ୍ର ଏକ ମୋବାଇଲ ଫୋନ ନଦୀ ଭିତରୁ ଠାବ କରାଯାଇଛି। ତେବେ ଏହି ଘଟଣାରେ ଦୁଇ ସାଙ୍ଗଙ୍କୁ ପୁରୀଘାଟ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ହେମନ୍ତଙ୍କ ସମ୍ପର୍କୀୟ କହିବା ମୁତାବକ, "କଟକର ଅମିତ ନାମକ ଜଣେ ସାଙ୍ଗଙ୍କ ସହ ଏମାନେ ବନ୍ଧୁତା ଦିବସ ପାଳନ କରୁଥିଲେ। ଏହା ଏକ ଯୋଜନାବଦ୍ଧ ଭାବରେ ହତ୍ୟା" କହିଛନ୍ତି ପରିବାର।

ଏହା ମଧ୍ୟ ପଢନ୍ତୁ...ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଅପରପକ୍ଷେ, ରବିବାର ଫ୍ରେଣ୍ଡସିପ ଡେ ପାଳନ କରିବା ପାଇଁ ଯୁବକ ଜଣକ କଟକରେ ରହୁଥିବା ସାଙ୍ଗ ପାଖକୁ ଆସିଥିଲେ । ତେବେ ଦୁଇ ଜଣ ସାଙ୍ଗ ସହ ହେମନ୍ତ କାଠଯୋଡି ନଦୀ କୂଳରେ ବସି ଫ୍ରେଣ୍ଡସିପ ଡେ ପାଳନ କରିବା ସମୟରେ ହେମନ୍ତ ଭାରସାମ୍ୟ ହରାଇ ନଦୀକୁ ଖସି ଯାଇଥିବା ସନ୍ଦେହ କରାଯାଉଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର। ତେବେ ନଦୀ କୂଳରୁ ଯୁବକଙ୍କ ମୋବାଇଲ ଉଦ୍ଧାର କରାଯାଇଥବା ବେଳେ ଯୁବକଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି । ଏନେଇ ତନାଘନା ଚଳାଇଛି ପୁରୀଘାଟ ଥାନା ପୋଲିସ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.