କଟକ: ପୁଣି ଜଣେ ମହିଳା ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଯୋବ୍ରା ଠାରେ ମହାନଦୀକୁ ମହିଳା ଜଣକ ଡେଇଁ ପଡିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଓ ଓଡ୍ରାଫ ଦଳ ଉଦ୍ଧାର କରିଛନ୍ତି । ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଇଛନ୍ତି ତାହା ଜଣା ପଡ଼ିନାହିଁ ।
ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣା ଦଖିବାକୁ ମିଳିଛି । କିଛି ଦିନ ତଳେ ଏକ ମହିଳା ମଧ୍ୟ ଯୋବ୍ରା ଆନିକଟ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ