ETV Bharat / state

ଅଧିକ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବି: ପାଣ୍ଡିଆନ - Pandian Controversial

VK Pandian campaign for BJD: ନେତା ଓ କର୍ମୀଙ୍କୁ 50 ପ୍ରତିଶତରୁ ଅଧିକ ଭୋଟ ପାଇ ଜିତିବାକୁ ପାଣ୍ଡିଆନଙ୍କ ଆହ୍ବାନ । କହିଲେ ଅଧିକ ଭୋଟ ବ୍ୟବଧାନରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବି । ଅଧିକ ପଢ଼ନ୍ତୁ

ଅଧିକ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବି

author img

By ETV Bharat Odisha Team

Published : Jan 6, 2024, 7:33 AM IST

ଅଧିକ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇବି

କଟକ: 2024 ନିର୍ବାଚନ ପାଖେଇ ଆସୁଥିବା ବେଳେ ଅଙ୍କ କଷା ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଶାସକ ଦଳ ବିଜେଡି ସ୍ବାଭାବିକ ଭାବେ ସମସ୍ତଙ୍କଠାରୁ ଆଗରେ ରହିଛି । ବିଶେଷକରି ଏଥର ପ୍ରଚାରର ମଙ୍ଗ ଧରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ, ତଥା ନୂଆକରି ରାଜନୀତିରେ ପାଦ ଥାପିଥିବା ବିଜେଡି ନେତା ଭିକେ ପାଣ୍ଡିଆନ । ବିଭିନ୍ନ ଜିଲ୍ଲା ଗସ୍ତ କରି ସେ ଦଳ ପାଇଁ ଭୋଟ ମାଗିବା ଆରମ୍ଭ କଲେଣି । ଏହି କ୍ରମରେ ସେ କଟକରେ ଓପନ ଷ୍ଟେଜରେ ଦଳୀୟ ନେତା ଓ କର୍ମୀଙ୍କୁ ଦେଇଥିବା ଆହ୍ବାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯେଉଁ ପ୍ରାର୍ଥି ଅଧିକ ବ୍ୟବଧାନରେ ଜିତିବେ, ସେମାନଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସାକ୍ଷାତ କରାଇବେ ବୋଲି ଭିକେ ପାଣ୍ଡିଆନ କହିଛନ୍ତି । ଯାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନଥିବା ଯେଉଁ ଅଭିଯାଗ ବିରୋଧୀ କରି ଆସୁଥିଲେ, ତାହା କ'ଣ ସତ ବୋଲି ଏବେ ପ୍ରଶ୍ନ ଉଠିଛି ।

କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ସ୍ଥିତି ବହୁତ ଭଲ ଅଛି ଓ ବହୁ ବ୍ୟବଧାନରେ ବିଜେଡିର ସମସ୍ତ ପ୍ରାର୍ଥି ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ପାଣ୍ଡିଆନ । ଜିଲ୍ଲାର ସମସ୍ତ ପ୍ରାର୍ଥି ନିଶ୍ଚୟ ବିଜୟୀ ହେବେ ବୋଲି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନ କହିଛନ୍ତି । ତେବେ ଅଧିକ ମାର୍ଜିନରେ ଦଳୀୟ ପ୍ରାର୍ଥିଙ୍କୁ ଜିତିବାକୁ ଆହ୍ବାନ କରିଛନ୍ତି ପାଣ୍ଡିଆନ । ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟରୁ କଟକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ କାମ କରିଛନ୍ତି ବୋଲି ସେ କହିଛନ୍ତି । ତେବେ ପୂର୍ବ ମାର୍ଜିନ ଅପେକ୍ଷା ଅଧିକ ମାର୍ଜିନରେ ବିଜୟ ହେବାକୁ ସେ ପ୍ରାର୍ଥିଙ୍କୁ ଆହ୍ବାନ କରିଛନ୍ତି । ରେକର୍ଡ ମାର୍ଜିନରେ ଜିତିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ ଉପହାର ହେବ ବୋଲି 5T ଅଧ୍ୟକ୍ଷ କହିଛନ୍ତି ।

ସମସ୍ତ ପ୍ରାର୍ଥି ନିଶ୍ଚୟ ବିଜୟୀ ହେବେ, ମାତ୍ର ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିବାକୁ ନେତାମାନଙ୍କୁ ସେ ଆହ୍ବାନ କରିଛନ୍ତି । ଏପରିକି ପାଣ୍ଡିଆନ ସମସ୍ତ ବ୍ୟବଧାନର ନିଜେ ସମୀକ୍ଷା କରିବେ ବୋଲି ମଧ୍ୟ ନେତାମାନଙ୍କୁ ଶୁଣାଇ ଦେଇଛନ୍ତି । ଏପରିକି ୨୦୧୪, ୨୦୧୯ ଏବଂ ଏଥର ଭୋଟର ବ୍ୟବଧାନ କେତେ ରହିବ, ପ୍ରତ୍ୟେକ ବୁଥର ସେ ନିଜେ ସମୀକ୍ଷା କରିବେ ବୋଲି ସମସ୍ତ ନେତାମାନଙ୍କୁ ସିଧାସଳଖ ଶୁଣାଇ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜଗାଙ୍ଗପୁରରେ ପାଣ୍ଡିଆନଙ୍କୁ ବିରୋଧ, ପ୍ଲାକାର୍ଡ ଦେଖାଇଲେ ବିଜେପି କର୍ମୀ

ବଡ଼ କଥା ହେଉଛି ଓପନ ଷ୍ଟେଜରେ ସମସ୍ତ ନେତା ଓ କର୍ମୀମାନଙ୍କୁ ଏପରି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ । ସେହିପରି ଯେଉଁମାନେ ଅଧିକ ବ୍ୟବଧାନରେ ଜିତିବେ, ସେମାନଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସାକ୍ଷାତ କରାଇବେ ବୋଲି ସେ କହିଛନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସତରେ କ'ଣ ମୁଖ୍ୟମନ୍ତ୍ରୀଙ୍କୁ କେହି ସିଧାସଳଖ ଭେଟି ପାରୁନାହାନ୍ତି ? ପାଣ୍ଡିଆନ କ'ଣ ଏକମାତ୍ର ମାଧ୍ୟମ ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ ବିରୋଧୀ ବିଜେପି ଓ କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ସେହିପରି ଯେଉଁମାନେ ଅଧିକ ବ୍ୟବଧାନରେ ବିଜୟୀ ହେବେ, ସେମାନଙ୍କ ସମସ୍ତ କାର୍ଯ୍ୟ ଜୋରଦାରରେ କରାଯିବ ବୋଲି ମଧ୍ୟ ପାଣ୍ଡିଆନ କହିଛନ୍ତି । ୫୦ ପ୍ରତିଶତ ଭୋଟ ନୁହେଁ, ବରଂ ଏହାଠାରୁ ଅଧିକ ଭୋଟ ଦରକାର ବୋଲି ନେତା ଓ କର୍ମୀମାନଙ୍କୁ କହିଛନ୍ତି 5T ଅଧ୍ୟକ୍ଷ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.