ETV Bharat / state

ମହାମାରୀରେ ଅଦାଲତ ସମ୍ମୁଖୀନ ହେଉଥିବା ଆହ୍ବାନ ପ୍ରସଙ୍ଗରେ ୱେବିନାର - ମହାମାରୀରେ ଅଦାଲତ ସମ୍ମୁଖୀନ ହେଉଥିବା ଆହ୍ବାନ ପ୍ରସଙ୍ଗରେ ୱେବିନାର

ଓଡ଼ିଶା ହାଇକୋର୍ଟ ଓ ଓଡ଼ିଶା ଜୁଡିସିଆଲ ଏକାଡେମି ମିଳିତ ଆନୁକୂଲ୍ୟରେ ‘ମହାମାରୀ ସମୟରେ ନ୍ୟାୟାଳୟ ସମ୍ମୁଖୀନ ହେଉଥିବା ଅହ୍ବାନ’ ପ୍ରସଙ୍ଗକୁ ନେଇ ୱେବିନାର ଅନୁଷ୍ଠିତ ହୋଇଛି । ଦୁଇ ଦିନିଆ ୱବିନାରରକୁ ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ...

ମହାମାରୀରେ ଅଦାଲତ ସମ୍ମୁଖୀନ ହେଉଥିବା ଆହ୍ବାନ ପ୍ରସଙ୍ଗରେ ୱେବିନାର

author img

By

Published : Jan 17, 2021, 6:44 AM IST

କଟକ: ଓଡ଼ିଶା ହାଇକୋର୍ଟ ଓ ଓଡ଼ିଶା ଜୁଡିସିଆଲ ଏକାଡେମି ମିଳିତ ଆନୁକୂଲ୍ୟରେ ‘ମହାମାରୀ ସମୟରେ ନ୍ୟାୟାଳୟ ସମ୍ମୁଖୀନ ହେଉଥିବା ଅହ୍ବାନ’ ପ୍ରସଙ୍ଗକୁ ନେଇ ୱେବିନାର ଅନୁଷ୍ଠିତ ହୋଇଛି । ଦୁଇ ଦିନିଆ ୱବିନାରରକୁ ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଉଦଘାଟନ କରିଥିଲେ । ମହାମାରୀ ଯୋଗୁଁ ବିଚାରବ୍ୟବସ୍ଥା ପାଇଁ ସୃଷ୍ଟି ହୋଇଥିବା ଆହ୍ବାନ ଓ ଅଦାଲତଙ୍କ ଭୂମିକା ଉପରେ ସେ ଆଲୋକପାତ କରିଥିଲେ । ୱେବିନାରରେ ଜୁଡିସିଆଲ ଏକାଡେମି ଓ ଟ୍ରେନିଂ କମିଟି ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ।

ମହାମାରୀରେ ଅଦାଲତ ସମ୍ମୁଖୀନ ହେଉଥିବା ଆହ୍ବାନ ପ୍ରସଙ୍ଗରେ ୱେବିନାର

ୱେବିନାରରେ ଯୋଗ ଦେଇ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଜି.ବି.ପଟ୍ଟନାୟକ କହିଥିଲେ ଯେ, କରୋନା ମହାମାରୀ ସମୟରେ ଅଦାଲତ ମାନଙ୍କ ଦାୟିତ୍ବ ଅଧିକ ଗୁରୁତ୍ବପୂର୍ଣ୍ଣ । ନାଗରିକଙ୍କ ମୌଳିତ ଅଧିକାର ଯେପରି କ୍ଷୁର୍ଣ୍ଣ ନହେବ ତାହା ସୁନିଶ୍ଚିତ କରିବା ଅଦାଲତଙ୍କ ଦାୟିତ୍ବ ବୋଲି ସେ କହିଥିଲେ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଡି.ପି.ମହାପାତ୍ର କରୋନା ମହାମାରୀ ସମୟରେ ଅଦାଲତ କାର୍ଯ୍ୟ କରିବା ପାଇଁ ଅନୁସରଣ କରାଯାଇଥିବା ପ୍ରକ୍ରିୟା ଓ ଯୋଜନା ଉପରେ ଆଲୋକପାତ କରିଥିଲେ ।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କହିଥିଲେ ଯେ, କରୋନା ମହାମାରୀ ପରିସ୍ଥିତିରେ ଅଦାଲତ ନିଜ ଦାୟିତ୍ବ ଅଦାଲତ ସମ୍ପାଦନ କରିଛନ୍ତି । ଏହି ୱେବିନାରରେ ଜଷ୍ଟିସ ସି.ଆର.ଦାଶ, ଜଷ୍ଟିସ ପ୍ରମଥ ପଟ୍ଟନାୟକ, ଜଷ୍ଟିସ ସଂଙ୍ଗମ କୁମାର ସାହୁ, ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ ସାବିତ୍ରୀ ରଥଙ୍କ ସହିତ ହାଇକୋର୍ଟର ଅନ୍ୟ ବିଚାରପତି, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି, ହାଇକୋର୍ଟ ବାର୍ ଆସୋସିଏସନ୍ ସହିତ ରାଜ୍ୟର ଅନ୍ୟ ବାର୍ ଗୁଡିକର ପ୍ରତିନିଧି, ସମସ୍ତ ଜିଲ୍ଲାର ଜିଲ୍ଲା ଜଜ୍, ପରିବାର ଅଦାଲତ ବିଚାରପତି ଓ ସମସ୍ତ ଜିଲ୍ଲାର ବିଚାରବିଭାଗୀୟ ଅଧିକାରୀ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.