ETV Bharat / state

ମୟୂରଭଞ୍ଜ ପାଇଁ ବଢିଲା ବିପଦ, ଆଗାମୀ 12 ଘଣ୍ଟା ଗୁରୁତ୍ବପୂର୍ଣ୍ଣ - cyclone yaas

ଧାମରାଠୁ 40 କିମି ଦୂରରେ ‘ୟସ’
ଧାମରାଠୁ 40 କିମି ଦୂରରେ ‘ୟସ’
author img

By

Published : May 26, 2021, 7:15 AM IST

Updated : May 26, 2021, 8:35 PM IST

19:19 May 26

ବାତ୍ୟା ପରେ ସ୍ଥିତି ସୁଧାରିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରୟାସ

ଭଦ୍ରକ: ଲ୍ୟାଣ୍ଡଫଲ କଲା ଏବଂ ଅନେକଙ୍କ ମନରେ କ୍ଷତ ଭରିଦେଲା ବାତ୍ୟା ୟସ। ବହୁ କ୍ଷୟକ୍ଷତି କଲା । କେଉଁଠି ଗଛ ଭାଙ୍ଗିଲା ତ ଆଉ କେଉଁଠି ବିଦ୍ୟୁତ ଖୁଣ୍ଟକୁ ତଳେ ସୁଆଇଦେଲା । ଆଉ କେଉଁଠି କାରକୁ ପାଣିରେ ଭସାଇ ନେଲା ଓ ଘର ଗୁଡିକୁ ପାଣିରେ ବୁଡ଼ାଇ ଦେଲା । ଏମିତି ସ୍ଥିତି ଏବେ ଭଦ୍ରକ ଜିଲ୍ଲାରେ ବାତ୍ୟା ୟସ ପରେ ଦେଖିବା ପାଇଁ ମିଳିଛି । ବାତ୍ୟା ୟସ ବାରମ୍ବାର ଦିଗ ବଦଳାଇଥିଲା । ପାଣିପାଗ ବିଭାଗର ପ୍ରାଥମିକ ଆକଳନରେ ଭଦ୍ରକ ଜିଲ୍ଲା ଧାମରାରୁ ବାସୁଦେବପୁର ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥାନ୍ତା ବାତ୍ୟା ୟସ । କିନ୍ତୁ ପୁଣି ଦିଗ ବଦଳାଇ ଭଦ୍ରକ ଜିଲ୍ଲାରେ ସିନା ଲ୍ୟାଣ୍ଡଫଲ କଲା ନାହିଁ, କିନ୍ତୁ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ପ୍ରଭୃତ କ୍ଷୟକ୍ଷତି କରିଛି ।  

ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକରେ ଅଧିକ କ୍ଷତି ହୋଇଥିବା ସୂଚନା ମିଳିଛି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ଆବଶ୍ୟକ ପଦକ୍ଷେପ ପାଇଁ ଜୀବନ ହାନି ହୋଇନାହିଁ । ବାତ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ଜିଲ୍ଲାର 1 ଲକ୍ଷ 20 ହଜାରରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରି ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ସ୍ଥାନାନ୍ତର ପରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଜିଲ୍ଲାର ଅନେକ ସ୍ଥାନରେ ଗଛ ପଡିଛି, ବିଦ୍ୟୁତ ଖୁଣ୍ଟ ଭାଙ୍ଗି ମାଟି ଛୁଇଁଛି । ଅନେକ ସ୍ଥାନରେ ଘର ଉପରେ ଗଛ ପଡିଥିବାବେଳେ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ଘର ଗୁଡିକ ଜଳମଗ୍ନ ହୋଇଛି ।  

ତିହିଡି ବ୍ଲକ ଗୁଆମାଳ ଠାରେ ଗଛ ପଡି ସ୍ବାସ୍ଥ୍ୟ କେନ୍ଦ୍ରର ପାଚେରୀ ଭାଙ୍ଗି ରାସ୍ତା ଅବରୋଧ ହାଇଥିଲା । ଭଦ୍ରକ ସହରର 18 ନମ୍ବର ୱାର୍ଡରେ ବର୍ଷା ପାଣିରେ ବାଟ ନ ପାଇ ବୋଲେରୋ ଦୁର୍ଘଟଣା ହୋଇଛି । ସେହିପରି ପ୍ରାୟ 7ଟି ବ୍ଲକର ତଳିଆ ଅଞ୍ଚଳରେ ବର୍ଷା ପାଣି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି । ତେବେ ଜିଲ୍ଲାରେ ମୁତୟନ ହୋଇଥିବା 15 ପ୍ଲାଟୁନ ପୋଲିସ ଫୋର୍ସ ସହ ସମସ୍ତ ଥାନାର କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ସେହିଭଳି 10ଟି ଏନଡିଆରଏଫ ଟିମ, 3 ଓଡ୍ରାଫ ଟିମ ଓ 20 ଅଗ୍ନିଶମ ବାହିନୀ ଏବେ ଗଛ କଟା, ରାସ୍ତା ସଫା କରିବା କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ପାଇଁ ନିଜ କାର୍ଯ୍ୟ ଆରମ୍ଭ କରିଛି । ପାଣି ଜମିଥିବା ସ୍ଥାନରୁ ବର୍ଷା ଜଳ ନିଷ୍କାସନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।  

ଏମିତି ସମୟରେ ପିଇବା ପାଣି ଯୋଗାଇବା ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳରେ ଜେନେରେଟର ଓ ଅନ୍ୟ ବିକଳ୍ପ ବ୍ୟବସ୍ଥା କରି ଅଲୋକୀକରଣ ପାଇଁ ଚେଷ୍ଟା ଆରମ୍ଭ ହୋଇଛି । କ୍ଷୟକ୍ଷତିର ଆକଳନ ପରେ ଜିଲ୍ଲାରେ କେତେ ମାତ୍ରାରେ କ୍ଷତି କରିଛି ୟସ ତାହା ସ୍ପଷ୍ଟ ହେବ। ତେବେ ଜିଲ୍ଲାପାଳ କହିଛନ୍ତି ବିଦ୍ୟୁତ ସଂଯୋଗ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି, ଯଥାଶୀଘ୍ର କାର୍ଯ୍ୟ ସରିବ । ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ନିମନ୍ତେ ବ୍ୟବସ୍ଥା କରାଯାଉଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

16:21 May 26

ବାତ୍ୟା ୟସ ପ୍ରଭାବରେ ଢେଙ୍କାନାଳରେ ଝିପିଝିପି ବର୍ଷା

ଢେଙ୍କାନାଳ: ପାଣିପାଗ ବିଭାଗ ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ୟେଲୋ ଓ୍ବାର୍ଣ୍ଣିରେ ଅଛି। ତେଣୁ, ସାମୁଦ୍ରିକ ଝଡ ୟସର ପ୍ରଭାବ ଢେଙ୍କାନାଳ ଜିଲ୍ଲାରେ ସେତେଟା ପଡିବ ନାହିଁ ବୋଲି ଅନୁମାନ କରାଯାଉଛି। ତେବେ ଜିଲ୍ଲାର ଗନ୍ଦିଆ, ଭୁବନ ଓ କଙ୍କଡାହାଡ଼ ବ୍ଲକ ଅଞ୍ଚଳ ପ୍ରଭାବିତ ଆଶଙ୍କାରେ ଜିଲ୍ଲା ପ୍ରଶାସନ ତରଫରୁ ଏହି ତିନୋଟି ବ୍ଲକ ଅଞ୍ଚଳରେ କଡା ନଜର ରଖାଯାଇଛି ।  

ବ୍ଲକର ଶତାଧିକ ଲୋକଙ୍କୁ ସ୍ଥାନନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏହିସବୁ ବ୍ଲକର ତଳି ଅଞ୍ଚଳରେ ରହୁଥିବା ଲୋକମାନେ ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ତେବେ ଅପରାହ୍ନ 3ଟା ସୁଧା ଏହି ଅଞ୍ଚଳ ହେଉ କିମ୍ବା ଜିଲ୍ଲାର କୌଣସି ଅଞ୍ଚଳରେ ୟସର ସେତେଟା ପ୍ରଭାବ ନଥିବା ଅନୁଭୂତ ହୋଇଛି । କେବଳ ତୁହାକୁ ତୁହା ଝିପି ଝିପି ବର୍ଷ ସାଙ୍ଗକୁ ପବନ ପ୍ରବାହିତ ହେଉଛି । ପବନର ବେଗ ଅପରାହ୍ନରୁ ବଢିଥିଲେ ମଧ୍ୟ ସେତେଟା ବିପଦ ସୃଷ୍ଟି କରିନାହିଁ । କହିବାକୁ ଗଲେ ଏହି ସାମୁଦ୍ରିକ ଝଡ଼ ୟସ ଢେଙ୍କାନାଳ ଜିଲ୍ଲାରେ କେବଳ ଝିପି ଝିପି ବର୍ଷା ଓ ସୁଲୁ ସୁଲିଆ ପବନରେ ସୀମିତ ରହିଥିବା ପରିଲକ୍ଷିତ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

15:50 May 26

ବାତ୍ୟା ପାଇଁ ସଜାଗ ରାଇରଙ୍ଗପୁର ପ୍ରଶାସନ, ୩୬୭୫ ଜଣଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ରାଇରଙ୍ଗପୁର: ବାତ୍ୟା ୟସ ପ୍ରଭାବରେ ରାଇରଙ୍ଗପୁର ଉପଖଣ୍ଡର କୁସମୀ ବ୍ଲକରେ ସର୍ବାଧିକ ୩୦୪ ମି.ମି ବର୍ଷା ରେକର୍ଡ, ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରାଇରଙ୍ଗପୁର ପ୍ରଶାସନ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନ ମଧ୍ୟ ବାତ୍ୟା ୟସର ମୁକାବିଲା କରିବା ନେଇ ସଜାଗ ରହିଛି। ଉପଖଣ୍ଡରେ ମୋଟ ୮୭ ଟି ଆଶ୍ରୟ ସ୍ଥଳୀ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୬୭୫ ଜଣଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯାଇପାରିଛି।  

ଇଭାକୁୟେସନ କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି । ଯେଉଁମାନେ ଗତକାଲି ପ୍ରଶାସନର ଅନୁରୋଧ ପରେ ମଧ୍ୟ ଆସି ନଥିଲେ ଆଜି ପବନର ବେଗ ବର୍ଷା ଦେଖି ନିଜେ ଆଶ୍ରୟ ସ୍ଥଳୀକୁ ପହଞ୍ଚିଥିଲେ । ଆଶ୍ରୟ ସ୍ଥଳୀରେ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ବଣ୍ଟନ ସହ ସାମାଜିକ ଦୂରତ୍ବକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ସନ୍ଧ୍ୟା ସୁଦ୍ଧା ପାଖାପାଖି ୫୦୦୦ ଲୋକ ଇଭାକ୍ୟୁଏଟ ହେବେ ବୋଲି ଜଣାପଡିଛି । ସେପଟେ ବାତ୍ୟା ପ୍ରଭାବରେ ଉପଖଣ୍ଡର କୁସମୀ ବ୍ଲକରେ ସର୍ବାଧିକ ୩୦୪ ମି .ମି ବର୍ଷା ରେକର୍ଡ ହୋଇଥିବା ବେଳେ ବ୍ଲକ ପ୍ରଶାସନ ୟସ ମୁକାବିଲା ନେଇ ଆହୁରି ତତ୍ପର ହୋଇଥିବା ଜଣାପଡିଛି।  

ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଗଛ ପଡିଥିବା ବେଳେ ବନ ବିଭାଗ ଗଛ କଟା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବାତ୍ୟା ସମୟରେ ଓ ପରର ପରିସ୍ଥିତି ସହ ମୁକାବିଲା କରିବା ନେଇ ଦମକଳ ବାହିନୀ, ବନ ବିଭାଗ, ବିଦ୍ୟୁତ ବିଭାଗ ସଜାଗ ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

15:14 May 26

ଆନନ୍ଦପୁରରେ ଗଛ ଭାଙ୍ଗି ମେଡିକାଲ ରାସ୍ତା ବନ୍ଦ

ଗଛ ଭାଙ୍ଗି ମେଡିକାଲ ରାସ୍ତା ବନ୍ଦ

ଆନନ୍ଦପୁର: ବାତ୍ୟା ୟସ ପ୍ରଭାବରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଘଷିପୁରା ସରକାରୀ ବାସଭବନରେ ୨ଟି ଗଛ ଭାଙ୍ଗିପଡିଥିବାରୁ ଆନନ୍ଦପୁର ମେଡ଼ିକାଲକୁ ସଂଯୁକ୍ତ ଥିବା ରାସ୍ତାଟି ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଛି ।  

ଯାହାଦ୍ବାରା ଆମ୍ବୁଲାନ୍ସ ଯିବାରେ ବାଧକ ସାଜିଛି। ମେଡିକାଲକୁ ଯାଉଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଯଦି ତୁରନ୍ତ ରାସ୍ତା ସଫା କରାନଯାଏ ତେବେ ରୋଗୀମାନେ ନାନ ଅସୁବିଧାର ସମ୍ମୁଖୀନ ହେବେ । 

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

13:46 May 26

ଆଗାମୀ 12 ଘଣ୍ଟା ଗୁରୁତ୍ବପୂର୍ଣ୍ଣ

ମୟୂରଭଞ୍ଜରେ ବଢିବାରେ ଲାଗିଛି ପବନ । ଆଗାମୀ 12 ଘଣ୍ଟା ମୟୂରଭଞ୍ଜ ପାଇଁ ଗୁରୁତ୍ବପୂର୍ଣ୍ଣ । 90 ରୁ 110 କିମି ବେଗରେ ବହିବ ପବନ । 

13:12 May 26

ଉପକୂଳ ଅତିକ୍ରମ କଲା ‘ୟସ୍’

ଉପକୂଳ ଅତିକ୍ରମ କଲା ‘ୟସ୍’

ଉପକୂଳ ଅତିକ୍ରମ କଲା ‘ୟସ୍’ । ସରିଲା ଲ୍ୟାଣ୍ଡଫଲର ପ୍ରକ୍ରିୟା । ଦିନ 10ଟା 30ରୁ 11ଟା 30 ମଧ୍ୟରେ କରିଥିଲା ଉପକୂଳ ଅତିକ୍ରମ । ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ 130-150କିମି ପ୍ରତି ଘଣ୍ଟା ରହିଥିଲା । ଆଗାମୀ 3 ଘଣ୍ଟାରେ ଦୁର୍ବଳ ହେବ ‘ୟସ୍’ । ବାତ୍ୟାର ପବନ କମି 90-100 କିମି ପ୍ରତି ଘଣ୍ଟା ରହିବ । ପରବର୍ତ୍ତୀ 6  ଘଣ୍ଟାରେ 60 କିମିକୁ ଖସିବ ପବନର ବେଗ । ଏହାସହ ବର୍ତ୍ତମାନ ବାଲେଶ୍ବରରେ ଦିନ 3ଟା ଯାଏଁ ବାତ୍ୟାର ପ୍ରଭାବ ବଳବତ୍ତର ରହିବ । ଏହାପରେ ମୟୂରଭଞ୍ଜ ଅଭିମୁଖେ ଯିବ ‘ୟସ୍’ । ତେବେ 12 ଘଣ୍ଟା ଯାଏଁ ଜାରି ରହିବ ବର୍ଷା ।  କାଲି ସକାଳେ ଡିପ୍ ଡିପ୍ରେସନ ରୂପ ନେଇ ଝାଡଖଣ୍ଡ ଯିବ ବାତ୍ୟା । ସାମୁଦ୍ରିକ ଜୁଆର କମିଛି । ଅଧିକରୁ ଅଧିକ 2 ଫୁଟ୍ ଜୁଆର ବଢିବାର ରହିଛି ସମ୍ଭାବନା । 

12:53 May 26

ବାଲେଶ୍ଵରରେ ବଢୁଛି ପବନର ବେଗ

ବାଲେଶ୍ଵରରେ ଏବେ ପବନର ବେଗ ବଢିଛି

ବାତ୍ୟା ‘ୟସ୍’ର ପ୍ରଭାବ ଯୋଗୁଁ ବାଲେଶ୍ଵରରେ ଏବେ ପବନର ବେଗ ବଢିଛି। ପବନର ବେଗ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛ ପଡିବା ସହ ରାସ୍ତାଘାଟ ଜାମ ହୋଇଛି। ଏହାସହ ଟିଣ ଛପର ଉଡିଯାଇଥିବା ବେଳେ ବିଭିନ୍ନ ସ୍ଥାନ ଏବେବି ଜଳମଗ୍ନ । 

12:47 May 26

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ୟସ୍’

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ୟସ୍’ । ଦିନ 1ଟାରେ ସରିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହି ସମୟରେ ପବନର ବେଗ 130-140କିମି ରହିବ । ଦିନ 3ଟା ପରେ ମୟୂରଭଞ୍ଜରେ ପହଞ୍ଚିବ ବାତ୍ୟା । ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ଚାଲିଯିବ। 

12:34 May 26

9ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

9ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏହାସହ 5 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା । 5 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ବାଲେଶ୍ବର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

12:34 May 26

ବାଲେଶ୍ବରରେ ନାହିଁ ବର୍ଷାର ପ୍ରକୋପ

ବାଲେଶ୍ବର ନାହିଁ ବର୍ଷାର ପ୍ରକୋପ

ବାଲେଶ୍ବରରେ ନାହିଁ ବର୍ଷାର ପ୍ରକୋପ । ଏହାସହ ସମୁଦ୍ର ଜୁଆର ଅଧିକ ତୀବ୍ର ମଧ୍ୟ ନାହିଁ । ବାତ୍ୟା ପରେ ବଢିଛି ପବନର ବେଗ । 

11:41 May 26

ବାତ୍ୟା ପ୍ରଭାବରେ ଜଳମଗ୍ନ ବାଲେଶ୍ବର

ବାତ୍ୟା ପ୍ରଭାବରେ ଜଳମଗ୍ନ ବାଲେଶ୍ବର

‘ୟସ୍’ ପ୍ରଭାବରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଏବେ ଜଳମଗ୍ନ। ସଦର ବ୍ଲକ ଶ୍ରୀକୋଣା, ବଣଛକ, ନାଉପାଳଗଡି, ଜଙ୍ଗଲଘେରି, ଚାରିଗୋଛିଆରେ ଲୋକଙ୍କ ଘରେ ସମୁଦ୍ର ପାଣି ପଶିଥିବା ଦେଖିବାକୁ ମିଳିଛି। ସେହିପରି ବାଲିଆପାଳ ଅଞ୍ଚଳରେ ମଧ୍ୟ ଅନେକ ସ୍ଥାନ ଜଳମଗ୍ନ ରହିଛି। 

11:16 May 26

ପାରାଦୀପରେ ପ୍ରବଳ ବର୍ଷା

ପାରାଦୀପରେ ପ୍ରବଳ ବର୍ଷା

ଜଗତସିଂହପୁରର ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଜାରି । ପବନର ବେଗ 60 ରୁ 70 କିଲୋମିଟର ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ 22361 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।  ଜଗତସିଂହପୁର ଜିଲ୍ଲାରେ ପାରାଦୀପ ,ଏରସମା ଓ କୁଜଙ୍ଗରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

11:08 May 26

ବାଲେଶ୍ବର ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳ ଦେଇ ଗତି କରୁଛି ବାତ୍ୟା

ଦିନ 10ଟା 30 ସୁଦ୍ଧା ବାତ୍ୟା ‘ୟସ୍’ ବାଲେଶ୍ବର ଦକ୍ଷିଣତଟବର୍ତ୍ତୀ ଅଞ୍ଚଳ ଦେଇ ଗତି କରୁଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ ଆଉ 2 ଘଣ୍ଟା ଲାଗିବ । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । 

11:04 May 26

ଭଦ୍ରକର ବିଭିନ୍ନ ସ୍ଥାନ ଜଳମୟ

ଭଦ୍ରକର ବିଭିନ୍ନ ସ୍ଥାନ ଜଳମୟ

ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ୟସ୍’ । ଭଦ୍ରକରେ ବର୍ତ୍ତମାନ ଘଣ୍ଟା ପ୍ରତି 100କିମି ବେଗରେ ବହୁଛି ପବନ । ଜିଲ୍ଲାର ପ୍ରାୟ ସ୍ଥାନରେ ଜଳମଗ୍ନ ହୋଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡିଥିବା ବେଳେ ବିଦ୍ୟୁତ ଖୁଣ୍ଟି ମଧ୍ୟ ଭାଙ୍ଗି ଯାଇଛି । 

10:42 May 26

ବାଲେଶ୍ବରରେ ଗଛ ପଡି ଜଣେ ମୃତ

ବଢୁଛି ପବନର ବେଗ । ବାତ୍ୟା ପ୍ରଭାବରେ ବାଲେଶ୍ବର ସହରର ରେଳ କଲୋନୀରେ ଗଛ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଭାସ୍କର ଗଞ୍ଜ ଅଞ୍ଚଳର ମଣ୍ଟୁ ଜେନା ବୋଲି ଜଣାପଡ଼ିଛି। 

10:42 May 26

ଦକ୍ଷିଣ-ଦକ୍ଷିଣପୂର୍ବ ବାଲେଶ୍ବର ଦେଇ ଗତି କରୁଛି ବାତ୍ୟା

ଚାଲିଛି  ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପ୍ରକ୍ରିୟା ସରିବାକୁ ପ୍ରାୟ 3 ଘଣ୍ଟା ସମୟ ଲାଗିବ । ଏହା ବାଲେଶ୍ବରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ 30 କିମିରେ ଗତି କରୁଛି । 

10:10 May 26

କେନ୍ଦ୍ରାପଡା ତଳଚୁଆରେ ଲହଡି ଭାଙ୍ଗୁଛି ସମୁଦ୍ରପାଣି

କେନ୍ଦ୍ରାପଡା ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ମଧ୍ୟରେ ସମୁଦ୍ର ପାଣି ଲହଡି ଭାଙ୍ଗୁଥିବା ବେଳେ ତାଳଚୁଆ ବଜାର ଜଳମଗ୍ନ ହୋଇଛି। ରାସ୍ତାରେ ବଡ଼ ବଡ଼ ଗଛ ଉପୁଡି ପଡିଥିବା ବେଳେ ବିଦ୍ୟୁତ ଖୁଣ୍ଟି ମଧ୍ୟ ଭାଙ୍ଗିପଡିଛି। 

09:51 May 26

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 80 ହଜାର ଲୋକଙ୍କୁ ସ୍ଥାନାନ୍ତରଣ

ରାଜ୍ୟରେ ମୋଟ୍ 5 ଲକ୍ଷ 80 ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଦିନ 1ଟା ସୁଦ୍ଧା ବାଲେଶ୍ବର ଦେଇ ମୟୂରଭଞ୍ଜ ଜିଲ୍ଲାରେ ପ୍ରବେଶ କରିବ ‘ୟସ୍’ । ଅପରାହ୍ନରେ ମୟୂରଭଞ୍ଜରେ ବଢିବ ବର୍ଷା । ବାଲେଶ୍ବରରୁ ମୟୂରଭଞ୍ଜ ଦେଇ ଗତି କରିବା ବେଳେ 100 କି.ମି ବେଗରେ ବହିବ ପବନ । ସେପଟେ ଭଦ୍ରକର ଚାନ୍ଦବାଲିରେ 288ମିମି ବର୍ଷା, କେନ୍ଦ୍ରାପଡାର ରାଜନଗରରେ 275 ମିମି, ଜଗତସିଂହପୁର ଏରସମାରେ 271ମିମି ବର୍ଷା ରେକର୍ଡ କରାଯାଇଛି । 

09:37 May 26

ମୟୂରଭଞ୍ଜ ଦେଇ ଝାଡଖଣ୍ଡ ଆଡକୁ ମୁହାଁଇବ ବାତ୍ୟା

ବାଲେଶ୍ବର ଦେଇ ମୟୂରଭଞ୍ଜ ଯିବ ବାତ୍ୟା । ଗତ 24 ଘଣ୍ଟା ଭିତରେ ଉତ୍ତର ଓଡିଶାର ଅନେକ ଯାଗାରେ ବର୍ଷା ହୋଇଛି । ମୟୂରଭଞ୍ଜର କୁସୁମିରେ 308 ମିମିର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ମୟୂରଭଞ୍ଜରେ ଅପରାହ୍ନରେ ବର୍ଷା ବଢିବ । ରାତିରେ ମୟୂରଭଞ୍ଜ ଅତିକ୍ରମ କରିବ ବାତ୍ୟା । ମୟୂରଭଞ୍ଜ ଦେଇ ଝାଡଖଣ୍ଡ ଆଡକୁ ମୁହାଁଇବ ବାତ୍ୟା । 

09:36 May 26

ବାତ୍ୟାର ସର୍ବାଧିକ ପ୍ରଭାବିତ ହେବ ବାଲେଶ୍ବର ଏବଂ ଭଦ୍ରକ

  • Landfall process has begun, will take 3-4 hours to complete. Maximum impact will be in Balasore and Bhadrak districts. Wind speed will about 100kmph in Mayurbhanj dist also . Pray God to help people of the state. @CMO_Odisha @IPR_Odisha @osdmaodisha @SRC_Odisha @SecyChief

    — Pradeep Jena IAS (@PradeepJenaIAS) May 26, 2021 " class="align-text-top noRightClick twitterSection" data=" ">

ବାତ୍ୟାର ସର୍ବାଧିକ ପ୍ରଭାବ ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ପଡିବ । ମୟୂରଭଞ୍ଜରେ ମଧ୍ୟ ପବନର ବେଗ ପ୍ରାୟ 100 କିଲୋମିଟର ରହିବ ବୋଲି ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ରେମୁଣା-ବାହାନାଗା ସଦର ଦେଇ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା । ଦିନ 1 ସୁଦ୍ଧା ସରିବ ଲ୍ୟାଣ୍ଡଫଲ୍ ।  ଦିନ 3ଟା ଯାଏଁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ପ୍ରଭାବ ରହିବ ।  ଏହି ସମୟରେ ପବନର ବେଗ 130-140 କିମି ରହିବ । 

09:25 May 26

ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ବର ଦେଇ ଗତି କରିବ ବାତ୍ୟା

ଆରମ୍ଭ ହୋଇଛି ‘ୟସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଦିନ ୧୦ ଟାରୁ ୧୧ ଟା ମଧ୍ୟରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ବର ଦେଇ ଗତି କରିବ ବାତ୍ୟା । ଧାମରାର ମୋହନପୁରରେ ସର୍ବାଧିକ  ୩.୮ ମିଟର ପାଖାପାଖି ଜୁଆର ଉଠିବ । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଓ ମୟୁରଭଞ୍ଜରେ ଏହାର ପ୍ରଭାବ ଅନୁଭୂତ ହେବ। 

09:19 May 26

ଭଦ୍ରକରେ ଉଦ୍ଧାର କାର୍ଯ୍ୟ ପ୍ରଭାବିତ

ଭଦ୍ରକରେ ଉଦ୍ଧାର କାର୍ଯ୍ୟ ପ୍ରଭାବିତ

ଭଦ୍ରକରେ ଲଗାଣ ବର୍ଷା କାରଣରୁ  ଅନେକ ଗଛ ଉପୁଡି ପଡିଛି । ଫଳରେ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ବର୍ଷା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯିବ । ତେବେ 1 ଲକ୍ଷ 20 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ । 

09:10 May 26

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

  • VERY SEVERE CYCLONIC STORM YAAS CENTRED ABOUT 50 KM SOUTH-SOUTHEAST OF BALASORE.LANDFALL PROCESS HAS COMMENCED AROUND 0900 HRS IST. pic.twitter.com/esPuoaECL0

    — India Meteorological Department (@Indiametdept) May 26, 2021 " class="align-text-top noRightClick twitterSection" data=" ">

ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ବାଲେଶ୍ବରର ଦକ୍ଷିଣ-ଉତ୍ତର ଧାମରା ମଧ୍ୟରେ ଅତିକ୍ରମ କରିବ । ବାଲେଶ୍ବରରୁ 50 କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଅତି ତୀବ୍ର ସାମୁଦ୍ରିକ ଝଡ କେନ୍ଦ୍ରୀଭୂତ ହୋଇଛି ।  ପ୍ରାୟ 3-4 ଘଣ୍ଟା ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । 

08:54 May 26

ମୋହନପୁରରେ ଜୁଆର ୯ କିମି ଯାଏ ସ୍ଥଳଭାଗକୁ ଯିବ

ଭଦ୍ରକର ମୋହନପୁରରେ ଜୁଆର ୯ କିମି ଯାଏ ସ୍ଥଳଭାଗକୁ ଯିବ । ଲ୍ୟାଣ୍ଡଫଲର ୩-୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା ଓ ପବନ ଲାଗି ରହିପାରେ । ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ହେବ ଅଧିକ ପ୍ରଭାବିତ ।

08:50 May 26

ଦିନ 10ଟାରେ କରିବ ଲ୍ୟାଣ୍ଡଫଲ୍ !

ଦିନ 10ଟାରେ ଆରମ୍ଭ ହୋଇପାରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବର୍ତ୍ତମାନ ବାଲେଶ୍ବର ଓ ଭଦ୍ରକରେ 80-90 କିମି ବେଗରେ ବହୁଛି ପବନ । ଅପରାହ୍ନରେ କେନ୍ଦ୍ରାପଡା, ଭଦ୍ରକରେ କମିବ ବର୍ଷା । ପୂର୍ବାହ୍ନ ପରେ ଜଗତସିଂହପୁରରେ କମିବ ବର୍ଷା ।  

08:44 May 26

ଲ୍ଯାଣ୍ଡଫଲ୍ ପରେ କମିବ ପବନର ବେଗ

ଭୂପୃଷ୍ଠ ଛୁଇଁଲା ପରେ ଦୁର୍ବଳ ହେବ ବାତ୍ୟା । ପବନର ବେଗ 130-140 କିମି ରହିବା ସୂଚନା । ଭଦ୍ରକର ଧାମରା ଅତିକ୍ରମ କରି ବାଲେଶ୍ବର ଆଡ଼କୁ ମୁହାଁଇଛି ବାତ୍ୟା । ପୂର୍ବ ଅପେକ୍ଷା ଦୁର୍ବଳ ହୋଇଛି ୟସ୍ । ଧାମରା ଓ ଭିତରକନିକା ଅଞ୍ଚଳରେ ହେନ୍ତାଳ ବନ ଥିବାରୁ କମିଲା ବେଗ ।

08:37 May 26

କଟକରେ ଜାରି ରହିଛି ବର୍ଷା

କଟକରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ପାଇଁ 195ଟି ପମ୍ପର ବ୍ୟବସ୍ଥା କରାଯାଇଛି । ସେହିପରି ସମସ୍ତ ୩୦ଟି ବସ୍ତିରୁ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

08:37 May 26

ବାଲେଶ୍ବରରୁ 80 କିମି ଦୂରରେ ୟସ୍

ବାଲେଶ୍ବରରୁ 80 କିମି ଦୂରରେ ୟସ୍

ଘଣ୍ଟା ପ୍ରତି 15 କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ୟସ । ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ବେଗରେ ପବନ । 

08:28 May 26

ଆନନ୍ଦପୁରରେ ଜଣେ ମୃତ

ଆନନ୍ଦପୁର: ବାତ୍ୟାରେ ଗଛର ଡାଳ ଭାଙ୍ଗି ପଡ଼ିବାରୁ ଜଣେ ମୃତ । ମୃତକ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପଞ୍ଚୁପଲ୍ଲା ଗାଁର ପୂର୍ଣ୍ଣଚନ୍ଦ୍ର ନାଏକ । ଆଜି ସକାଳେ ମଠରୁ ପୂଜା ସାରି ଫେରୁଥିବା ସମୟରେ ରାସ୍ତାରେ ଥିବା ଏକ ବିରାଟ ବରଗଛର ଡାଳ ତାଙ୍କ ମୁଣ୍ଡ ଉପରେ ଭାଙ୍ଗି ପଡ଼ିବାରୁ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । 

06:12 May 26

ଭଦ୍ରକର ଧାମରାରୁ 40 କିମି ଦୂରରେ ‘ୟସ’

ବାଲେଶ୍ଵର/ଭଦ୍ରକ/କେନ୍ଦ୍ରାପଡ଼ା: ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ ରୂପରେ ଗତି କରୁଛି ୟସ। ଭୋର ଠାରୁ ପବନର ବେଗ ବୃଦ୍ଧି ପାଉଥିବା ବେଳେ ବର୍ଷା ଲାଗି ରହିଛି। ଜିଲ୍ଲାଗୁଡ଼ିକର ବିଭିନ୍ନ ଅଞ୍ଚଳରେ ପବନର ବଗ ବଢିବାରେ ଲାଗିଛି । ଏପଟେ ଘଣ୍ଟା ପ୍ରତି 15 କିମି ବେଗରେ ଗତି କରୁଛି ୟସ । 

ତେବେ ଲ୍ୟାଣ୍ଡଫଲରେ ବିଳମ୍ବ ହେବା ନେଇ ସୂଚନା ଥିବାରୁ ପବନର ବେଗ କମିବ । ଆଜି ସକାଳେ ନୁହେଁ, ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ୟସ । ଦିନ 10ରୁ 11ଟା ଭିତରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇପାରେ । ସମୁଦ୍ରରେ 130ରୁ 140 କିମି ବେଗରେ ବହୁଛି ପବନ । ଏବଂ ଲ୍ୟାଣ୍ଡଫଲ ବେଳେ 130ରୁ 155କିମି ବେଗରେ ପହନ ବହିପାରେ ବୋଲି ସୂଚନା ରହିଛି । ୟସ ଆଖିର ବ୍ୟାସାର୍ଦ୍ଧ୍ୟ 35 କିମି ହୋଇଥିବା ସୂଚନା । 

ଏପଟେ ବାଲେଶ୍ବରର ଚାନ୍ଦିପୁର, ଉଦୟପୁର, ତାଳସାରି ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି। ସବୁ ଜିଲ୍ଲାରେ ଏନଡିଆରଏଫ ଟିମ, ଓଡ୍ରାଫ ଟିମ, ପୋଲିସ ଫୋର୍ସ ଓ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି । ଭଦ୍ରକ ଓ ବାଲେଶ୍ବରରେ 7ରୁ 13 ଫୁଟ ଉଚ୍ଚରେ ଜୁଆର ଉଠିବାର ଆଶଙ୍କା ରହିଥିବା ବେଳେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ 7 ଫୁଟ ଉଚ୍ଚରେ ଜୁଆର ଉଠିବାର ଆଶଙ୍କା ରହିଛି ।

Last Updated : May 26, 2021, 8:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.