କଟକ: ଦିନକୁ ଦିନ ବଢିବାରେ ଲାଗିଛି ଖରାର ପ୍ରକୋପ । 40 ଡିଗ୍ରୀ ଉପରେ ରହୁଛି ଅଧିକାଂଶ ଜିଲ୍ଲାର ତାପମାତ୍ରା । ଏହାର ପ୍ରଭାବରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ ।
ତେବେ ଅତ୍ୟଧିକ ଖରା ଯୋଗୁଁ ଅଂଶୁଘାତ ହେବାର ସମ୍ଭାବନା ରହିଥାଏ । ତେଣୁ କିପରି ସତର୍କତା ଅବଲମ୍ବନ କରିବେ ଓ କିଭଳି ଭାବେ ଅଂଶୁଘାତକୁ ଏଡାଇ ପାରିବେ । ଅଂଶୁଘାତ ହେଲେ କଣ ରହିଛି ଏହାର ପ୍ରତିଷେଧକ ଏବିଷୟରେ ଆମକୁ ଅଧିକ ସୂଚନା ଦେଉଛନ୍ତି ଏସସିବିର ସୁପରିଟେଣ୍ଡେଣ୍ଟ ତଥା ଡାକ୍ତର ସିବିକେ ମହାନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ