କଟକ: ଖାନ ନଗର ନିକଟ କାଠଯୋଡି ବ୍ରିଜରୁ ଡେଇଁଲେ ମହିଳା । ଏନେଇ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ହେଲେ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଛି । ତେବେ ଉକ୍ତ ମହିଳାଙ୍କ ପରିଚୟ ମିଳି ପାରିନଥିବାବେଳେ, କେଉଁ କାରଣ ରୁ ସେ ନଦୀକୁ ଡେଇଁଲେ ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ତେବେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିବା ପରେ ସ୍ଥାନୀୟ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚିଛି ।
ଇଟିଭି ଭାରତ, କଟକ