ETV Bharat / state

କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମଟମ ରିପୋର୍ଟ

ଓସିଏ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣା । ଆସିଲା ପୋଷ୍ଟମଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ରିପୋର୍ଟରେ ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ

author img

By

Published : Jan 19, 2023, 8:52 AM IST

cricketer Rajashree Swain post mortem report
କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ଘଟଣା

କଟକ: ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ବ୍ୟବଚ୍ଛେଦ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତା ଉପରୁ ପରଦା ହଟିନାହିଁ । ଭିସେରା ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି । ଗତ ଜାନୁଆରୀ 13 ତାରିଖରେ ଖୁଣ୍ଟୁଣି ଗୁରୁଡିଝାରିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାଟି ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲେ ବିଭିନ୍ନ ରାଜନୈତିକ ଦଳ ।

ଗତ 11 ତାରିଖରୁ ପ୍ରଥମେ ରାଜଶ୍ରୀ ସ୍ବାଇଁ ନିଖୋଜ ଥିବା ଖବର ପ୍ରସାରିତ ହୋଇଥିଲା । ଏହା ପରେ ଗୋଟିଏ ଦିନ ପରେ 13 ତାରିଖ ଦିନ ଖୁଣ୍ଟୁଣି ଗୁରୁଡିଝାରିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପାରିପାର୍ଶ୍ବିକ ସ୍ଥିତି ଦେଖି ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସନ୍ଦେହ ଉପୁଜିଥିଲା । ରାଜଶ୍ରୀଙ୍କ ମୃତ୍ୟୁ ନେଇ ଓଡିଶା କ୍ରୀଡା ଜଗତରେ ଦୁଃଖର ଲହରୀ ଖେଳିଯାଇଥିଲା ।

ତେବେ ଗୋଟିଏ ପଟେ ରାଜଶ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ଶେଷ ହୋଇଥିଲା ବେଳେ ଏହି ଘଟଣା ଏବେ ବିବାଦର କେନ୍ଦ୍ର ବିନ୍ଦୁ ପାଲଟିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ମଧ୍ୟ କରିଥିଲା । ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ ହୋଇଥିଲା । ବର୍ତ୍ତମାନ ସମୟରେ ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି ।

ଗୋଟିଏ ପଟେ ଝିଅର ମୃତ୍ୟୁ ପାଇଁ ପରିବାର ଓସିଏକୁ ଦାୟୀ କରୁଥିବା ବେଳେ ଅନ୍ୟପଟେ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା ସ୍ପଷ୍ଟ କରିଥିଲା ଓଡିଶା କ୍ରିକେଟ ସଂଘ । ତେବେ ସେଇ ଚିଠିରେ ଓସିଏର କୋଚ ଓ ମାଣ୍ଡେଲା ସାରଙ୍କ ନାଁ ରହିଥିବା ଖବର ରାଜ୍ୟ କ୍ରୀଡା ଜଗତରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ...କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲା: ବ୍ୟବଛେଦ ରିପୋର୍ଟ ତଦନ୍ତକୁ ମଜଭୁତ କରିବ କହିଲେ ଡିସିପି

ଏହା ବି ପଢନ୍ତୁ...ଜଙ୍ଗଲରୁ ମିଳିଲା କ୍ରିକେଟର ରାଜଶ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ରାଜଶ୍ରୀ ଜଣେ ଓସିଏ କ୍ରିକେଟର । ଜାନୁଆରୀ 11 ତାରିଖରେ ବଜ୍ରକବାଟୀରେ ପଡିଥିବା କ୍ୟାମ୍ପରୁ ଘରକୁ ଯାଉଛନ୍ତି କହି ଫେରିନଥିଲେ । ଓଡିଶା ଦଳରେ ସ୍ଥାନ ପାଇନଥିଲେ । ଦଳରେ ସ୍ଥାନ ପାଇ ନଥିବା ନେଇ ରାଜଶ୍ରୀ ନିରାଶ ଥିବା ଅନୁମାନ କରାଯାଉଥିଲା । ଦୁଇଦିନ ହେବ ତାଙ୍କ ଫୋନ ସୁଇଚ ଅଫ୍ ରହିଥିଲା । ପରିବାର ଲୋକଙ୍କ ପାଖରେ ମଧ୍ୟ ରାଜଶ୍ରୀଙ୍କ ବିଷୟରେ କୌଣସି ସୂଚନା ନଥିଲା । ମଙ୍ଗଳବାଗ ଥାନାରେ ରାଜଶ୍ରୀଙ୍କ ନିଖୋଜ ନେଇ କୋଚ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏତଲା ଆଧାରରେ ଗୋଟିଏ ଟିମ ଆଠଗଡ଼ ଯାଇଥିଲା ଛାନଭିନ କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପୋଲିସର ତଦନ୍ତ ପ୍ରକ୍ରିୟା ଆଗେଇବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.